ଅନିଶ୍ଚିତତାରେ ପୋଲସରା ନୂତନ ବସଷ୍ଟାଣ୍ଡ

ପୋଲସରା,୯|୩(ଡି.ଏନ.ଏ.) – ଗଞ୍ଜାମ ଜିଲା ପୋଲସରା ସହର ମଧ୍ୟରେ ରହିଥିବା ବସଷ୍ଟାଣ୍ଡର ଆଧୁନିକୀକରଣ ଲାଗି ରାଜ୍ୟ ସରକାର ୫ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ୨୦୧୭ରେ ଓଡ଼ିଶାର ତତ୍‌କାଳୀନ ଯୋଜନା ଓ ସମନ୍ବୟ, ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀଙ୍କ ଦ୍ୱାରା ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଭିତ୍ତିପ୍ରସ୍ତରକୁ ପ୍ରାୟ ୩ ବର୍ଷ ବିତିବାକୁ ବସିଲାଣି ହେଲେ ମାଟି ମୁଠାଏ ମଧ୍ୟ ପଡ଼ିଲାନି। ବସ୍‌ଷ୍ଟାଣ୍ଡ ନିର୍ମାଣ ଲାଗି କିଛି ଜବରଦଖଲକାରୀ ହୋଟେଲ ଓ ଅନୁକୂଳ ଚନ୍ଦ୍ରଙ୍କ ସତ୍‌ସଙ୍ଗ କେନ୍ଦ୍ରକୁ ଭଙ୍ଗାଗଲା। ବର୍ତ୍ତମାନ ସୁଦ୍ଧା ଆହୁରି ଜବରଦଖଲ ହୋଇରହିଛି। କିନ୍ତୁ କୌଣସି ନିର୍ମାଣ କାର୍ଯ୍ୟ ଆଗେଇପାରିଲାନି। ପୋଲସରା ବସଷ୍ଟାଣ୍ଡର ସ୍ବଳ୍ପ ଜାଗାରେ ବହୁ ସଂଖ୍ୟାରେ ଅଟୋ, କାର, ବୋଲେରୋ, ମିନିବସ, ଯାତ୍ରୀବାହୀ ବସ ଆଦି ରହିବା ଦ୍ୱାରା ଜାଗା ସଂକୀର୍ଣ୍ଣ ହେବାରେ ଲାଗିଛି। ଏହାକୁ ଆହୁରି ଜଟିଳ କରୁଛି ଠେଲାଗାଡି। ଏନ୍‌ଏସି ପ୍ରଶାସନ ସେମାନଙ୍କୁ ନା ଉଠାଇ ପାରୁଛି ନା ବସଷ୍ଟାଣ୍ଡ ନିର୍ମାଣ କରିପାରୁଛି। ପୋଲସରା ବସ୍‌ଷ୍ଟାଣ୍ଡର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗୁଛି। ଦୈନନ୍ଦିନ ବୁଗୁଡ଼ା-ଭୁବନେଶ୍ୱର, ସିଂହାସନୀ-ବ୍ରହ୍ମପୁର, ସିଂହାସନୀ-ଭୁବନେଶ୍ୱର, ବୁଗୁଡ଼ା, ବ୍ରହ୍ମପୁର, ପୋଲସରା, ଆସିକା, ଭଞ୍ଜନଗର ଆଦି ଅଞ୍ଚଳକୁ ଶହ ଶହ ବସ୍‌ ଯାତାୟାତ କରିଥାନ୍ତି। ଏନଏସି ପ୍ରଶାସନର ଯୋଜନା କେବଳ ଯୋଜନାରେ ଅଟକି ରହିଯାଉଛି ବୋଲି ମା’ ସିଂହାସନୀ ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତାମାନେ କହିଛନ୍ତି। ଏ ନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶନ୍ନ ଦାସ କୁହନ୍ତି ଟେକ୍ନିକାଲ ଆପ୍ରୁଭାଲ ସରିଛି, ଟଙ୍କା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପାଖକୁ ପଠାଯାଇଛି ଟଙ୍କା ଆସିଲେ କାମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନିୟମିତ ଯାଞ୍ଚ ପାଇଁ ନିଷ୍ପତ୍ତି

ଦେବଗଡ଼,୨।୧୧(ଡି.ଏନ.ଏ):  ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲା ସଡକ ସୁରକ୍ଷା କମିଟିର ଏକ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପରିବହନ ବିଭାଗ ଆନୁକୂଲ୍ୟରେ ତଥା...

