ଅଭିଯୋଗ ସତ୍ତ୍ୱେ ନୀରବ ରହିଲା ପୋଲିସ: ମରଣାନ୍ତକ ଆକ୍ରମଣକାରୀକୁ ଥାନାକୁ ଅଣାଗଲା ନାହିଁ

ବଡ଼ଗାଁ, ୭।୭ (ଡି.ଏନ.ଏ)-ବଡ଼ଗାଁ ଥାନା ପୋଲିସ ମରଣାନ୍ତକ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିଙ୍କୁ ଅଭିଯୋଗ ସତ୍ତ୍ବେ ଥାନାକୁ ନ ଆଣି ହାତବାନ୍ଧି ବସି ରହିବା ଭଳି ଘଟଣା ଦେଖିବାକୁ ମିଳିଛି। ପୋଲିସର ଏଭଳି କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ଘଟଣାରୁ ପ୍ରକାଶ ଯେ, ଗୁରୁବାର ମଧ୍ୟାହ୍ନରେ ବଡ଼ଗାଁ ମିନିଷ୍ଟାଡିୟମ ନିକଟରେ ସପରିବାର ରହୁଥିବା ମୀନକେତନ ଛୁରା (୪୭)ଙ୍କୁ ତାଙ୍କ ପୁଅ ରାତୁ ଛୁରା(୨୧) ଲାଠିରେ ମରଣାନ୍ତକ ଆକ୍ରମଣ କରିଥିଲେ। ମୀନକେତନଙ୍କୁ ସୁରକ୍ଷା ଦେବାକୁ ତାଙ୍କ ସ୍ତ୍ରୀ ସୁନେତି ଓ ବଡପୁଅ ପୁରୁଷୋତ୍ତମ ଆସିବାରୁ ସେମାନଙ୍କୁ ମଧ୍ୟ ମାଡମାରି ଆହତ କରିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ବଡ଼ଗାଁ ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିଲେ। ଏହି ଘଟଣା ସମ୍ପର୍କରେ ସେଦିନ ସୁନେତି ଥାନାରେ ମୌଖିକ ଜଣାଇ ସ୍ବାମୀଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା ଚାଲିଯାଇଥିଲେ। ସେ ଦିନ ଅଭିଯୋଗ ସତ୍ତ୍ବେ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିଲା। ତହିଁ ଆରଦିନ ଶୁକ୍ରବାର ପୁନଃର୍ବାର ରାତୁ ମାଡପିଟ କରିବାରୁ ଥାନାରେ ଜଣାଇଥିଲେ। ପୋଲିସ ଘଟଣାସ୍ଥଳକୁ ଯାଇ ରାତୁକୁ ପାଇଥିଲେ। ହେଲେ ଆଣି ନ ଥିଲେ। ଶୁକ୍ରବାର ସନ୍ଧ୍ୟାରେ ମୀନକେତନ, ତାଙ୍କ ସ୍ତ୍ରୀ ସୁନେତି ଓ ବଡପୁଅ ପୁରୁଷୋତ୍ତମ ଥାନାରେ ଲିଖିତ ଭାବେ ଦେବାରୁ ଶନିବାର ଏତଲା କରି କୋର୍ଟ ଚାଲାଣ କରାଯିବ ବୋଲି କହିଥିଲେ। ମୀନକେତନ ଓ ତାଙ୍କ ସ୍ତ୍ରୀ ଘରକୁ ଫେରିଲେ ହତ୍ୟା କରିବି କହିଥିବାରୁ ଆମ ଜୀବନ ବିପଦରେ ଅଛି କହିଲେ ମଧ୍ୟ ପୋଲିସ ମୀନକେତନ ଓ ତାଙ୍କ ସ୍ତ୍ରୀଙ୍କ କଥା ଶୁଣି ନ ଥିଲେ। ଏହା ପରେ ନିରାଶ ହୋଇ ସପରିବାର ସନ୍ଧ୍ୟାରେ ଘରକୁ ଫେରୁଥିଲା ବେଳେ ଆକ୍ରମଣକାରୀ ପୁଅ ରାତୁ ତାଙ୍କ ମାଆ ସୁନେତିଙ୍କୁ ବ୍ଲକ ଅଫିିସ ନିକଟରେ ଦୁଇ ଚାପୁଡା ମାରିଥିଲେ। ଏହି ମାଡ ବିଷୟରେ ମଧ୍ୟ ତୁରନ୍ତ ଥାନା ଅଧିକାରୀଙ୍କୁ ସୁଚୀତ କଲେ ମଧ୍ୟ ଆକ୍ରମଣକାରୀଙ୍କୁ ପୋଲିସ ଥାନାକୁ ନ ନେଇ ନିଶ୍ଚିନ୍ତରେ ରହିଥିଲା। ଏଣେ ମୀନକେତନଙ୍କ ପରିବାର ଭୟଭୀତ ଅବସ୍ଥାରେ ଘରେ ରହିଥିଲେ। ଗୁରୁବାର ମରଣାନ୍ତକ ଆକ୍ରମଣ ହୋଇଥିଲେ ମଧ୍ୟ ଶନିବାର ଅପରାହ୍ନ ପର୍ଯ୍ୟନ୍ତ ଆକ୍ରମଣକାରୀଙ୍କୁ ଥାନା ନ ନେବା ଦେଖିଲେ ପୋଲିସ ଲୋକଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ନଦେଇ ଓଲଟା ସେମାନଙ୍କ ସୁରକ୍ଷା ବିପନ୍ନ ହେଲାଭଳି କାର୍ଯ୍ୟ କରିଛି ବୋଲି ଜଣାପଡ଼ୁଛି। ପୋଲିସ ଯଦି ଉନ୍ମତ୍ତ ଯୁବକଙ୍କୁ ଧରିବାକୁ ଭୟ କରୁଛି, ତାହେଲେ ଜନସାଧାରଣଙ୍କ ସୁରକ୍ଷା ପୋଲିସ କିପରି କରିବ ତାକୁ ନେଇ ଚର୍ଚ୍ଚା ଆଲୋଚନା ହେଉଛି। ଶନିବାର ମଧ୍ୟାହ୍ନରେ ଆକ୍ରମଣକାରୀ ରାତୁ ତାଙ୍କ ବାପାଙ୍କୁ ପୁଣି ମାଡ ମାରିଥିବା ମୀନକେତନଠାରୁ ଜଣାପଡିଛି। ଏ ସମ୍ପର୍କରେ ତଲସରା ବିଧାୟକ ଭବାନୀଶଙ୍କର ଭୋଇଙ୍କୁ ଅବଗତ କରାଯାଇଥିଲାବେଳେ ଘଟଣା ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ଜଣାଇବାକୁ ଯୋଜନା ଚାଲିଥିବା ଜଣାପଡିଛି। ଏ ସମ୍ପର୍କରେ ଶନିବାର ଥାନା ଅଧିକାରୀ ସୂର୍ଯ୍ୟକାନ୍ତି ଦାସଙ୍କୁ ପଚାରିବାରେ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ରେ ରାଗିଂ ଅଭିଯୋଗ, ଅର୍ଥଦଣ୍ଡରେ ଦଣ୍ଡିତ ହେଲେ ୪ ବରିଷ୍ଠ ଛାତ୍ର

