Posted inଫୁରସତ

ଅନ୍‌ଲାଇନ୍‌ ଖେଳାଳିଙ୍କ ପାଇଁ ଗେମିଂ ବେଡ୍‌, ଦାମ୍‌ ରହିଛି ୮୧ ହଜାର

ଟୋକିଓ: ଅନ୍‌ଲାଇନ୍‌ ଗେମ୍‌ରେ ଯେଉଁମାନଙ୍କର ଉତ୍ସାହ ରହିଛି ସେମାନଙ୍କ ପାଇଁ ଏକ କମ୍ପାନୀ ଗେମିଂ ବେଡ୍‌ ତିଆରି କରିଛି। ଏହା ଉପରେ ଶୋଇ ଖେଳିପାରିବେ। ଏହା ଖେଳାଳିଙ୍କୁ କୌଣସି ଅସୁବିଧାରେ ପକାଇବ ନାହିଁ। ଏହି ବେଡ୍‌ରେ ଏକ ମ୍ୟାଟ୍ରେସ୍‌ ସହିତ ନରମ ଗଦି ଥିବା ହେଡ ବୋର୍ଡ ଲଗାଯାଇଛି। ଏଥିସହିତ ଏକ ଡେସ୍କ ମଧ୍ୟ ଲଗାଯାଇଛି। ଏଥିରେ ଏକ ସ୍ନାକ୍‌ ହୋଲ୍‌ଡର ରହିଛି। ଗେମ୍‌ ଖେଳିବା ସମୟରେ ସ୍ନାକ୍ସ ଖାଇବାର ମଜା ମଧ୍ୟ ନେଇପାରିବେ। ସ୍ମାର୍ଟଫୋନ୍‌ ହୋଲ୍‌ଡର ମଧ୍ୟ ରହିଛି। ଖେଳୁଥିବା ସମୟରେ ଯେମିତି ଫୋନ୍‌ ପଡ଼ି ନ ଯାଏ ସେପରି ବ୍ୟବସ୍ଥା କରାଯାଇଛି। ଏହି ବେଡ୍‌ର ଦାମ୍‌ ରହିଛି ୧୧୦୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାୋର ୮୧ ହଜାର ଟଙ୍କା।


କମ୍ପାନୀ ଅଧିକାରୀ କୁହନ୍ତି, ଅନ୍‌ଲାଇନ୍‌ ଗେମ୍‌ ଖେଳିବା ସମୟରେ ଖେଳାଳି ଯେମିତି ଅସୁବିଧାରେ ନ ପଡନ୍ତୁ। ଶୋଇକି ଆରାମରେ ଖେଳର ମଜା ନେବାକୁ ଦୃଷ୍ଟିରେ ରଖି ଏପରି ବେଡ୍‌ ତିଆରି କରାଯାଇଛି। କାରଣ ବସି ବସି ଖେଳିଲେ ଅଣ୍ଟା ପିଠି ଦରଜ ହେବାର ସମ୍ଭାବନା ରହିଛି। ତେଣୁ ଏହି ବେଡ୍‌କୁ ଆରାମଦାୟକ କରାଯାଇଛି। ଖେଳାଳି ବେଶ୍‌ ଭଲ ଭାବେ ଗେମ୍‌ ଉପଭୋଗ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଏନୟୁରେ ୫ ବର୍ଷ ଥିଲେ ସିକ୍ୟୁରିଟି ଗାର୍ଡ, ଏବେ ସେଠି ପାଠ ପଢିବାକୁ ଯୋଗ୍ୟ ବିବେଚିତ ହେଲେ

ନୂଆଦିଲ୍ଲୀ, ୧୫।୭: କଥାରେ ଅଛି ଯଦି ଧୈର୍ଯ୍ୟ, ସାହସ, ପରିଶ୍ରମ ଏବଂ ଇଚ୍ଛାଶକ୍ତି ଅଛି ତେବେ ସଫଳତା ପାଇବା ଆଦୌ କଷ୍ଟକର ନୁହେଁ। ଏହି ୪...

ଆଜି ବିଶ୍ୱ ମାତୃ ଦିବସ

”ବୋଉ…।“ କେତେ ଛୋଟିଆ ଏଇ ପଦଟି? ତେବେ, ସେଥିରେ କିଛି କିମିଆ ଅଛି ବୋଧେ। ଥରେ ଡାକିଦେଲେ ମନ ବଦଳିଯାଏ-ଦୁଃଖ ହଜିଯାଏ, କଷ୍ଟ କମିଯାଏ ଓ...

