Advertisement

ଅନ୍ୟ ଟ୍ୟାଙ୍କରରେ ଭରାଗଲା ଗ୍ୟାସ୍‌

ବଇଣ୍ଡା, ୫ା୩(ଡି.ଏନ.ଏ.):  ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା କମରେଇ ନିକଟ ୫୫ନଂ. ଜାତୀୟ ରାଜପଥରେ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ଏକ ପ୍ରୋପେନ ଗ୍ୟାସ୍‌ ବୋଝେଇ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌ ନେଇ ଯେଉଁ ଆତଙ୍କ ସୃଷ୍ଟି ହୋଇଥିଲା। ବୁଧବାର ଅପରାହ୍ନରେ ତାହାର ଅବସାନ ଘଟିଛି। ଓଲଟିପଡ଼ିଥିବା ଟ୍ୟାଙ୍କରରୁ ଗ୍ୟାସ୍‌ ଅନ୍ୟ ଏକ ଟ୍ୟାଙ୍କରରେ ଭରାଯିବା ପରେ କ୍ରେନ୍‌ ଯୋଗେ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରକୁ ହଟାଯାଇଥିଲା। ଫଳରେ ଦୀର୍ଘ ୨୪ ଘଣ୍ଟା ପରେ ରାଜପଥରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।
ପୋଲିସ କହିଛି, ଟ୍ୟାଙ୍କରଟି ହଳଦିଆରୁ ଛତିଶଗଡର ରାୟଗଡ ଅଭିମୁଖେ ଯାଉଥିଲା। ଚାଳକ ମଦ ନିଶାରେ ଥିବାରୁ କମରେଇ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିବାରୁ ଗ୍ୟାସ୍‌ ଲିକ୍‌ ହୋଇ ଆଖପାଖ ଗ୍ରାମରେ ଆତଙ୍କ ଖେଳାଇ ଦେଇଥିଲା। ପ୍ରଶାସନ, ପୋଲିସ ଓ ୪ଟି ଅଗ୍ନିଶମ ଟିମ୍‌ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ରାତି ପ୍ରାୟ ୧୧ଟାରେ ବାଲେଶ୍ୱର, ହଳଦିଆ ଓ ଝାରସୁଗୁଡାରୁ ୩ଟି ବିଶେଷଜ୍ଞ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ବୁଧବାର ସକାଳୁ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଅନ୍ୟ ଏକ ଟ୍ୟାଙ୍କରରେ ଗ୍ୟାସ୍‌ ଫିଲିଙ୍ଗ କାମ ଆରମ୍ଭ ହୋଇଥିଲା। ପରେ ଜେଏସ୍‌ପିଏଲ୍‌ର ଏକ ହେଭି କ୍ରେନ୍‌ ଦ୍ୱାରା ଦୁର୍ଘଟଣାସ୍ତ ଟ୍ୟାଙ୍କରକୁ ରାଜପଥ ଉପରୁ ହଟାଯାଇଥିଲା। ଏହାପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ପୋଲିସ ମଦ୍ୟପାନ କରିଥିବା ଟ୍ୟାଙ୍କର ଚାଳକ ଉତ୍ତରପ୍ରଦେଶ ରସୁଲପୁର ଅଞ୍ଚଳର ରାଭରତନ ୟାଦବଙ୍କୁ ଗିରଫ କରିଛି। ଦୁର୍ଘଟଣା ଯୋଗୁ ମଙ୍ଗଳବାର ରାତିରୁ ଆଖପାଖ ଗ୍ରାମରେ ରୋଷେଇ ବନ୍ଦ ଥିବାବେଳେ ହଣ୍ଡପା, ବଇଶିଣା, ପାଗବନ୍ଧା, ନାକିଚି, କମରେଇ ଅଞ୍ଚଳବାସୀ ବସ୍‌ ସେବାରୁ ବଞ୍ଚିତ ହୋଇଥିଲେ। ସେହିପରି ଯୁକ୍ତ ୨ ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ରମାନେ ବସ୍‌ ନ ପାଇ ଗାଡ଼ି ଭଡ଼ା କରି ବିଭିନ୍ନ ମହାବିଦ୍ୟାଳୟରେ ବିଳମ୍ବରେ ପହଞ୍ଚି ପରୀକ୍ଷା ଦେଇଥିଲେ। ପ୍ରଶାସନ ପକ୍ଷରୁ ମଙ୍ଗଳବାର ରାତିରେ କମରେଇ ଗ୍ରାମରେ ଚୁଡା, ଚିନି, କଦଳୀ, ବିସ୍କୁଟ ବଣ୍ଟନ କରାଯାଇଥିଲା। ବୁଧବାର ପଞ୍ଚାୟତ ପକ୍ଷରୁ ମଣ୍ଡାମ ପ୍ରାଥମିକ ବିଦ୍ୟାଳୟରେ ରୋଷେଇ କରି କମରେଇ ଓ ମଣ୍ଡାମ ଗ୍ରାମବାସୀଙ୍କୁ ଖାଦ୍ୟ ଯୋଗାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୁମ୍ଭମେଳା ଫେରନ୍ତାଙ୍କ ପାଇଁ ଆର୍‌ଟି-ପିସିଆର୍‌ ବାଧ୍ୟତାମୂଳକ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଓଡ଼ିଶାରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର କେତେକ କଡ଼ା ସତର୍କତା ଅବଲମ୍ବନ କରୁଛନ୍ତି। ଏହି କ୍ରମରେ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ପଞ୍ଜୀକୃତ...