ସମ୍ବଲପୁର,୨୩।୪(ପ୍ରମୋଦ ବହିଦାର): ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ରେ ରାଗିଙ୍ଗ ଅଭିଯୋଗ । ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି ।…

ବଢ଼ିଲା ସ୍କୁଲ ଛୁଟି ଅବଧି

ସମ୍ବଲପୁର,୨୨।୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।…

ଦିବ୍ୟାଙ୍ଗ ନାବାଳିକାଙ୍କୁ କିଏ କଲେ ଗର୍ଭବତୀ: ଅଞ୍ଚଳର ୭ ସଦସ୍ୟଙ୍କ ଗଲା ନମୁନା, ରିପୋର୍ଟରୁ ଜଣାପଡ଼ିଲା ଏହି ବ୍ୟକ୍ତି କରିଥିଲେ…

କୁଚିଣ୍ଡା,୨୨।୪(ବିରଞ୍ଚତ୍ ଦର୍କା):ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ଘଟଣାରେ ଅଭିଯୁକ୍ତ ବଡବାପାଙ୍କୁ ପୋଲିସ ଗିରଫ କରି  ସମ୍ବଲପୁର ପୋକ୍‌ସୋ କୋର୍ଟକୁ ଚାଲାଣ…

ହଜିଯାଇଥିବା ୧୧୪ ଫୋନ୍‌ ଉଦ୍ଧାର କରି ମାଲିକଙ୍କୁ ହସ୍ତାନ୍ତର କଲା ପୋଲିସ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଚଳାଯାଇ ବିଭିନ୍ନ ସ୍ଥାନରୁ ହଜିଯାଇଥିବା ମୋବାଇଲଗୁଡ଼ିକୁ ଉଦ୍ଧାର କରାଯାଇଛି। ସମୁଦାୟ ୧୧୪ଟି ମୋବାଇଲ ଜବତ…

୨୦ରୁ ୨୨ ବନ୍ଦ ରହିବ ଏହି ଜିଲାର ସମସ୍ତ ସରକାରୀ-ବେସରକାରୀ ସ୍କୁଲ, ଜିଲାପାଳ କହିଲେ ଆଗକୁ ଆହୁରି…

ସମ୍ବଲପୁର,୧୮ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…

କାମ କରୁଥିବା ବେଳେ ପଡ଼ିଲେ ତଳେ: ଅଂଶୁଘାତରେ  ମୃତ୍ୟୁ ସନ୍ଦେହ

ସମ୍ବଲପୁର,୧୮।୪(ପ୍ରମୋଦ ବହିଦାର): ସମ୍ବଲପୁର ସହର ସମେତ ସମଗ୍ର ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଶନିବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଅଂଶୁଘାତ ସନ୍ଦେହ କରାଯାଉଛି।…

ବରଗଡ଼ ଯାଉଥିବାବେଳେ ବସ୍‌ରେ ଟଳିପଡିଲେ ଯାତ୍ରୀ

ସମ୍ବଲପୁର/ବରଗଡ଼,୧୮ା୪(ପ୍ରମୋଦ ବହିଦାର/ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ଅଇଁଠାପାଲି ବସଷ୍ଟାଣ୍ଡରେ ଗୁରୁବାର ସନ୍ଧ୍ୟାରେ ବସ୍‌ ଭିତରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଯାତ୍ରୀ ଜଣକ ହେଲେ ବରଗଡ଼ ଜିଲା…

ସମ୍ବଲପୁରରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ : ଉଦ୍‌ଘାଟିତ ହେଲା ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ

ସମ୍ବଲପୁର,୧୫।୪(ପ୍ରମୋଦ ବହିଦାର): ସମ୍ବଲପୁରର ଐତିହାସିକ ଗୌରବକୁ ନୂଆ ପରିଚୟ ଦେବା ପାଇଁ ବୁଧବାର ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri