ଅଭିବୃଦ୍ଧି ନେଇ ସରକାରଙ୍କ ଚିନ୍ତା

ନୂଆଦିଲ୍ଲୀ,୧।୫: ଲକ୍‌ଡାଉନ ପରେ ଦେଶର ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ଛିଡା କରାଇବା ଲାଗି ସରକାର ଯୋଜନା ହାତକୁ ନେଉଛନ୍ତି। ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାକୁ ଏବେ ପ୍ରାଥମିକତା ଦିଆଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଭିନ୍ନ ମନ୍ତ୍ରଣାଳୟ ସହ ଏ ସମ୍ପର୍କରେ ବୈଠକରେ ଆଲୋଚନା କରିଛନ୍ତି। ସଂସ୍କାର ଦ୍ୱାରା ଅର୍ଥ ବ୍ୟବସ୍ଥା ସାମ୍ନାରେ ଆସୁଥିବା ବିଭିନ୍ନ ଅସୁବିଧା ଦୂରୀକରଣ, ଔଦ୍ୟୋଗିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଏବଂ ନୂଆ ନିବେଶ ଆକୃଷ୍ଟ କରିବା ଦିଗରେ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନିଆଯିବ। କୋଭିଡ୍‌-୧୯ ପରେ ସାରା ଦେଶରେ ବାଣିଜ୍ୟ କାରବାର ଠପ୍‌ ହୋଇ ପଡିଛି। ଏଭଳି ସ୍ଥିତିରେ ସ୍ଥାନୀୟ ନିବେଶ ଏବଂ ଅଧିକ ବିଦେଶୀ ପୁଞ୍ଜି ଆକୃଷ୍ଟ କରିବା ଲାଗି ମୋଦି ବୈଠକରେ ଆଲୋଚନା କରିଛନ୍ତି।
କେଉଁ ମନ୍ତ୍ରଣାଳୟ କିଭଳି ସଂସ୍କାର ପ୍ରକ୍ରିୟା ହାତକୁ ନେଇଛନ୍ତି ସେ ପ୍ରସଙ୍ଗ ମଧ୍ୟ ବୈଠକରେ ସ୍ଥାନିତ ହୋଇଛି। ଶିଳ୍ପ ବିକାଶ ଦିଗରେ ରହିଥିବା ଚ୍ୟାଲେଞ୍ଜକୁ ଦୂର କରିବା, ନିରନ୍ତର ଭିତ୍ତିରେ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଜାରି ଏବଂ ଅସୁବିଧା ଦୂରୀକରଣକୁ ସରକାର ଧ୍ୟାନରେ ରଖିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଅଭିବୃଦ୍ଧି ତ୍ୱରାନ୍ବିତ କରିବା ଏବଂ ଭିତ୍ତିଭୂମି ଉନ୍ନତୀକରଣ ଲାଗି ଆଗାମୀ ୫ ବର୍ଷରେ ୧୧୧ ଲକ୍ଷ କୋଟି ଟଙ୍କାର ନିବେଶ ଆବଶ୍ୟକତା ରହିଥିବା ସରକାରଙ୍କ ଏକ ଟାସ୍କ ଫୋର୍ସ କହିଛି। କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ଅତନୁ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଉକ୍ତ ଟାସ୍କ ଫୋର୍ସ ଗଠନ ହୋଇଛି। ନ୍ୟାଶନାଲ ଭିତ୍ତିଭୂମି ପାଇପଲାଇନ(ଏନ୍‌ଆଇପି) ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଇବାକୁ କମିଟି ସରକାରଙ୍କୁ ପ୍ରସ୍ତାବ ଦେଇଛି। ଏଥି ଲାଗି ରାଜ୍ୟ ସରକାର, ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗଗୁଡିକର ପରାମର୍ଶ ମଧ୍ୟ ନିଆଯାଇଛି। ପ୍ରକଳ୍ପ ସମୀକ୍ଷା, ଠିକ୍‌ ସମୟରେ କାର୍ଯ୍ୟ ଶେଷ, ପୁଞ୍ଜି ସଂଗ୍ରହ ଭଳି ଦିଗକୁ ଦେଖିବା ଲାଗି ୩ଟି କମିଟି ଗଠନ ହୋଇଛି। ଏହାବାଦ ପ୍ରତି ମନ୍ତ୍ରଣାଳୟ ସ୍ତରରେ ଷ୍ଟିଅରିଂ କମିଟି ମଧ୍ୟ ରହିଛି।
ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥାରେ ରୂପାନ୍ତରିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁୟାରୀ ୨୬ରେ ଘୋଷଣା କରିଥିଲେ। ଏଥିଲାଗି ୧୦୦ ଲକ୍ଷ କୋଟି ନିବେଶ କରିବାକୁ ଯୋଜନା ରଖାଯାଇଥିଲା। ଏଭଳି ବିଭିନ୍ନ ଦିଗକୁ ବିଚାରକରି ଟାସ୍କଫୋର୍ସ ଗଠନ ହୋଇଛି। ଶିଳ୍ପ ଭିତ୍ତିଭୂମି ବିକାଶ, କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ଥିବା ସମସ୍ତ ଅସୁବିଧା ଦୂରୀକରଣ ଦ୍ୱାରା ନିବେଶକଙ୍କୁ ଆକୃଷ୍ଟ କରିବ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଏ ଦିଗରେ ରାଜ୍ୟଗୁଡିକ ସେମାନଙ୍କ ଯୋଜନା କିଭଳି ଠିକ୍‌ ଭାବେ ହାତକୁ ନେଇ ପାରିବେ ସେ ଦିଗରେ କେନ୍ଦ୍ର ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ଥିବା ପିଏମ୍‌ଓ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?