ଅବସାଦମୁକ୍ତ କରିବ ଏରୋବିକ୍ସ ବ୍ୟାୟାମ

ଦୈନନ୍ଦିନ ୪୫ ମିନିଟ୍‌ ପର୍ଯ୍ୟନ୍ତ ବ୍ୟାୟାମ୍‌ କରିବା ଦ୍ୱାରା ଅବସାଦ ଦୂରେଇଥାଏ। ଏଥିପାଇଁ ସପ୍ତାହକୁ ତିନି ଦିନ ଏରୋବିକ୍ସ ବ୍ୟାୟାମ୍‌ କରିବା ଉଚିତ୍‌। ଅବସାଦ ଏଭଳି ଏକ ମାନସିକ ସମସ୍ୟା। ଯେଉଁଥିରୁ ବାହାରିବା ଆଦୌ ସହଜ କାମ ନୁହେଁ। ଏହା ବ୍ୟକ୍ତିର ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ। ଅବସାଦରେ ଗ୍ରସିତ ବ୍ୟକ୍ତି ସବୁବେଳେ ଏକୁଟିଆ ଏବଂ ଉଦାସ ରହିଥାଏ। ଏହାସହ ମନରେ ଅଜବ ଚିନ୍ତାଧାରା ଉତ୍ପନ୍ନ ହୋଇଥାଏ। ପୀଡ଼ିତର ମନକୁ ବୁଝିପାରିବା ଜଣେ ସାଧାରଣ ମଣିଷ ପକ୍ଷେ ସହଜ ହୋଇ ନ ଥାଏ। ଏହାର ଚିକିତ୍ସା ପାଇଁ ଅନେକ ଲୋକ ଥେରାପିଷ୍ଟଙ୍କ ସାହାଯ୍ୟ ନେଇଥାନ୍ତି। ଏମିତିକି ହଜାର ହଜାର ଟଙ୍କା ଖର୍ଚ୍ଚ କରି ଔଷଧ ସେବନ କରିଥାନ୍ତି। କିନ୍ତୁ ଏସବୁଥିରେ ଅବସାଦମୁକ୍ତ ହେବାକୁ ଢେର୍‌ ସମୟ ଲାଗିଥାଏ। ହୁଏତ ଭଲ ହେବା ପୂର୍ବରୁ ଅବସାଦଗ୍ରସ୍ତ ବ୍ୟକ୍ତି କିଛି ଭୁଲ୍‌ ପଦକ୍ଷେପ ଉଠାଇପାରେ। ଏଣୁ ଏଭଳି ସମସ୍ୟାରୁ ତୁରନ୍ତ ରକ୍ଷାପାଇବାରେ ଏରୋବିକ୍ସ ବ୍ୟାୟାମ୍‌ ବେଶ୍‌ ସହାୟତା କରିଥାଏ। ଦୌଡ଼, ପହଁରା, ଚାଲିବା ଏବଂ ଜୁମ୍ବା ଭଳି ବ୍ୟାୟାମ୍‌ ଅବସାଦଗ୍ରସ୍ତଙ୍କ ମନକୁ ଭୁଲାଇବା ସହ ଶରୀରକୁ ସୁସ୍ଥ ରଖିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଫଳ

ସମଗ୍ର ବିଶ୍ୱରେ ଦିନକୁଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଣିଷର ଦୁର୍ବଳ ମେଟାବୋଲିଜିମ୍‌ କାରଣରୁ ଏହି ରୋଗ ହେଉଥିବାରୁ ଶରୀରରେ ସଠିକ୍‌ ମାତ୍ରାରେ ଇନ୍‌ସୁଲିନ୍‌...

ଜାଣନ୍ତୁ କେଉଁ ଦିଗରେ ରହିବା କଥା ପିଲାଙ୍କ ରୁମ୍‌, ନଚେତ ଘଟିବ କିଛି ଏପରି

ଆଜିର ପିଢ଼ି ଆମ ଦେଶର ଭବିଷ୍ୟତ। ଯଦି ଆପଣଙ୍କ ପିଲାଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ ଦେଖିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣଙ୍କୁ ସେମାନଙ୍କ କୋଠରୀକୁ ମଧ୍ୟ ସଠିକ୍‌...

ସ୍ତନ୍ୟପାନ କରାଉଥିଲେ ଧୂମପାନ ହାନିକାରକ

ଧୂମପାନ କରିବା ଏବଂ ଏହା ସଂସ୍ପର୍ଶରେ ରହିବା ଉଭୟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏହା ସବୁଠୁ ଅଧିକ ମହିଳାଙ୍କ ପାଇଁ କ୍ଷତିକାରକ ହୋଇଥାଏ, ଯେଉଁମାନେ ନବଜାତକଙ୍କୁ...

ଏସିଡିଟି ସମସ୍ୟା ଠିକ୍‌ କରେ ଯୁଆଣି ଚା’

ଯୁଆଣି ଖାଦ୍ୟର ସ୍ବାଦ ବଢାଇବା ସହ ଏଥିରେ ଥିବା ଭିଟାମିନ୍ସ ଓ ମିନେରାଲ୍ସ ଶରୀରର ଅନେକ ସମସ୍ୟାକୁ ଠିକ୍‌ କରିଥାଏ। ପ୍ରତିଦିନ ସକାଳୁ ଖାଲି ପେଟରେ...

ଏହି ତେଲ ଲଗାଇଲେ ଜଣା ପଡ଼େନାହିଁ ବୟସ

ସାଧାରଣତଃ ଲୋକେ ବିଭିନ୍ନ ତେଲର ବ୍ୟବହାର କରିଥା’ନ୍ତି। ମାତ୍ର ନଡ଼ିଆ ତେଲରେ ଏପରି ଗୁଣ ରହିଛି, ଯାହାକୁ ଲଗାଇଲେ ବୟସ ବୃଦ୍ଧି ହେଲେ ମଧ୍ୟ ଜଣାପଡ଼ି...

ଚର୍ବି ହ୍ରାସ କରେ ଭଜା ଚଣା

ଭଜା ଚଣା ତ ଅନେକଥର ଖାଇଥିବେ। ତେବେ ଏହା ଯେ କେବଳ ପାଟିକୁ ସୁଆଦିଆ ତାହା ନୁହେଁ ବରଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭକାରୀ।...

ଜାଣନ୍ତୁ କାହିଁକି ଦିଏ ହାକୁଟି

ସାଧାରଣତଃ ଖାଇବା ପରେ ପ୍ରାୟ ଲୋକଙ୍କୁ ହାକୁଟି ଦେଇଥାଏ। ଆଉ ଏହା ଏକ ସାଧାରଣ ସମସ୍ୟା ହୋଇଥାଏ। ଅନେକ ସମୟରେ ଚିନ୍ତା କରିବା ଫଳରେ ହାକୁଟି...

କରୋନା ମୁକାବିଲା: ୮ ଘଣ୍ଟାରେ ସର୍ଜିକାଲ ମାସ୍କ୍‌;୨୪ ଘଣ୍ଟାରେ ଏନ୍‌-୯୫ ମାସ୍କ୍‌ ବଦଳାଇବା ଜରୁରୀ

ନୂଆଦିଲ୍ଲୀ,୨୨।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏପରିସ୍ଥଳେ ବିଶ୍ୱ...

Coronavirus Update


Archives

Model This Week

Why Dharitri