ଅମ୍ଫନ୍‌ ମୁକାବିଲା ଲାଗି ଅଣ୍ଟା ଭିଡ଼ିଲା ଜିଲା ପ୍ରଶାସନ, ପ୍ରସ୍ତୁତି ସମୀକ୍ଷା କଲେ ଡିଜିପି

ବାଲେଶ୍ୱର ଅଫିସ,୧୮ା୫: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ପୂର୍ବାହ୍ନରେ ବାଲେଶ୍ୱର ଆଇଜିଙ୍କ ଅଫିସରେ ପହଞ୍ଚି ସମ୍ଭାବ୍ୟ ବାତ୍ୟା ଅମ୍ଫନ୍‌ର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତି ସମୀକ୍ଷା କରିଥିଲେ। ପରେ ପ୍ରସ୍ତୁତ ଥିବା ଓଡ୍ରାଫ୍‌ର ଜିଲା କେନ୍ଦ୍ର ପରିଦର୍ଶନ କରିଥିଲେ। ପୋଲିସ ଓ ଜିଲା ପ୍ରଶାସନ ସହିତ ସମନ୍ବୟ ରକ୍ଷାକରି ବାତ୍ୟାର ମୁକାବିଲା ଲାଗି ପରାମର୍ଶ ଦେଇଥିଲେ ଅଭୟ।
ଅନ୍ୟପକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୧୯ ତାରିଖରୁ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଥିବା ବେଳେ ୨୦ ତାରିଖରୁ ପବନର ବେଗ ତୀବ୍ର ହେବାର ସମ୍ଭାବନା ରହିଛି। ତେଣୁ ବ୍ଲକସ୍ତରରେ ବିଡିଓ, ତହସିଲଦାର, ସିଡିପିଓ, ପୋଲିସ, ସ୍ବାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ଓ ଅନ୍ୟାନ୍ୟ ବିଦ୍ୟୁତ୍‌ ବିଭାଗର ଅଧିକାରୀମାନେ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀଙ୍କୁ ଶାଶୁଘରେ ଛାଡ଼ି ଫେରିବାବେଳେ ଦୁର୍ଘଟଣା : ଭାଇଙ୍କ ଜୀବନଗଲା

ହାଟଡ଼ିହୀ,୧୦।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୁଲଣ ପଞ୍ଚାୟତ ଆବୁଲପୁରା ଗ୍ରାମର ବିନୋଦ ଦାସଙ୍କ ପୁଅ ଘନଶ୍ୟାମ(୨୫)ଙ୍କ ଶନିବାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଘନଶ୍ୟାମ ଭଉଣୀଙ୍କୁ...

ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଭୁଲ ଲାଗି ଛାତ୍ରୀ ପରୀକ୍ଷାରୁ ବଞ୍ଚିତ

ନବରଙ୍ଗପୁର,୧୬।୧(ବି.ପ୍ର.)- ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଭୁଲ ଲାଗି ଜଣେ ଛାତ୍ରୀ ପଠାଣି ସାମନ୍ତ ଗଣିତ ସ୍କଲାରଶିପ ଟେଷ୍ଟ- ୨୦୧୯ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତିି। ପୂର୍ବାହ୍ନ ୧୦ଟାରୁ...

ପରିବେଶୀୟ କ୍ଷତିପୂରଣ ଆଦାୟ ପାଇଁ ଏନ୍‌ଜିଟି ଆଦେଶ

କେନ୍ଦୁଝର,୧ା୨(ସ୍ବ.ପ୍ର.): ଘସିପୁରା ତହସିଲ ଅନ୍ତର୍ଗତ ମଦନପୁର ଗ୍ରାମରେ ହୋଇଥିବା ବେଆଇନ ମାଙ୍କଡ଼ାପଥର କ୍ୱାରୀର ଶୁଣାଣି କରି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ପୂର୍ବ ଜୋନ୍‌) ଏହା ଦ୍ୱାରା...

କଳାହାଣ୍ଡିରେ ବନ୍ଦ ହେଲା ସମସ୍ତ ଧାନମଣ୍ଡି

ଭବାନୀପାଟଣା,୧ା୭(ଡି.ଏନ୍‌.ଏ.): ଚଳିତ ରବିଋତୁରେ ଧାନ ସଂଗ୍ରହ ପାଇଁ ମେ’ ୨୫ରୁୁ ଆରମ୍ଭ ହୋଇଥିବା ସମସ୍ତ ମଣ୍ଡି ଜୁନ୍‌ ୩୦ରୁ ବନ୍ଦ ହୋଇଛି। ରବିବାର ସୁଦ୍ଧା କଳାହାଣ୍ଡି...

ପାହାଡ଼ିଆ ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ, ରାସ୍ତାକଡ଼ରେ ଜନ୍ମହେଲା ଶିଶୁକନ୍ୟା

ରାୟଗଡ଼ା ଅଫିସ,୨ା୭: ସରକାରଙ୍କ ଏତେ ବ୍ୟବସ୍ଥା ପରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ରାସ୍ତାକଡ଼ରେ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ମହିଳା। ଏଭଳି...

ଫ୍ୟାଶନ୍‌ ମଡେଲିଂରୁ ସରପଞ୍ଚ ପ୍ରାର୍ଥୀ

ବଲାଙ୍ଗୀର ଅଫିସ,୩୧ା୧: ଚଳିତ ପଞ୍ଚାୟତ ନିର୍ବାଚନରେ ବଲାଙ୍ଗୀର ସଦର ବ୍ଳକ ଅନ୍ତର୍ଗତ ଚୂଡାପାଲି ଗ୍ରାମ ପଞ୍ଚାୟତ ଭିନ୍ନ ଏକ ଦିଗରୁ ଚର୍ଚ୍ଚାର ପରିସରକୁ ଆସିଛି। ଏହି...

କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣା, ସଂଖ୍ୟା ୭କୁ ବୃଦ୍ଧି

ଭବାନୀପାଟଣା,୨୧।୨(ଡି.ଏନ୍‌.ଏ,): କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ ଘଟଣାରେ ହାତୀ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ରବିବାର ଘୁଷୁରିଗୁଡ଼ି ନାଳ ନିକଟରୁ ଆଉ ଏକ ହାତୀର ମୃତଦେହ ଠାବ...

ମୁନିଗୁଡ଼ା ରେଳ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନ ଯୋଗୁ ହଜିଥିବା ଜିନିଷ ଫେରିପାଇଲେ କରନ୍‌

ମୁନିଗୁଡ଼ା,୧୩।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲାର ପୂର୍ବତଟ ରେଳପଥ ସମ୍ବଲପୁର ଡିଭିଜନ ଅନ୍ତର୍ଗତ ମୁନିଗୁଡ଼ା ରେଳ ସୁରକ୍ଷା ବଳ କର୍ମଚାରୀଙ୍କ ଉନ୍ନତ ସେବା ଲାଗି ଜନୈକ ଯାତ୍ରୀ ଗଭୀର...

Advertisement
Archives

Model This Week