ଅନ୍ୟ ରାଜ୍ୟରୁ ଗଞ୍ଜାମ ଫେରିବାକୁ ପଞ୍ଜୀକରଣ କଲେଣି ୧.୯୧ ଲକ୍ଷ ଲୋକ

ଛତ୍ରପୁର, ୨୯।୪(ଡି.ଏନ୍‌.ଏ.): ଲକ୍‌ଡାଉନ ଉଠିବା ପରେ ବିଭିନ୍ନ ରାଜ୍ୟରୁ ଗଞ୍ଜାମ ଜ଼ିଲାକୁ ଶ୍ରମିକ, ଛାତ୍ରୀଛାତ୍ର ଓ ଅନ୍ୟମାନେ ଫେରିବେ। ଏ ନେଇ ପଞ୍ଜୀକରଣ କରିବାକୁ ଓଡିଶା ସରକାର ବାଧ୍ୟତାମୂଳକ କରିଛନ୍ତି। ଗତ ୨୪ ତାରିଖରୁ ଏହି ପଞ୍ଜୀକରଣ ଆରମ୍ଭ ହୋଇଛି। ଅନଲାଇନ ସହ ଅଫ୍‌ଲାଇନରେ ମଧ୍ୟ ଗଞ୍ଜାମ ଫେରିବାକୁ ଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ଜରିଆରେ ପଞ୍ଜୀକରଣ କରାଯାଉଛି । ୨୮ ତାରିଖ ରାତି ସୁଦ୍ଧା ଅନ୍ୟ ରାଜ୍ୟରୁ ଗଞ୍ଜାମ ଫେରିବାକୁ ୧ ଲକ୍ଷ ୯୧ ହଜାର ୭୮୦ ଜଣ ପଞ୍ଜୀକରଣ କରିଥିବା ସୂଚନା ମିଳିଛି। ଏଥିମଧ୍ୟରେ ଜ଼ିଲାର ୨୨ ବ୍ଲକର ଗ୍ରାମାଞ୍ଚଳକୁ ଫେରିବା ପାଇଁ ୧ ଲକ୍ଷ ୮୨ ହଜାର ୮୫୪ ଜଣ ଓ ୧୮ ସହରାଞ୍ଚଳକୁ ୮ ହଜାର ୯୨୬ ଜଣ ଫେରିବା ପାଇଁ ପଞ୍ଜୀକରଣ କରିଛନ୍ତି। ଲକ୍‌ଡାଉନ ପରେ ପଞ୍ଜୀକରଣ କରିଥିବା ଲୋକ ଗଞ୍ଜାମ ଫେରିବେ। ଏହା ପରେ ସେମାନଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲଙ୍କ ଘରୁ ଡକାୟତି : ନେଇଗଲେ ୫୦ ହଜାର ଟଙ୍କା ସମେତ ସୁନାଗହଣା

ଅନୁଗୋଳ ଅଫିସ,୪।୧୧: ନାଲକୋ ଥାନା କୁଲାଡ଼ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଓକିଲ ବିଭୂତି ଭୂଷଣ ପଟ୍ଟନାୟକଙ୍କ ଘରେ...

ବେଦିରେ କନ୍ୟା ଅମଙ୍ଗ, ବର ଅଚେତ

ବାଲିଆପାଳ, ୧୯ା୫(ସ୍ବ.ପ୍ର.): ବେଦି ସଜା ହୋଇଥିଲା। ବନ୍ଧୁବାନ୍ଧବ, ଆତ୍ମୀୟସ୍ବଜନଙ୍କ ଉପସ୍ଥିତିରେ ବୈଦିକ ରୀତିନୀତିରେ ଚାଲିଥିଲା ବିବାହ କାର୍ଯ୍ୟ। ବର କନ୍ୟାଙ୍କ ହାତଗଣ୍ଠି ବି ପଡିସାରିଥିଲା। ହେଲେ...

