Posted inଖେଳ

ଅବସରର ୧୧ ବର୍ଷ ପରେ ସଚିନଙ୍କୁ ୨ଥର ଭୁଲ୍‌ ଆଉଟ୍‌ ଦେଇଥିବା ସ୍ବୀକାର କଲେ ବକ୍‌ନର

ନୂଆଦିଲ୍ଲୀ, ୨୧।୬- ବିଂଶ ଶତାବ୍ଦୀରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ର ଶ୍ରେଷ୍ଠ ଅମ୍ପାୟରଙ୍କ ମଧ୍ୟରେ ଜାମାଇକାର ଷ୍ଟିଭ ବକ୍‌ନର ଅନ୍ୟତମ ଥିଲେ। କିନ୍ତୁ ବକ୍‌ନରଙ୍କ କେତେକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ତାଙ୍କ ଅମ୍ପାୟରିଂ କ୍ୟାରିୟରେ ଲୋକପ୍ରିୟତାକୁ ହ୍ରାସ କରାଇଥିଲା। ବକ୍‌ନର କରିଥିବା ୨ଟି ଚର୍ଚ୍ଚିତ ତ୍ରୁଟିକୁ ଏବେ ମଧ୍ୟ କ୍ରିକେଟ୍‌ ପ୍ରେମୀ ଭୁଲି ପାରୁନାହାନ୍ତି। ସେହି ଦୁଇଟି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ସେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ବିପକ୍ଷରେ ଦେଇଥିଲେ। ପ୍ରଥମଟି ୨୦୦୩ରେ ଦେଖିବାକୁ ମିଳିଥିଲା। ଗାବାରେ ଅଷ୍ଟ୍ରେଲିଆ ବିପକ୍ଷ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଇନିଂସରେ ବକ୍‌ନର ସଚିନଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ ଦେଇଥିଲେ। ପ୍ରତିପକ୍ଷ ଜାସନ ଗିଲେପ୍ସଙ୍କ ବଲକୁ ବାଉନ୍ସର ଭାବି ସଚିନ ବସି ପଡ଼ିଥିଲେ। କିନ୍ତୁ ବଲ୍‌ ଆସି ସଚିନଙ୍କ ହେଲ୍‌ମେଟ୍‌ରେ ବାଜିଥିଲା। ହେଲ୍‌ମେଟ୍‌ରେ ବାଜିଥିଲେ ମଧ୍ୟ ବଲ ଷ୍ଟମ୍ପ ଉପରେ ଯାଉଥିବା ସ୍ପଷ୍ଟ ଜଣାପଡ଼ୁଥିଲା। କିନ୍ତୁ ବକ୍‌ନର ସଚିନଙ୍କୁ ଏଲ୍‌ବିଡବ୍ଲ୍ୟୁ ଘୋଷଣା କରିଥିଲେ। ସେହିଭଳି ୨୦୦୫ରେ ଇଡେନ ଗାର୍ଡେନ୍ସରେ ପାକିସ୍ତାନ ବିପକ୍ଷ ଦିନିକିଆ ମ୍ୟାଚ୍‌ରେ ସଚିନଙ୍କୁ ପୁଣିଥରେ ବକ୍‌ନରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିର ଶିକାର ହେବାକୁ ପଡ଼ିଥିଲା। ଅବଦୁଲ ରଜାକ୍‌ଙ୍କ ବଲ ସଚିନଙ୍କ ବ୍ୟାଟ୍‌ ସ୍ପର୍ଶ ନ କରି ଉଇକେଟ୍‌କିପରଙ୍କ ହାତକୁ ଯାଇଥିବାବେଳେ ମଧ୍ୟ ବକ୍‌ନର ଆଉଟ୍‌ ଦେଇଥିଲେ। ଏହି ୨ଟି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଲାଗି ବକ୍‌ନରଙ୍କୁ ସେ ସମୟରେ ବହୁତ ସମାଲୋଚନା ଶିକାର ହେବାକୁ ପଡ଼ିଥିଲା। ଏହାପରେ ୨୦୦୯ରେ ସେ ଅମ୍ପାୟରିଂରୁ ଅବସର ନେଇଥିଲେ। ତେବେ ଅବସର ନେବାର ଦୀର୍ଘ ୧୧ ବର୍ଷ ପରେ ସେହି ୨ଟି ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ ଥିଲା ବୋଲି ବକ୍‌ନର ସ୍ବୀକାର କରିଛନ୍ତି। ବାର୍ବାଡସରେ ଏକ ରେଡିଓକୁ ସାକ୍ଷାତ୍‌କାର ଦେବା ଅବସରରେ ୭୪ ବର୍ଷୀୟ ବକ୍‌ନର କହିଛନ୍ତି, ସଚିନଙ୍କୁ ୨ଥର ଆଉଟ୍‌ ଦେଇଥିଲି। ସେହି ୨ଟି ନିଷ୍ପତ୍ତି ଭୁଲ ଥିଲା। କୌଣସି ଅମ୍ପାୟର ଜାଣିଶୁଣି ଭୁଲ କରିବାକୁ ଚାହିଁବ ନାହିଁ। ଏହା ତାଙ୍କ ପାଇଁ ଭବିଷ୍ୟତରେ ବିପଦ ଆଣିପାରେ। ଇଡେନ ଗାର୍ଡେନ୍ସରେ ଦର୍ଶକ କ୍ଷମତା ଏକ ଲକ୍ଷ ରହିଛି। ଭାରତ ବ୍ୟାଟିଂ କଲାବେଳେ ଦର୍ଶକ ଯେଉଁଭଳି ପାଟି କରୁଥାନ୍ତି ସେଥିରେ କିଛି ଶୁଭି ନ ଥାଏ। ଏହା ଏଭଳି ଏକ ଭୁଲ ଥିଲା ଯାହାକୁ ନେଇ ମୁଁ ଖୁସି ନ ଥିଲି’ ବୋଲି ବକ୍‌ନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁଲତାନ ଜୋହର କପ୍‌ ହକି :ଭାରତ-ବ୍ରିଟେନ ଫାଇନାଲ ମୁକାବିଲା