୨ଦିନ ଆହୁରି ବଢିବ ତାତି!

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅସହ୍ୟ ତାତିରେ କଲବଲ ହୋଉଛନ୍ତି ଲୋକେ। ତେବେ ୨ଦିନ ମଧ୍ୟରେ ତାତିରେ ବିଶେଷ ପରିବର୍ତ୍ତନ ହେବ ନାହିଁ...

ରବିବାରଠାରୁ ରାଜଧାନୀ, କଟକର ସମସ୍ତ ପାର୍କ ବନ୍ଦ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ରାଜଧାନୀ ସମେତ କଟକର ସମସ୍ତ ପାର୍କ ବନ୍ଦ ରହିବ। ସରକାରୀ ଓ ଘରୋଇ ମାଲିକାନାରେ ଥିବା ସମସ୍ତ ପାର୍କ ରବିବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ...

ଓଡ଼ିଶାକୁ ଇତିହାସରେ ସର୍ବାଧିକ ରେଳ ଅନୁଦାନ: ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୩।୨(ବ୍ୟୁରୋ): ଓଡ଼ିଶାକୁ ରେଳ ବଜେଟ ଅନୁଦାନ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିକ୍ରିୟା ରଖିଛନ୍ତି। ଖବରଦାତା ସମ୍ମିଳନୀରେ ରେଳ ବଜେଟକୁ ନେଇ ସେ କହିଛନ୍ତି,...

୧୪ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂଜାରି, ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିସହିତ ସ୍ଥାନେ ସ୍ଥାନେ ବଜ୍ରପାତ ହେବାର ସମ୍ଭାବନା ରହିଛି...

ହିନ୍ଦୁସ୍ତାନୀ ବାଦ୍ୟ ସଙ୍ଗୀତରେ ବାନ୍ଧିହେଲେ ଶ୍ରୋତା

ଭୁବନେଶ୍ୱର,୬।୯(ବ୍ୟୁରୋ):ହିନ୍ଦୁସ୍ତାନୀ ବାଦ୍ୟ ସଙ୍ଗୀତରେ ଶ୍ରୋତାଙ୍କୁ ବାନ୍ଧି ରଖିଥିଲେ ୩ ଶିଳ୍ପୀ। ବଂଶୀ, ଜେମ୍ବେ ଓ ତବଲାର ମୂର୍ଚ୍ଛନା ମଞ୍ଚରେ ସୃଷ୍ଟି କରିଥିଲା ନିଆରା ପରିବେଶ। ଅବସର...

ବଜ୍ରପାତରେ ୪ ଗୋରୁ ମୃତ

କେନ୍ଦୁଝର, ୨୧।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ସଦର ବ୍ଲକ ରାଇକଳା ପଞ୍ଚାୟତ ସଣ୍ଡିଆପୋଷି ଗ୍ରାମରେ ସୋମବାର ଅପରାହ୍ନରେ ବଜ୍ରପାତ ହୋଇ ଭଦ୍ରୁ ନାଏକଙ୍କର ୩ଟି ଗାଈ ଏବଂ ଶରତ...

ଦେଶୀଧାନକୁ ଝୁରୁଛନ୍ତି ଚାଷୀ

କଣାସ, ୫।୬(ସ୍ବ.ପ୍ର): ସମୟ ଓ ପାଣିପାଗର ପରିବର୍ତ୍ତନରେ ପାରମ୍ପରିକ ଚାଷର ପ୍ରଣାଳୀ ମଧ୍ୟ ବଦଳି ଚାଲିଛି। ଅତ୍ୟାଧୁନିକ ବିହନ ଓ ସାର, ଔଷଧର ବ୍ୟବହାର ଯୋଗୁ...

Advertisement
Archives

Model This Week