ସମ୍ବର୍ଦ୍ଧିତ ହେଲେ ସଫେଇ କର୍ମଚାରୀ

ସୁନାବେଡ଼ା,୧୮ ।  ୪(ସ୍ବ.ପ୍ର.): ଲକ୍‌ଡାଉନ ବେଳେ ସମସ୍ତେ ଘରେ ଥିବାବେଳେ ବାହାରର ଆବର୍ଜନା ସଫେଇ ପାଇଁ ବାହାରି ଆସି କାମରେ ଲାଗିଛନ୍ତି ସଫେଇ କର୍ମଚାରୀ। ପୌରପରିଷଦ...

ସ୍ବପ୍ନ ସରିଲା, ନୂଆ ସ୍ବପ୍ନ

ଭୁବନେଶ୍ୱର, ୧୦ା୫(ବ୍ୟୁରୋ): ରାଜ୍ୟରେ ପୂର୍ବ ପ୍ରସ୍ତାବିତ ଟାଟା ମେମୋରିଆଲ କ୍ୟାନ୍‌ସର ହସ୍ପିଟାଲ ପ୍ରତିଷ୍ଠା କେତେବାଟ ଗଲା ସେକଥା ଏଯାଏ ଜଣାପଡ଼ିନାହିଁ। ହେଲେ ବର୍ତ୍ତମାନ ଭୁବନେଶ୍ୱରଠାରେ ୨୦୨୪...

ସରିଲା ନିବେଶ ମହାକୁମ୍ଭ

ଭୁବନେଶ୍ୱର,୫।୧୨(ବ୍ୟୁରୋ):ଚଳିତ ବର୍ଷ ନଭେମ୍ବର ୩୦ରୁ ଆରମ୍ଭ ହୋଇଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ (ଏମ୍‌ଆଇଓସି)-୨୨ ରବିବାର ଆନୁଷ୍ଠାନିକ ଭାବେ ଶେଷ ହୋଇଛି। ଗତ ୫ ଦିନ...

ପ୍ରଶାସନ ଦେଉଛି ମିଛ ପ୍ରତିଶ୍ରୁତି

ଭଦ୍ରକ ଅଫିସ,୨୪।୪: ୨୦୧୪ରୁ ୨୦୨୨ ପର୍ଯ୍ୟନ୍ତ ଭଦ୍ରକ ଜିଲା ପ୍ରଶାସନ ଭୂମିହୀନ ଓ ଘରଡିହ ନ ଥିବା ପରିବାରକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଆସିଛି। ଚାଷୀ-ମୂଲିଆ ସଂଘର...

ସିଆରଜେଡ଼ ଜନଅଭିଯୋଗ ଶୁଣାଣି: ଆସିଲେନି ବିଭାଗୀୟ ଅଧିକାରୀ, ତହସିଲଦାର ହଟହଟା

ବାଲିଆପାଳ,୧୩।୧(ସ୍ବ.ପ୍ର.)-ସାମୁଦ୍ରିକ ତଟବର୍ତ୍ତୀ ପରିଚାଳନା ଜୋନ (ସିଆରଜେଡ୍‌)ର ପ୍ରସ୍ତାବିତ ନକ୍ସା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଏବଂ ଲୋକଙ୍କଠାରୁ ଅଭିଯୋଗ ଶୁଣିବା ପାଇଁ ବାଲିଆପାଳ ତହସିଲଦାର ସୋମବାର...

ଜୟପୁରରେ ଭାଜପାର ସିଏଏକୁ ସମର୍ଥନ ରାଲି: ଯୋଗ ଦେଲେ ରୂପା ଗାଙ୍ଗୁଲୀ

ଜୟପୁର,୨୨।୧(ଡି.ଏନ୍‌.ଏ.): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟ ସଭା ଏମ୍‌ପି ରୂପା ଗାଙ୍ଗୁଲୀ ବୁଧବାର କୋରାପୁଟ ଜିଲା ଜୟପୁର ଯାତ୍ରା କରିଛନ୍ତି। ସେଠାରେ ନାଗରିକତ୍ୱ...

Advertisement
Archives

Model This Week