ଅନ୍‌ଲାଇନ୍‌ରେ ଯୌନ ବେପାର

ବେଙ୍ଗାଲୁରୁ,୨୮ା୫: ମହାମାରୀ କରୋନା ଭୟରେ ଦେହଜୀବୀମାନେ ବାହାରକୁ ବାହାରୁ ନାହାନ୍ତି। ଫଳରେ ସେମାନଙ୍କ ବେପାର ଠପ୍‌ ହୋଇଯାଇଛି। ଲୋକମାନେ ମଧ୍ୟ କରୋନା ଭୟରେ ସେମାନଙ୍କ ସହ ମିଳାମିଶା ବନ୍ଦ କରିଦେଇଛନ୍ତି। ତେଣୁ ଦୁର୍ଦ୍ଦିନରେ ଏବେ ଦେହଜୀବୀଙ୍କ ଜୀବନ କଟୁଥିବା ବେଳେ ବେଙ୍ଗାଲୁରୁରେ ଚାଲିଛି ଅନ୍‌ଲାଇନ୍‌ ସେକ୍ସଓ୍ବାର୍କ। କେତେଜଣ ଟେକ୍‌ ସେଭି ସେକ୍ସ ଓ୍ବାର୍କର ଅନ୍‌ଲାଇନ୍‌ରେ ସେମାନଙ୍କ ଦେହବେପାର ଆରମ୍ଭ କରିଦେଇଛନ୍ତି। ଭିଡିଓ ଟେଲିଫୋନୀ ପ୍ଲାଟଫର୍ମ ମାଧ୍ୟମରେ ସେମାନେ ଧନ୍ଦା ଆରମ୍ଭ କରିବା ସହ ଇ-ଓ୍ବାଲେଟ୍ସ ମାଧ୍ୟମରେ ପେମେଣ୍ଟ ନେଉଥିବା ଜଣାପଡ଼ିଛି। ଲକ୍‌ଡାଉନ୍‌ ଯୋଗୁ ସବୁ ଟ୍ରାଭେଲ ପ୍ଲାନ୍‌ ଫସର ଫାଟୁଥିବା ବେଳେ ଏଭଳି ଅନ୍‌ଲାଇନ୍‌ ସେକ୍ସଓ୍ବାର୍କକୁ ଅନେକ ଗ୍ରହଣ କରୁଥିବା ଦେଖାଯାଇଛି। ଜୁମ୍‌ ଆଇଡି ଓ ପାସ୍‌ଓ୍ବାର୍ଡ ଦିଆନିଆ ସହ ଟାଇମ୍‌ସୁଡ୍ୟୁଲ ମାଧ୍ୟମରେ ଏହି ଅନ୍‌ଲାଇନ୍‌ ସେକ୍ସଓ୍ବାର୍କ ଚାଲିଛି। ଭିଡିଓ କଲରେ କଥାବାର୍ତ୍ତା ଓ ବିଭିନ୍ନ ବଡିପୋଜ୍‌କୁ ନେଇ ଦର ନିର୍ଦ୍ଧାରଣ କରାଯାଇଥାଏ ବୋଲି ଜଣେ ବ୍ୟବସାୟୀ ତଥା ଗ୍ରାହକ ମତ ପ୍ରକାଶ କରି କହିଛନ୍ତି। ଏଥିରେ ଦେହଜୀବୀମାନେ ଘଣ୍ଟା ପିଛା ଦର ନିର୍ଦ୍ଧାରଣ କରିଥାନ୍ତି। ଠକାମିରୁ ବର୍ତ୍ତିବା ଲାଗି ଦେହଜୀବୀମାନେ ଭିଡିଓ ଆରମ୍ଭ ହେବା ପୂର୍ବରୁ ପେଟିଏମ୍‌ କିମ୍ବା ଗୁଗଲ ପେ ମାଧ୍ୟମରେ ଅଧଘଣ୍ଟାକୁ ୧ ହଜାର ଟଙ୍କା ପୈଠ କରିବାକୁ (ଅପ୍‌ଫ୍ରଣ୍ଟ ପେମେଣ୍ଟ) ଦାବି କରିଥାନ୍ତି। ଏଭଳି ଦେହଜୀବୀଙ୍କ ମାତ୍ରା ବହୁତ୍‌ କମ୍‌ ଓ ହାଇ ଷ୍ଟାଟସ୍‌ର ବୋଲି ଜଣାପଡ଼ିଛି। ଲକ୍‌ଡାଉନ୍‌ ଯୋଗୁ ନିଜ ଗୁଜୁରାଣ ମେଣ୍ଟାଇବା ଲାଗି ଦେହଜୀବୀମାନେ ଏଭଳି ରାସ୍ତା ବାଛିନେଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଗୁଗଲ-ଜି ମେଲ୍‌ ସର୍ଭର ଡାଉନ୍‌

ନୂଆଦିଲ୍ଲୀ, ୨୦।୮: ଭାରତରେ ଗୁରୁବାର ସକାଳଠାରୁ ଗୁଗଲ ଏବଂ ଜି-ମେଲ୍‌ ସର୍ଭର ଡାଉନ୍‌ ରହିଛି। ଫଳରେ ୟୁଜରଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଜି-ମେଲ୍‌ରେ ଆକ୍ଟିଭ୍‌...

