ଅନୁଗୋଳ ପୋଲିସ ହାତରେ ଲେଡି ଡକାୟତ ଗ୍ୟାଙ୍ଗ : ମାଷ୍ଟର ମାଇଣ୍ଡ, ୨ ସହଯୋଗୀ ଗିରଫ

ଅନୁଗୋଳ ଅଫିସ, ୬।୬ – ଅନୁଗୋଳ ପୋଲିସକୁ ମିଳିଛି ବଡ଼ ସଫଳତା। ଲିଫ୍ଟ ମାଗି ଡକାୟତି କରୁଥିବା ଏକ ଲେଡି ଡକାୟତ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୋଲିସ। ୧୫ ମାସ ବିଳମ୍ବ ହେଲେ ବି ଉକ୍ତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ବନ୍ତଳା ଥାନା ଚଟିଆଗଜି ଅଞ୍ଚଳର ସୁଷମା ନାଏକ(୨୪), ତାଙ୍କ ସ୍ବାମୀ ଜିତେନ୍ଦ୍ର ନାଏକ(୨୫) ଓ ସହଯୋଗୀ ଅନୁଗୋଳ ଥାନା ଘୁଞ୍ଜୁପାଳର କାହ୍ନା ଓରଫ ତପନ କୁମାର ନାଏକ(୨୪)କୁ ପୋଲିସ ଗିରଫ କରିଛି। ଅନ୍ୟଜଣେ ମହିଳା ସହଯୋଗୀ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। କୁରୁଡ଼ୁଲୁ-ଏଫସିଆଇ ରାସ୍ତାରେ ୨୦୧୮ରେ ହୋଇଥିବା ଏକ ଡକାୟତି ଅଭିଯୋଗକୁ ନେଇ ପୋଲିସ ନଂ. ୧୦୬/୧୮ରେ ମାମଲା ରୁଜୁ କରିଥିଲା। ଉକ୍ତ ଗ୍ୟାଙ୍ଗକୁ ଧରିବାକୁ ସେବେଠାରୁ ଉଦ୍ୟମ ଜାରି ରହିଥିଲା ବୋଲି ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି। ଗିରଫ ଡକାୟତଙ୍କ ନିକଟରୁ ଗୋଟିଏ ସୁନା ମୁଦି ଓ ଏକ ବାଘ ନଖ ଲକେଟ ଉଦ୍ଧାର କରାଯାଇଛି।
ପୋଲିସ କହିଛି, ଅନୁଗୋଳ ଥାନା କୁରୁଡ଼ୁଲୁ-ଏଫସିଆଇ ରାସ୍ତାରେ ୨୦୧୮ ଫେବୃୟାରୀରେ ଅକ୍ଷୟ କୁମାର ଦାସ ଏକ ଗାଡ଼ିରେ ଫେରୁଥିବାବେଳେ ଦୁଇ ଜଣ ମହିଳା ତାଙ୍କୁ ଲିଫ୍ଟ ମାଗିଥିଲେ। ସେ ଗାଡ଼ି ରଖିବା ପରେ ଲେଡି ଡକାୟତ ସୁଷମା ଓ ଗ୍ୟାଙ୍ଗର ଅନ୍ୟମାନେ ମୁଖା ପିନ୍ଧି ଅକ୍ଷୟଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ। ଏହାପରେ ଅକ୍ଷୟଙ୍କୁ ଏକ ଗଛରେ ବାନ୍ଧି ସୁନା ମୁଦି, ନଗଦ ଟଙ୍କା ଛଡ଼ାଇ ନେଇଥିଲେ। ମାଡ଼ମାରି ଏଟିଏମ୍‌ ନେଇ ୩୦ ହଜାର ଟଙ୍କା ଉଠାଇ ନେଇଥିଲେ। ଘଟଣାର ତଦନ୍ତ କରୁଥିବା ପୋଲିସ ଏହି ଗ୍ୟାଙ୍ଗକୁ ଧରିବା ପାଇଁ ଉଦ୍ଦ୍ୟମ କରୁଥିଲେ ମଧ୍ୟ ବିଫଳ ହେଉଥିଲା। ତେବେ ଲେଡି ଡକାୟତ ସୁଷମା ଚଟିଆଗଜିରେ ଥିବା ଅନୁଗୋଳ ପୋଲିସ ଖବରପାଇ ଚଢ଼ାଉ କରିଥିଲା। ସୁଷମା ଓ ଜିତେନ୍ଦ୍ରଙ୍କୁ ଧରିବା ପରେ କାହ୍ନାଙ୍କୁ ଗିରଫ କରିଥିଲା। ସମସ୍ତଙ୍କୁ ପଚରାଉଚରା ପରେ କୋର୍ଟଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ ହେଲା ଅନୁଗୋଳ ଜିଲା

ଅନୁଗୋଳ ଅଫିସ୍‌, ୨୨।୩ – ରାଜ୍ୟର ୫ଟି ଜିଲାକୁ ମୁଖ୍ୟମନ୍ତ୍ରୀ ଲକ୍‌ ଡାଉନ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ମାର୍ଚ୍ଚ ୨୨ରୁ ୨୯ ତାରିଖ ଯାଏ...

