ଅମିତାଭ୍‌ଙ୍କ ‘ବ୍ଲଗ’କୁ ପୂରିଲା ୧୨ ବର୍ଷ: କହିଲେ ଲେଖିବାରେ ଦିନଟିଏ କରୁ ନ ଥିଲେ ମିସ୍‌

ମୁମ୍ବାଇ: ସମଗ୍ର ଦେଶରେ ବର୍ତ୍ତମାନ ଚାଲିଛି ଲକ୍‌ଡାଉନ୍‌। ଏବେ ଘରୁ କେହି ବାହାରକୁ ବାହାରୁନାହାନ୍ତି। ଏହି ସମୟରେ ବଲିଉଡ୍‌ର ନାମୀଦାମୀ କଳାକାରମାନେ ମଧ୍ୟ ଘରେ ସମୟ ବିତାଇବା ସହ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍‌ମାନଙ୍କ ସହ ସବୁକିଛି ଶେୟାର କରୁଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ମହାନାୟକ ଅମିତାଭ ବଚ୍ଚନ। ସେ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। ତାଙ୍କର ଏକ ପର୍ସନାଲ ବ୍ଲଗ ମଧ୍ୟ ଅଛି। ଯେଉଁଥିରେ ଅମିତାଭ ପ୍ରତିଦିନ କିଛି ନା କିଛି ଲେଖିଥାନ୍ତି। ଏହି ବ୍ଲଗ୍‌କୁ ଏବେ ୧୨ ବର୍ଷ ପୂରିଛି। ଯାହାକୁ ନେଇ ଅମିତାଭ ଟୁଇଟ୍‌ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଦିନଟିଏ ବି ଏଥିରେ ସେ ଲେଖା ବନ୍ଦ କରିନାହାନ୍ତି। ୨୦୦୮ ଏପ୍ରିଲ ୧୭ରେ ଅମିତାଭ ଏହି ବ୍ଲଗ ଆରମ୍ଭ କରିଥିଲେ। ଏଥିସହିତ ଅମିତାଭ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲଦ୍ୱୀପରେ ଛୁଟି କାଟୁଛନ୍ତି ମଲାଇକା

ମୁମ୍ବାଇ: ବଲିଉଡ୍ ନାୟିକା ମଲାଇକା ଆରୋରା ଓ ନାୟକ ଅର୍ଜୁନ କପୁରଙ୍କ ଆଫେୟାର୍ସ ସବୁଠି ଚର୍ଚ୍ଚାର ବିଷୟ । ଆରମ୍ଭରୁ ହିଁ ଏମାନଙ୍କ ରିଲେସନଶିପକୁ ନେଇ...

ପ୍ରେମ ଜ୍ଞାନ ବାଣ୍ଟିଲେ ସୁସ୍ମିତାଙ୍କ ଏକ୍ସ-ବୟଫ୍ରେଣ୍ଡ୍‌

ବିବାଦୀୟ ବ୍ୟବସାୟୀ ତଥା ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ଲଳିତ ମୋଦିଙ୍କୁ ଡେଟ କରୁଛନ୍ତି ପୂର୍ବତନ ବିଶ୍ୱସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ। ଯେବେଠୁ ଲଳିତ ମୋଦି...

କଳାକାରଙ୍କ ପାଇଁ ନିଜ ଧନସମ୍ପତ୍ତି ଦାନ କରିଦେଇଥିଲେ ଖାୟାମ୍‌

ଦିଲ୍‌ କ୍ୟା ଚିଜ୍‌ ହୈ ଆପ୍‌ ମେରି ମାନ୍‌ ଲିଜିୟେ..(ଉମରାଓ ଜାନ୍‌), ସିନେ ମେ ଜଲନ୍‌ ଆଁଖୋ ମୈ ତୁଫାନ୍‌ ସା(ଗମନ) ଭଳି ଶହ ଶହ...

ଏକଦା ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସର ଥିଲେ ଏହି ଅଭିନେତ୍ରୀ , ବର୍ତ୍ତମାନର ପାରିଶ୍ରମିକ ଜାଣିଲେ…

ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କ ଅଭିନୟରେ ସମସ୍ତଙ୍କୁ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ସେ ଚଳିତ ବର୍ଷ ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି। କାଜଲ...

ସାବଧାନ ରହିବାକୁ କହିଲେ ସୁଜୈନ୍‌: ଜାଣନ୍ତୁ କାହିଁକି

ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନଙ୍କ ପୂର୍ବତନ ସ୍ତ୍ରୀ ତଥା ଉଦ୍ୟୋଗୀ ସୁଜୈନ ଖାଁଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ କିଛି ଦିନ ତଳେ ହ୍ୟାକ୍‌ ହୋଇଯାଇଥିଲା। ସେ ନିଜେ...

ଏହି ଅଭିନେତ୍ରୀଙ୍କ ଘରେ ଲାଗିଲା ନିଆଁ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ବିଲ୍ଡିଂର ୧୨ତମ ମହଲାରେ ନିଆଁ ଲାଗିଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଏହି ଖବର ପରେ ତୁରନ୍ତ ଅଗ୍ନିଶମ...

ବିବାହ ପୂର୍ବରୁ ମା’ ହୋଇଯାଇଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କୋଙ୍କଣା ସେନ ଶର୍ମା ଆଜି ତାଙ୍କର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି...

କିଶୋର କୁମାରଙ୍କ ତୃତୀୟ ସ୍ତ୍ରୀଙ୍କୁ ବିବାହ କରିଥିଲେ ଏହି ଅଭିନେତା

ଆଜି ବଲିଉଡ୍‌ ଅଭିନେତ୍ରୀ ଯୋଗିତା ଓ୍ବାଲିଙ୍କ ଜନ୍ମଦିନ। ସେ ୧୯୫୨, ଅଗଷ୍ଟ ୧୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ...

Advertisement
Archives

Model This Week