ଅନ୍‌ଲାଇନ୍‌ରେ ମିଳିବ କୋର୍ଟ କାର୍ଯ୍ୟ ସୁବିଧା

କଟକ ଅଫିସ,୧୬ା୫: ଓଡ଼ିଶା ହାଇକୋର୍ଟ ଓ ଜିଲା କୋର୍ଟ କମ୍ପ୍ଲେକ୍ସଠାରେ ଶୁକ୍ରବାର ଇ-ସେବା କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ଓ ଜଷ୍ଟିସ୍‌ କୁମାରୀ ସଞ୍ଜୁ ପଣ୍ଡା ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି କେନ୍ଦ୍ରରୁ ଅନ୍‌ଲାଇନରେ ହେଉଥିବା ବିଭିନ୍ନ ପ୍ରକାର କୋର୍ଟ କାର୍ଯ୍ୟର ସୁବିଧା ପାଇବେ ଆଇନଜୀବୀ ଓ ଏତଲାକାରୀ। ମାମଲା ସ୍ଥିତି, ଭିଡିଓ କନଫରେନ୍ସ ଜରିଆରେ ଶୁଣାଣିରେ ଭାଗନେବା, ଶୁଣାଣିର ନକଲ, ଇ-ମୁଲାକାତ୍‌ ପାଇଁ ଆବେଦନ ସହ ଅନ୍ୟ ଆଇନ୍‌ଗତ ସୁବିଧା ମିଳିବ। ଯେଉଁମାନେ ଏହି କେନ୍ଦ୍ରକୁ ଯାଇ ନ ପାରିବେ, ସେମାନଙ୍କୁ ଏହି ସବୁ ସୁବିଧା ହାଇକୋର୍ଟର ୱେବ୍‌ସାଇଟ୍‌ରେ ମଧ୍ୟ ମିଳିବ। ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଜିଲା ଓ ତାଲୁକାସ୍ତରୀୟ କୋର୍ଟରେ ମଧ୍ୟ ଇ-ସେବା କେନ୍ଦ୍ର ଖୋଲାଯିବ। କେନ୍ଦ୍ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଡଭୋକେଟ୍‌ ଜେନେରାଲ୍‌, ଆସିଷ୍ଟାଣ୍ଟ ସଲିସିଟର୍‌ ଜେନେରାଲ୍‌, ହାଇକୋର୍ଟ ବାର୍‌ ଆସୋସିଏଶନ ପଦାଧିକାରୀ ଏବଂ ହାଇକୋର୍ଟ ରେଜିଷ୍ଟ୍ରାର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ଜିଲା: ପାସ୍‌ହାର ୭୮.୬୭%ଭୁବନେଶ୍ୱରରେ ୮୨%

ଖୋର୍ଦ୍ଧା ଅଫିସ୍‌/ଭୁବନେଶ୍ୱର,୨୨।୫(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ୨୦୧୯ ମାଟ୍ରିକ୍‌ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଖୋର୍ଦ୍ଧା ଜିଲାରେ ୭୮.୬୭ପ୍ରତିଶତ ପାସ୍‌ହାର ରହିଛି।...

ରହିତାଦେଶ ଉଠାଇବାକୁ ସାନି ମାମଲା

କଟକ ଅଫିସ,୧୩।୮: ବାରିପଦା ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ବଢ଼ିବାରେ ଲାଗିଛି। ଉଚ୍ଚତମ ନ୍ୟାୟାଳୟରେ ଏହି ମାମଲା ବିଚାରାଧୀନ ଥିବାବେଳେ ମଙ୍ଗଳବାର...

କୋଚିଂ ସେଣ୍ଟରରୁ ଛାତ୍ରୀଙ୍କୁ ଅପହରଣ

ବୁଗୁଡା,୨୨ା୪: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ପୋଲିସ ଗୁରୁବାର ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।...

କର୍ନାଟକରେ ଅଟକି ରହିଛନ୍ତି ୭୦ ଦାଦନ ଶ୍ରମିକ

ବିନିକା,୩୦।୩(ଡି.ଏନ୍‌.ଏ)-ସୁବର୍ଣ୍ଣପୁର ଜିଲା ବିନିକା ଓ ଡୁଙ୍ଗୁରିପାଲି ବ୍ଲକର ୭୦ଜଣ ଦାଦନ ଶ୍ରମିକ କର୍ନାଟକ ରାଜ୍ୟ ସିତାନ୍ୟାକାହ୍ଲିଠାରେ ଅଟକି ରହିଛନ୍ତି। ଦେଶବ୍ୟାପୀ ଲକ୍‌ ଡାଉନ୍‌ ଘୋଷଣା ପରଠାରୁ...

ଯୁକ୍ତ୨ ପରୀକ୍ଷା ବାତିଲ ସମ୍ଭାବନା ବଢୁଛି, ଆଜି ନିଷ୍ପତ୍ତି

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ଏକ ଜରୁରୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ସମୀର ରଞ୍ଜାନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ଦ.ପୂ. ରେଳପଥ ଜିଏମ୍‌ଙ୍କ ବଡ଼ବିଲ ଗସ୍ତ: ବଡ଼ବିଲ-ବାଂଶପାଣି ରେଳପଥ ଦାବି ଦୋହରାଇଲା ବିକାଶ ପରିଷଦ

ବଡ଼ବିଲ,୨୯।୯(ସ୍ବ.ପ୍ର.)- ଦ.ପୂ. ରେଳବାଇ ଜିଏମ ସଞ୍ଜୟ କୁମାର ମହାନ୍ତି ଶନିବାର ସାରେ କେନ୍ଦୁଝର ଜିଲା ବଡ଼ବିଲ ରେଳଷ୍ଟେଶନ ପରିଦର୍ଶନରେ ଆସି ପହଞ୍ଚିଥିଲେ। ଏହି ଅବସରରେ ବଡ଼ବିଲ...

ପାରିବାରିକ କଳହ ଯୋଗୁ ନଦୀକୁ ଡେଇଁ ପଡ଼ିଲେ ଯୁବକ

ମହାକାଳପଡ଼ା,୫।୫(ଡି.ଏନ.ଏ.)-ପାରିବାରିକ କଳହ ଯୋଗୁ ନଦୀକୁ ଡେଇଁ ପଡ଼ିଲେ ଯୁବକ। ପରେ ସ୍ଥାନୀୟ ଲୋକ ଓ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉକ୍ତ ଯୁବକଙ୍କୁ ଉଦ୍ଧାର କରି...

ରାତି ହେଲେ ଗାଁକୁ ଆସୁଛି ଭାଲୁ, ମନ୍ଦିରରେ ପଶିଥିବାବେଳେ ଭିଡିଓ ଭାଇରାଲ

ନବରଙ୍ଗପୁର,୧୫।୧(ଡି.ଏନ୍‌.ଏ.): ଗ୍ରାମ ମନ୍ଦିର ପରିସରରେ ଭାଲୁ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଗ୍ରାମରେ ଥିବା ହନୁମାନ ମନ୍ଦିର...

Advertisement
Archives

Model This Week