ଜୋହର ବାହରୁ(ମାଲେସିଆ), ୧୯।୧୦- ଏଠାରେ ଚାଲିଥିବା ସୁଲତାନ ଜୋହର କପ୍‌ ଜୁନିୟର ହକି ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ଭାରତ-ଗ୍ରେଟ୍‌ ବ୍ରିଟେନ ମ୍ୟାଚ ୩-୩ ଗୋଲରେ ଡ୍ର...

ଇଣ୍ଡିଆନ ସୁପର ଲିଗ୍‌: ଫାଙ୍କା ଷ୍ଟାଡିୟମରେ ଏଟିକେ- ଚେନ୍ନାଇନ୍‌ ଫାଇନାଲ ଆଜି

ମାରଗାଓ, ୧୪।୩(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତର ଏହି ସର୍ବବୃହତ୍‌ ଫୁଟବଲ ଲିଗ୍‌ ଷଷ୍ଠ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ...

ସ୍ପେନ୍‌ରେ ନିୟମ ଭାଙ୍ଗିଲେ ଜୋକୋଭିଚ୍‌

ମାଡ୍ରିଡ୍‌, ୬ା୫: ବିଶ୍ୱର ନମ୍ବରୱାନ ଟେନିସ ଖେଳାଳି ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ସ୍ପେନରେ ଲକଡାଉନ୍‌ ନିୟମ ଭଙ୍ଗ କରିଛନ୍ତି। କରୋନା ଭାଇରସ ସଂକ୍ରମଣ କାରଣରୁ ସମ୍ପୂର୍ଣ୍ଣ...

ଜିରୋରୁ ଏମିତି ହିରୋ ବନିଥିଲେ ଧୋନୀ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ସୋମବାର କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି। ୨୦୦୪ ଡିସେମ୍ବର ୨୩ରେ...

ପ୍ରେମିକାଙ୍କ ଗୁଗ୍‌ଲିର ଶିକାର ହେଲେ ଚହଲ

ନୂଆଦିଲ୍ଲୀ,୨୨।୧୨: ବିଦେଶୀ ହେଉ କି, ଦେଶୀ ବ୍ୟାଟ୍ସମ୍ୟାନଙ୍କୁ ଗୁଗଲିର ହଇରାଣ କରୁଥିବା ଭାରତୀୟ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରେମିକାଙ୍କ ଗୁଗ୍‌ଲିର ଶିକାର ହୋଇଛନ୍ତି। ଏହି...

ଏମ୍‌ଏସ୍‌ଜିଙ୍କ ଗୋଲରେ ଜିତିଲା ବାର୍ସିଲୋନା

ମାଡ୍ରିଡ୍‌,୨୦।୧୦(ଏଏଫ୍‌ପି)- ଏମ୍‌ଏସ୍‌ଜି ଭାବେ ଜଣାଶୁଣା ବାର୍ସିଲୋନାର ଫରଓ୍ବାର୍ଡ ଲାଇନ ଲିଓନେଲ ମେସି, ଲୁଇସ ସୁଆରେଜ ଓ ଆଣ୍ଟିନୋ ଗ୍ରିଜମ୍ୟାନ ଏଠାରେ ଇବର ବିପକ୍ଷରେ ଶନିବାର ଖେଳାଯାଇଥିବା...

ବିକାଶଙ୍କ ଦ୍ୱିତୀୟ ପ୍ରଫେଶନାଲ ବାଉଟ୍‌

ନ୍ୟୁୟର୍କ, ୨୦ା୪ (ପି.ଟି.)-ଭାରତୀୟ ବକ୍ସର ବିକାଶ କ୍ରିଷନ ତାଙ୍କ ଦ୍ୱିତୀୟ ପ୍ରଫେଶନାଲ ବାଉଟ୍‌ରେ ଆମେରିକାର ନୋଆ କିଡ୍‌ଙ୍କୁ ଭେଟିବେ। ଏହି ମୁକାବିଲା ଶନିବାର ସ୍ଥାନୀୟ ଆଇକନିକ...

ବେଲ୍‌ଜିଆନ ଗ୍ରାଁ ପ୍ରି ଜିତିଲେ ହାମିଲଟନ

ସ୍ପା-ଫ୍ରାଙ୍କୋରଚାମ୍ପ୍ସ, ୩୦ା୮ (ଏପି)-ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ବେଲ୍‌ଜିଆନ ଫର୍ମୁଲା ଓ୍ବାନ୍‌ ମୋଟର ରେସ୍‌ ଜିତିଛନ୍ତି। ଏହା ହେଉଛି ତାଙ୍କ କ୍ୟାରିୟରର ୮୯ତମ ଟାଇଟଲ। ଫର୍ମୁଲା ଓ୍ବାନ...

Advertisement
Archives

Model This Week