୪ ଶହ ମିଟର ଛାଡ଼ିଦେଲେ, ପୋଲ କଲେନି

ବଇଣ୍ଡା, ୬ା୮(ଡି.ଏନ.ଏ.) ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୁରୁମଟାପ ପଞ୍ଚାୟତର କୁରୁମଟାପ ଛକଠାରୁ ମନ୍ଦରବାହାଳ ପର୍ଯ୍ୟନ୍ତ ମୁଖ୍ୟରାସ୍ତାକୁ ସମ୍ପୂର୍ଣ୍ଣ ପକ୍କା କରାଯାଉ ନାହିଁ। ନିର୍ମାଣ କାର୍ଯ୍ୟ ବେଳେ...

ଆର୍‌ଆଇଙ୍କ ଜାଲିଆତି ପରିବାରକୁ କଲା ବାସହରା

ନୂଆଗାଁ,୧୭।୩ (ଡି.ଏନ.ଏ.): ବାପାଙ୍କ ମୃତ୍ୟୁ ପରେ ମାଆ ଓ ତିନି ଭଉଣୀଙ୍କ ଅଜାଣତରେ ବାପାଙ୍କ ନାମରେ ଥିବା ଜାଗାକୁ ବେଆଇନ ଭାବେ ଚଞ୍ଚକତା କରି ପୁଅ...

ନିର୍ମାଣ ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ: ନ୍ୟାୟ ନ ମିଳିଲେ ଶ୍ରମ ଅଫିସ୍‌ରେ ପଡ଼ିବ ତାଲା

ବାଲେଶ୍ୱର ଅଫିସ, ୨୯।୧୧-ବିଭିନ୍ନ ଶ୍ରମିକ ସଙ୍ଗଠନର ଆହ୍ବାନକ୍ରମେ ଶୁକ୍ରବାର ପୂର୍ବାହ୍ନରେ ଶତାଧିକ ନିର୍ମାଣ ଶ୍ରମିକ ବାଲେଶ୍ୱର ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶ୍ରମିକମାନେ...

ସାବିତ୍ରୀ ପାଳିଲେ ଚୌଦ୍ୱାର ଜେଲରେ ଥିବା ମହିଳା

ଚୌଦ୍ୱାର,୨୨।୫(ଡି.ଏନ୍‌.ଏ): ଆଜି ସାବିତ୍ରୀ ବ୍ରତ। ସ୍ବାମୀଙ୍କ ଦୀର୍ଘାୟୁ କାମନାକରି ସ୍ତ୍ରୀମାନେ ଏହି ପୂଜା କରିଥାନ୍ତି। ତେବେ କୌଣସି କାରଣରୁ ଜେଲରେ ଥିବା ମହିଳା କଏଦୀମାନେ ମଧ୍ୟ...

ଗୋବରୀ ଫୁଲିଲେ ନାଗପୁରା ପାଟ ବଢୁଛି

କେନ୍ଦ୍ରାପଡ଼ା ଅଫିସ, ୨୩ା୮:କେନ୍ଦ୍ରାପଡ଼ା ଜିଲାରେ ବର୍ଷା ହେଲେ ଗୋବରୀ ନଦୀ ଫୁଲେ। ଏହାର ବନ୍ୟାଜଳ ନାଗପୁରା ପାଟ ଉଜାଡ଼େ। ଏହାକୁ ଦୃଷ୍ଟିରେ ରଖି ପାଟନାଳି ପାଇଁ...

ବହୁ ଆଗରେ ସୂର୍ଯ୍ୟ ପାତ୍ର

ବ୍ରହ୍ମପୁର ଅଫିସ,୨୩।୫- ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବହୁ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ର। ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ତାଙ୍କୁ ମିଳିଛି...

କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଚାଷୀ ସାଜିଛନ୍ତି ଦାଦନ ଶ୍ରମିକ

ନୂଆପଡା ଅଫିସ,୨୧ା୫: ନୂଆପଡ଼ା ଜିଲାରେ ଚାଷୀଙ୍କ ଉନ୍ନତି ପାଇଁ କୋମନା ବ୍ଲକ ଅନ୍ତର୍ଗତ ଜଟଗଡ଼ ପଞ୍ଚାୟତ ସାହଜଟ-ବାଲିପାଟି ଗ୍ରାମରେ ଭୃଷି ଡୋଙ୍ଗରୀ, ଭାଲୁ ଡୋଙ୍ଗରୀ, ସିରିଆଲ...

Advertisement
Archives

Model This Week