ଅବ୍ୟବସ୍ଥାରେ କରୋନା ଯୋଦ୍ଧାଙ୍କ କ୍ୱାରାଣ୍ଟାଇନ୍‌ ସେଣ୍ଟର: ଭିଡିଓ ଭାଇରାଲ

ରାୟବରେଲୀ,୨୪।୪: ସରକାର ସବୁବେଳେ କରୋନା ଯୋଦ୍ଧାଙ୍କ ସମ୍ମାନ ଓ ସୁରକ୍ଷା ବିଷୟରେ କହୁଥିବା ବେଳେ ଏହା କେତେ କାର୍ଯ୍ୟକାରୀ ହେଉଛି ତା’ର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ରାୟବରେଲୀରେ। କୋଭିଡ-୧୯ ରେଗୀଙ୍କ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ରାୟବରେଲୀର ବଛରାଓ୍ବା ଗ୍ରାମରେ ଥିବା ଏକ ସ୍କୁଲ ଘରେ ରହିବାର ବ୍ୟବସ୍ଥା କରାଯାଇଥିଲା। ଡାକ୍ତରମାନେ ରହୁଥିବା ସ୍କୁଲ ଘରେ ଫ୍ୟାନ ଚାଲୁଛି ନା ରହିଛି ସ୍ବଚ୍ଛ ଶୌଚାଳୟ। ପୂର୍ବରୁ ଜଣଙ୍କ ପିଛା ଗୋଟିଏ ପାଣି ବୋତଲ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ହେଲେ ୨୫ଜଣଙ୍କୁ ୨୦ଲିଟରର ମାତ୍ର ଗୋଟିଏ ପାଣି ବୋତଲ ଦିଆଯାଇଥିବା ଜଣାପଡ଼ିଛି। ଯାହା ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ନ ଥିବା ବେଳେ ଠିକ୍‌ ସମୟରେ ମଧ୍ୟ ଦିଆଯାଉନ ଥିବା ଅଭିଯୋଗ ହୋଇଛି।

କେବଳ ସେତିକି ନୁହେଁ ଖାଇବା ପାଇଁ ଖାଦ୍ୟ ମଧ୍ୟ ସେମାନଙ୍କୁ ପଲିଥିନ୍‌ରେ ଦିଆଯାଉଛି ଏବଂ ରାତିସାରା ସେଠାରେ ବିଜୁଳି ମଧ୍ୟ ରହୁ ନ ଥିବା ଡାକ୍ତରମାନେ ଅଭିଯୋଗ କରିଛନ୍ତି। ଏଭଳି ଅସ୍ବାସ୍ଥ୍ୟକର ପରିବେଶରେ ଯଦି ଜଣଙ୍କୁ ସଂକ୍ରମଣ ହୁଏ ତେବେ ଅନ୍ୟମାନଙ୍କ ମଧ୍ୟ ହେବାର ଆଶଙ୍କା ରହୁଛି। ତେଣୁ ସରକାରଙ୍କ ଅସଲି ମୁଖା ସାମ୍ନାକୁ ଆଣିବା ପାଇଁ ଡାକ୍ତରମାନେ ବୁଧବାର ୩ଟି ଭିଡିଓ ଜାରି କରିଥିଲେ। ଏଥିସହ ସିଏମ୍‌ଙ୍କୁ ଏନେଇ ଏକ ଚିଠି ଲେଖି ଅଭିଯୋଗ ଜଣାଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉତ୍ତରପ୍ରଦେଶ ସରକାର ତତ୍ପରତା ଦେଖାଇଛନ୍ତି। ରାତାରାତି ଡାକ୍ତର ଓ ସ୍ବାସ୍ଥକର୍ମୀଙ୍କ ପାଇଁ ସରକାର ଗେଷ୍ଟ ହାଉସ୍‌ର ବ୍ୟବସ୍ଥା କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କରୋନା ଭାଇରସ୍‌ ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। ସଂକ୍ରମଣ ବ୍ୟାପିବା ଭୟରେ ସେମାନେ ଘରକୁ ମଧ୍ୟ ଯାଇ ପାରୁନାହାନ୍ତି। ତେଣୁ ସେମାନଙ୍କ ରହିବା ପାଇଁ ସରକାରଙ୍କ ପକ୍ଷରୁ ସ୍କୁଲ ଘର, ଗେଷ୍ଟ ହାଉସ୍‌ ଓ ହୋଟେଲର ବ୍ୟବସ୍ଥା କରାଯାଇଛି। ହେଲେ ରାୟବରେଲୀର ସ୍କୁଲ ଘରେ କରାଯାଇଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରର ଭିଡିଓରେ ଅବ୍ୟବସ୍ଥା ଓ ଅସ୍ବଚ୍ଛତା ସ୍ପଷ୍ଟ ବାରି ହୋଇପଡ଼ୁଛି। ଯାହା ଅତି ନିନ୍ଦନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ସୁସ୍ଥ ହେଲେ ୧୧,୩୪୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୨ା୧(ବ୍ୟୁରୋ): ଆଜି ରାଜ୍ୟରୁ ୧୧,୩୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୧,୧୦,୭୬୭ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ଆଉ ୨ ଦିନ ପରେ ଏଠାରେ ମିଳିବ କରୋନା ଟୀକା…

