ଅନୁଗୋଳ ଜିଲାରେ ୭୦ ପ୍ରତିଶତ ମତଦାନ: ଇଭିଏମ୍‌ରେ ସିଲ୍‌ ୪୨ ପ୍ରାର୍ଥୀଙ୍କ ଭାଗ୍ୟ

ଅନୁଗୋଳ ଅଫିସ, ୨୪।୪- ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ମତଦାନ ଶେଷ ହୋଇଛି। ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ବିଭିନ୍ନ ବୁଥ୍‌ରେ ମତଦାନ ହୋଇଥିଲା। କେତେକରେ ଇଭିଏମ୍‌ରେ ତ୍ରୁଟି ଯୋଗୁ ବିଳମ୍ବ ହୋଇଥିବା ବେଳେ ଆଉ କେତେକ ବୁଥରେ ସମୟ ସରିବା ପୂର୍ବରୁ ଭିଡ଼ ବଢ଼ିଯିବାରୁ ଏପରି ଡେରି ହୋଇଥିବା କୁହାଯାଇଛି। ତେବେ ଜିଲାରେ ମତଦାନ ହାର ୭୦ ପ୍ରତିଶତ ରହିଥିବା ସୂଚନା ମିଳିଛି।

ଜିଲାର ମୋଟ୍‌ ୧୧୬୩  ମତଦାନ କେନ୍ଦ୍ରରେ ୪୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୯ଲକ୍ଷ ୭୪ ହଜାର ୯୫୧ ଭୋଟର। ଏଥିପାଇଁ ସକାଳୁ ମତଦାତାମାନେ ବୁଥ୍‌ଗୁଡ଼ିକରେ ଭିଡ଼ ଲଗାଇଥିଲେ। ତେବେ ଭୋଟର ଲିଷ୍ଟରେ ନଁା ନ ଥିବାରୁ ବହୁ ଲୋକ ନିରାଶ ହୋଇ ଫେରିଯାଇଥିଲେ। ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନୁଗୋଳ ନିର୍ବାଚନମଣ୍ଡଳୀ, ଆଠମଲ୍ଲିକ ଓ ପାଲଲହଡ଼ା ପାଇଁ ଭୋଟଗ୍ରହଣ ସମୟ ରଖାଯାଇଥିଲା। ସେହିପରି ତାଳଚେର ଓ ଛେଣ୍ଡିପଦା ପାଇଁ ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ ବୋଲି କୁହାଯାଇଥିଲା। କିନ୍ତୁ ଇଭିଏମ୍‌ ତ୍ରୁଟି ଓ ପରିଚାଳନାଗତ ଅବ୍ୟବସ୍ଥା କାରଣରୁ ନିର୍ଦ୍ଧାରିତ ସମୟରେ ମତଦାନ ଶେଷ ହୋଇପାରି ନ ଥିଲା। କେତେକ ସ୍ଥାନରେ ରାତି ୧୧ଟା ଯାଏ ଭୋଟ ନିଆଯାଇଥିଲା। ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ୭୨ ପ୍ରତିଶତ ହୋଇଥିବା ସୂଚନା ମିଳିଛି। ଏଠାରେ ମୋଟ୍‌ ମତଦାତାଙ୍କ ସଂଖ୍ୟା ୧,୭୮,୬୦୯ ଥିବା ବେଳେ ସେଥିରୁ ପୁରୁଷଙ୍କ ସଂଖ୍ୟା ୯୪,୮୦୯ ଓ ମହିଳା ୮୩, ୭୭୩ ଏବଂ ୨୭ଜଣ ୩ୟ ଲିଙ୍ଗି ଭୋଟର ରହିଛନ୍ତି। ତେବେ ମତଦାନ ବେଳେ ସେପରି ଗଣ୍ଡଗୋଳ କି ହିଂସାକାଣ୍ଡ ଘଟି ନ ଥିବା ଉପଜିଲାପାଳ ତଥା ରିଟର୍ନିଂ ଅଫିସର ପରେଶ ଚନ୍ଦ୍ର ନାୟକ ଓ ଏସ୍‌ଡିପିଓ ହେମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି। ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ୨୫୦ ବୁଥ୍‌ରେ ଭୋଟଗ୍ରହଣ କରାଯାଇଛି। ଏଠାରେ ମଧ୍ୟ ମତଦାନ ବିଳମ୍ବିତ ହୋଇଛି। ତଥାପି ୫୮ ପ୍ରତିଶତ ମତଦାନ ହୋଇଥିବା ରିଟର୍ନିଂ ଅଫିସର ତଥା ଆଠମଲ୍ଲିକ ଉପଜିଲାପାଳ ସୁବାସ ଚନ୍ଦ୍ର ରାୟ ପ୍ରକାଶ କରିଛନ୍ତି। ସୋଲଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଭାଜପା ବିଧାୟକ ପ୍ରାର୍ଥୀ ଭାଗୀରଥି ପ୍ରଧାନ ୯୪ ନମ୍ବର ବୁଥ୍‌ରେ ଭୋଟ ଦେଇଥିଲେ। ସେହିପରି କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜୟାନନ୍ଦ ଚାଉଳିଆ ମଳିପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୮୫ ନମ୍ବର ବୁଥ୍‌ରେ ଭୋଟ ଦେଇଥିଲେ। ବିଜେଡି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ବନ୍ଧଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ୧୨୪ ନମ୍ବର ବୁଥ୍‌, ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ନଳିନୀ ପ୍ରଧାନ ତୁରୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୯ ନମ୍ବର ବୁଥରେ ମତଦାନ କରିଥିଲେ। ଅଙ୍ଗପଡା ନୋଡାଲ ଉପ୍ରା ବିଦ୍ୟାଳୟରେ ୫୮ ନମ୍ବର ବୁଥ୍‌ରେ ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ ପୁଅଙ୍କ ସହ ଆସି ମତଦାନ କରିଥିଲେ। ସେହିପରି ପାଲଲହଡ଼ା ନିର୍ବାଚନ ମଣ୍ଡଳୀରେ ୭୫ ପ୍ରତିଶତ ଓ ଛେଣ୍ଡିପଦାରେ ୬୫ ପ୍ରତିଶତ ମତଦାନ ହୋଇଥିବା ସୂଚନା ମଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ବନ୍ଦ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ଗତ ୩୦ ଜୁନ ମଧ୍ୟରେ ବିଭିନ୍ନ ପଞ୍ଚାୟତରେ ଚାଲୁ...