‘ବାହୁବଳୀ’ର ଗୀତ ଗାଇ ଚର୍ଚ୍ଚାରେ ଯୁବକ: କମ୍‌ ସମୟ ମଧ୍ୟରେ ଦେଖିଲେଣି ୫୦ ଲକ୍ଷରୁ ଅଧିକ ଲୋକ

ରେଳ ଷ୍ଟେଶନରେ ବସି ରାନୁ ମଣ୍ଡଳ ଲତା ମଙ୍ଗେସକରଙ୍କ ଗୀତକୁ ଏତି ସୁନ୍ଦରଭାବେ ଗାଇଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ସେ...

ଏହି ଦେଶରେ ବିବାହ ପୂର୍ବରୁ ବରକନ୍ୟାଙ୍କୁ ଗଛରେ ବାନ୍ଧି ଫିଙ୍ଗା ଯାଏ ପଚା ମାଛ, ପଚା ଅଣ୍ଡା

ବିବାହକୁ ନେଇ ପ୍ରତି ରାଜ୍ୟ ଏବଂ ପ୍ରତି ଦେଶରେ ଭିନ୍ନ ଭିନ୍ନ ପ୍ରଥା ରହିଛି। ସାରା ବିଶ୍ୱ ବିବିଧତାରେ ପରିପୂର୍ଣ୍ଣ। ବିବାହକୁ ନେଇ ପ୍ରତ୍ୟେକ ଦେଶରେ...

ବନ୍ୟାରେ ଭିଜି ଗଲା ବିବାହ ଟଙ୍କା: ରାସ୍ତାରେ ଶୁଖାଉଛନ୍ତି ପରିବାର ସଦସ୍ୟ

ମୁମ୍ବାଇ, ୨।୯: ବନ୍ୟା ଯୋଗୁ ଲୋକଙ୍କର ବହୁ କ୍ଷତି ହୋଇଛି। ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁ ଲୋକଙ୍କ ଆସବାବପତ୍ର ପାଣିରେ ନଷ୍ଟ ହୋଇଯାଇଛି। ସ୍ଥାନୀୟ ଭଣ୍ଡାରାରେ...

୨ ବର୍ଷର ଝିଅକୁ କାର୍‌ରେ ଲକ୍‌ ପକାଇ ଭୁଲିଗଲେ ମହିଳା: ୭ ଘଣ୍ଟା ପରେ…

ସାଧାରଣତଃ ଲୋକେ କାର୍‌ରେ ଜିତିଷ ରଖି ଭୁଲି ଯାଉଥିବା ନଜିର ରହିଛି। କିନ୍ତୁ କାର୍‌ରେ ଶିଶୁକୁ ଲକ୍‌ ପକାଇ ଭୁଲିଯିବା ନିହାତି ଆଶ୍ଚର୍ଯ୍ୟର କଥା। ଆମେରିକାର...

ଭୁଶୁଡ଼ିଲା ଡାରଓ୍ବିନ୍‌ ଆର୍କ

କ୍ୱିଟୋ: ବିବର୍ତ୍ତନବାଦର ଜନକ ଚାର୍ଲସ ଡାରଓ୍ବିନଙ୍କ ନାମରେ ନାମିତ ‘ଡାରଓ୍ବିନ ଆର୍କ’ ଏବେ ଇତିହାସ। ସମୁଦ୍ର ଲହଡ଼ି ସହିତ ଦୀର୍ଘଦିନର ସଂଘର୍ଷ ପରେ ଏହି ଐତିହାସିକ...

ଏହି ବ୍ୟକ୍ତି ଏମିତି ଶବ୍ଦ କରନ୍ତି ଯେ ଚାରିଆଡୁ ଉଡିଆସି ଏକାଠି ହୋଇଯାଆନ୍ତି କାଉ; ଭିଡିଓ ଦେଖିଲେ…

ଭାରତରେ ପ୍ରତିଭାର ଅଭାବ ନାହିଁ। ହେଲେ ଅନେକ ସମୟରେ ପ୍ରତିଭା ଦେଖାଇବା ପାଇଁ ସମସ୍ତଙ୍କୁ ପ୍ଲାଟଫର୍ମ ମିଳି ନ ଥାଏ। ଫଳରେ ବଣମଲ୍ଲୀର ମହକ ବଣରେ...

Advertisement


Archives

Model This Week