ଅନୁଗୋଳରେ ଅନୁପମା ବିଜୟୀ

ଅନୁଗୋଳ ଅଫିସ,୮।୪ ଅନୁଗୋଳ ପୌରପାଳିକା ଉପାଧ୍ୟକ୍ଷା ପଦ ପ୍ରଥମ ଥର ପାଇଁ ଭାଜପା ଅକ୍ତିଆର କରିଛି। ଗୁରୁବାର ଏହି ପଦବୀ ପାଇଁ ନିର୍ବାଚନ ହୋଇଥିବା ବେଳେ...

ଧାରଣାକାରୀଙ୍କୁ ଉଠାଇନେଲା ପୋଲିସ

ଛେଣ୍ଡିପଦା, ୨୩।୪: (ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବରପଦା ପଞ୍ଚାୟତ ଗୋପୀବଲ୍ଲଭପୁରଠାରେ ନାଲ୍‌କୋର ଉତ୍କଳ ଡି ଓ ଇ କମ୍ପାନୀ ପକ୍ଷରୁ ପ୍ରସ୍ତାବିତ ଖଣି...

କଷ୍ଟ ଦେଉଛି ଗଁ। ରାସ୍ତା

ମାଧପୁର,୮ା୮ – ୩ ଗ୍ରାମର ଲୋକଙ୍କ ଭରସା ଗୋଟିଏ ରାସ୍ତା। ହେଲେ ଟିକେ ବର୍ଷା ହୋଇଗଲେ ଆଉ ସେହି ରାସ୍ତା ଦେଇ ଯିବାଆସିବା ସହଜ ହୋଇପାରୁନି।...

ଉଚ୍ଛେଦ ନେଇ ଅସନ୍ତୁଷ୍ଟ ଉଠାଦୋକାନୀ

ବଇଣ୍ଡା,୯ା୩(ଡି.ଏନ୍‌.ଏ.) – ରାଜପଥ ସମ୍ପ୍ରସାରଣ ପାଇଁ ୩ ବର୍ଷ ତଳେ ବଜାରରୁ ୫ ଶହ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା। ସେମାନଙ୍କୁ ଥଇଥାନ କି କ୍ଷତିକପୂରଣ...

୩ କୋଠରିରେ ଚାଲିଛି ୮ ଶ୍ରେଣୀ

ବଅଁରପାଳ,୧୮।୧ (ଡି.ଏନ୍‌.ଏ.) – ବଅଁରପାଳ ବ୍ଲକ କଲଣ୍ଡାପାଳ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛି। ବର୍ତ୍ତମାନ ୩ଟି କୋଠରିରେ...

‘ଆଦୃତ’ରେ ସାମୂହିକ ଜନ୍ମ ଉତ୍ସବ

ଅନୁଗୋଳ ଅଫିସ, ୧୫।୮-ଅନୁଗୋଳ ପଞ୍ଚମହଲାସ୍ଥିତ ଆଦୃତ ଶିଶୁ ସଦନରେ ଗୁରୁବାର ଅନ୍ତେବାସୀ ଶିଶୁମାନଙ୍କ ସାମୂହିକ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍‌ ଶ୍ରୀକାନ୍ତ...

ଡିଏଲ୍‌ଆର କର୍ମଚାରୀ, ସଫେଇ କର୍ମଚାରୀଙ୍କ ଆନ୍ଦୋଳନ: ନୋଟିସ୍‌ ପଠାଇଲା ପୌରସଂସ୍ଥା

ଅନୁଗୋଳ ଅଫିସ, ୨୬ା୧୦ – ଆନ୍ଦୋଳନକୁ ଓହ୍ଲାଇଛନ୍ତି ପୌରପାଳିକାର ସଫେଇ କର୍ମଚାରୀ। ୧୦ ଡିଏଲ୍‌ଆର ସଫେଇ କର୍ମଚାରୀଙ୍କ ସହ ଠିକା ସଂସ୍ଥାର ୧୩୦ ସଫେଇ କର୍ମଚାରୀ...

Advertisement
Archives

Model This Week