କାଠଯୋଡ଼ିରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ନରାଜ,୨୮।୧୦(ଡି.ଏନ୍‌.ଏ.): ବାରଙ୍ଗ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀରେ ବୁଡ଼ି ଜଣେ ଯୁବକ ବୁଧବାର ନିଖୋଜ ହୋଇଥିଲେ। ସେ ହେଲେ ଝାଡଖଣ୍ଡ ବର୍ଜମଡ଼ ଗ୍ରାମର ରୋହିତ ସାହାଣୀ...

ମହୁମାଛି ଆକ୍ରମଣରେ ଜୀବନ ଗଲା

ଦେବଗଡ଼,୨୨ା୪(ଡି.ଏନ.ଏ.): ଦେବଗଡ ସହରର ମିରଗିଡିଆ ସାହିର ଅର୍ଜୁନ ମୁଣ୍ଡା (୫୫) ନାମକ ଜଣେ ବ୍ୟକ୍ତିଙ୍କ ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ନିଜର କେତେକ ସାଥୀଙ୍କ...

ପାହାଡ଼ ଉପରେ ବିତୁଛି ଜୀବନ

ଝୁମ୍ପୁରା, ୧୭।୪(ଡି.ଏନ୍‌.ଏ.): କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ତଥା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ପାହାଡ଼ ଉପରେ ଥିବା ୩ ଗାଁ କନକନା,...

ଗଣତି ପୂର୍ବର କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କଲେ ଏସ୍‌ଡିପିଓ

ଗଞ୍ଜାମ,୨୫।୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଶନିବାର ପ୍ରତି ବ୍ଲକ ମୁଖ୍ୟାଳୟରେ ସକାଳ ୮ଟା ବେଳେ ଭୋଟ୍‌ ଗଣତି ଆରମ୍ଭ ହେବା। ଏ...

କାର୍ଯ୍ୟକାରୀ ହେଲା ଫ୍ଲୋରାଇଡ୍‌ ବିଶୋଧନ ଯନ୍ତ୍ର: ଓଡ଼ଗାଁ ବ୍ଲକର ବହୁ ଗ୍ରାମରେ ଜଳକଷ୍ଟ ଦୂର ସମ୍ଭାବନା

ଓଡ଼ଗାଁ, ୯ା୬(ଆଦର୍ଶ କୁମାର ପଟ୍ଟନାୟକ)- ଫ୍ଲୋରାଇଡ୍‌ ଯୁକ୍ତ ଜଳକୁ ବିଶୁଦ୍ଧ ପାନୀୟଜଳରେ ରୂପାନ୍ତରିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଫ୍ଲୋରାଇଡ୍‌ ରିମୁଭାଲ ପ୍ଲାଣ୍ଟ ବା ଫ୍ଲୋରାଇଡ୍‌...

କରୋନା ମୁକାବିଲା ପାଇଁ ଶିକ୍ଷୟତ୍ରୀ, ଶିକ୍ଷକଙ୍କୁ ତାଲିମ

ସମ୍ବଲପୁର,୧୦।୪(ବ୍ୟୁରୋ): ସମ୍ବଲପୁରର ବିଭିନ୍ନ ସ୍କୁଲର ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ କରୋନା ମୁକାବିଲା ପାଇଁ ନିୟୋଜିତ କରାଯିବ । ଏ ନେଇ ଶୁକ୍ରବାର ସହରର ୧୫ଟି ସ୍କୁଲରେ ଦୁଇ...

ଭଞ୍ଜନଗରରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭଞ୍ଜନଗର, ୧୭।୪(ଡି.ଏନ୍‌.ଏ.): ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ବୁଧବାର ପାଳିତ ହୋଇଯାଇଛି। ଏ ନେଇ ଗଞ୍ଜାମ ଜିଲା ବାଉଁଶଲୁଣ୍ଡି...

Advertisement
Archives

Model This Week