କରୋନା ଲଢେଇରେ ଯୋଡି ହେଲା ଆଉ ଏକ ଅସ୍ତ୍ର

ଲଣ୍ଡନ,୪ ।୧୧: କରୋନା ଯୁଦ୍ଧରେ ଲଢିବାକୁ ଆଉ ଏକ ଅସ୍ତ୍ର ମିଳିଯାଇଛି । ବ୍ରିଟେନରେ କରୋନାର ଚିକିତ୍ସା ପାଇଁ ‘ମର୍କ’ ବଟିକାକୁ ବ୍ୟବହାର କରିବାକୁ ମଞ୍ଜୁରୀ...

୩ ବର୍ଷର କାର୍ଯ୍ୟକାଳ: ନଡ୍ଡାଙ୍କ ଆଗରେ ଦକ୍ଷିଣ ଏବଂ ପୂର୍ବୋତ୍ତର ଅଗ୍ନି ପରୀକ୍ଷା

ନୂଆଦିଲ୍ଲୀ,୨୦।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଜେ.ପି. ନଡ୍ଡା ସୋମବାର କାର୍ଯ୍ୟ ଭାର ସମ୍ଭାଳିଛନ୍ତି। ସେ ଏହି ପଦରେ ଆସନ୍ତା ୨୦୨୩ ପର୍ଯ୍ୟନ୍ତ ରହିବେ। ନଡ୍ଡାଙ୍କ...

ସୋସିଆଲ ମିଡିଆ ପ୍ରଭାବ: ଲତାଙ୍କ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା ରାନୁଙ୍କ ଭାଗ୍ୟ ବଦଳିଲା, ମିଳୁଛି ଅନେକ ଶୋ’ର ଅଫର୍‌

ମୁମ୍ବାଇ: ଆଜିର ଅତ୍ୟାଧୁନିକ ସମାଜରେ ସୋସିଆଲ ମିଡିଆର ପ୍ରଭାବ ଅଧିକ।ଏଥିରେ କୌଣସି ଘଟଣା ଥରେ ଭାଇରାଲ ହେବା ପରେ ରାତାରାତି ଷ୍ଟାର ପାଲଟିଯାଆନ୍ତି ଅନେକେ। ଏପରି...

କରୋନାରେ ଆକ୍ରାନ୍ତ ହୋଇ କଂଗ୍ରେସ ଏମ୍‌ପିଙ୍କ ପରଲୋକ…

ନୂଆଦିଲ୍ଲୀ,୧୬।୫: କରୋନାରେ ଆକ୍ରାନ୍ତ ହୋଇ କଂଗ୍ରେସର ରାଜ୍ୟସଭା ଏମ୍‌ପି ରାଜୀବ ସାତଭ୍‌ଙ୍କର ରବିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା। ଏସମ୍ପର୍କରେ କଂଗ୍ରେସ...

ରକ୍ତ ଚାହେଁ ଏ ଜମି, ବିବାଦୀୟ ସାଇନ ବୋର୍ଡ ଭାଇରାଲ…

ଭୋପାଳ, ୧୨।୫ : ମଧ୍ୟପ୍ରଦେଶର ଛତ୍ରପୁର ଜିଲାର ଏକ ଛୋଟ ଗାଁରେ ଲଗାଯାଇଥିବା ବିବାଦୀୟ ସାଇନ ବୋର୍ଡକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି...

ଚଳନ୍ତା ଟ୍ରେନ୍‌ରେ ସ୍ବାମୀଙ୍କ ସାମ୍ନାରେ ସ୍ତ୍ରୀଙ୍କୁ ଗଣବଳାତ୍କାର

ମୁମ୍ବାଇ,୯ା୧୦: ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସରେ ଜଣେ ମହିଳାଙ୍କୁ ଗଣବଳାତ୍କାର ହୋଇଥିବା ଖବର ସାମ୍ନାକୁ ଆସିଛି। ଏପରି ନିନ୍ଦନୀୟ ଘଟଣା ଶୁକ୍ରବାର ରାତିରେ ଘଟିଛି।...

‘ତାମିଲଙ୍କୁ ଶୂଦ୍ର କରିଦେବ ହିନ୍ଦୀ’

ଚେନ୍ନାଇ,୭।୬:ଡିଏମ୍‌କେ ନେତା ତଥା ରାଜ୍ୟ ସଭା ସଦସ୍ୟ ଟି.କେ.ଏସ୍‌. ଇଲାଙ୍ଗୋଭାନ ହିନ୍ଦୀ ଭାଷାକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ହିନ୍ଦୀ କହିବା ଦ୍ୱାରା ତାମିଲ ଲୋକମାନେ...

Advertisement
Archives

Model This Week