ନୂଆଦିଲ୍ଲୀ/ମସ୍କୋ, ୧୦।୮: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ତେବେ ଆଉ ଦିନ ପରେ ଅଗଷ୍ଟ ୧୨ରେ କରୋନା ଟୀକା ଆସିବାକୁ ଯାଉଛି।...

୧୮ହଜାର ପକ୍ଷୀଙ୍କୁ ନୂଆ ଜୀବନ ଦେଲେ ସୀମା ସୁରକ୍ଷାକର୍ମୀ

ନୂଆଦିଲ୍ଲୀ,୧୨।୭: ସୀମାରେ ମୁତୟନ ଥିବା ବିଏସ୍‌ଏଫ୍‌ ଯବାନମାନେ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ସୀମାରେ ଚୋରା ଚାଲାଣ ହେଉଥିବା ବିରଳ ପ୍ରଜାତିର କଇଁଛ ଓ...

ନୂଆପାଟଣା ଗ୍ରାମ ୩ ଦିନ ଶଟ୍‌ଡାଉନ

ନିମାପଡ଼ା,୨୭ା୮(ଡି.ଏନ୍‌.ଏ): ନିମାପଡ଼ା ବ୍ଲକ କଳାପାଞ୍ଚଣ ପଞ୍ଚାୟତର ନୂଆପାଟଣା ଗ୍ରାମରେ ବୁଧବାର ଜଣେ ୧୭ବର୍ଷୀୟ ବାଳକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ସରପଞ୍ଚ...

ସରପଞ୍ଚଙ୍କୁ କରୋନା

ବାଲେଶ୍ୱର ଅଫିସ,୧୭ା୫: ରବିବାର ବାଲେଶ୍ୱର ଜିଲାରେ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସିମୁଳିଆ ବ୍ଲକର ଜଣେ ସରପଞ୍ଚ  ପଜିଟିଭ୍‌ ଚିହ୍ନଟ ହେବାସହ ଉକ୍ତ...

ସେପ୍ଟେମ୍ବର ୬ରେ ଚନ୍ଦ୍ରରେ ପାଦ ଥାପିବ ଭାରତ

ନୂଆଦିଲ୍ଲୀ,୨।୫: ଆସନ୍ତା ସେପ୍ଟେମ୍ବର ୬ରେ ଭାରତ ଚନ୍ଦ୍ରରେ ପାଦ ଥାପିବ। ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ପକ୍ଷରୁ ସୂଚନା ଦିଆଯାଇଛି। ଚନ୍ଦ୍ରାୟାନ-୨ ଚଳିତ ବର୍ଷ ଜୁଲାଇ...

ତାମିଲନାଡୁରେ ପ୍ରବଳ ବର୍ଷା: ୫ ମୃତ

ଚେନ୍ନାଇ,୨ା୧୨: ତାମିଲନାଡୁରେ ଦୁଇଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ଦୁଇଦିନ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ...

୯ ଦୃଷ୍ଟିବାଧିତ ତିଆରି କଲେ ୬୬ ଫୁଟ ଲମ୍ବ ଝୋଟ ବ୍ୟାଗ୍‌

କୋଇମ୍ବାଟୁର,୧।୯: କୌଣସି ଶାରୀରିକ ଅକ୍ଷମତା ଇଛା ଶକ୍ତି ଆଗରେ ହାର୍‌ ମାନିଥାଏ। ଏହା ଉଦାହରଣ ପାଲଟିଛନ୍ତି ତାମିଲ୍‌ନାଡୁ କୋଇମ୍ବାଟୁର ଜିଲାର ୯ ଜଣ ଦୃଷ୍ଟିବାଧିତ। ସେମାନେ...

Advertisement
Archives

Model This Week