ଅନିଶ୍ଚିତତାରେ ପିଡିଏସ୍‌ ସାମଗ୍ରୀ ବଣ୍ଟନ

ସମ୍ବଲପୁର, ୨୬।୩ (ବ୍ୟୁରୋ): କରୋନା କଟକଣା ଓ ଲକ୍‌ ଡାଉନ୍‌ ଘୋଷଣା ପରେ ରାଜ୍ୟ ସରକାର ୩ମାସର ଆଗୁଆ ପିଡିଏସ୍‌ ସାମଗ୍ରୀ ବଣ୍ଟନ କରିବା ପାଇଁ ଘୋଷଣା କରିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଜିଲା ଯୋଗାଣ ବିଭାଗ ପକ୍ଷରୁ କିଭଳି ଭାବେ ପିଡିଏସ ସାମଗ୍ରୀ ବଣ୍ଟନ କରାଯିବ ସେ ନେଇ ନିଷ୍ପତ୍ତି ନିଆଯାଇ ନାହିଁ । ତେଣୁ ପିଡିଏସ ସାମଗ୍ରୀ ବଣ୍ଟନ ଅନିଶ୍ଚିତତାରେ ରହିଛି। ଜିଲାରେ ଥିବା ୨ଲକ୍ଷରୁ ଅଧିକ ହିତାଧିକାରୀ ପିଡିଏସ ସାମଗ୍ରୀ ପାଇବା ପାଇଁ ଅପେକ୍ଷା କରିଛନ୍ତି । କରୋନା କଟକଣା ଯୋଗୁ ଏକା ସାଙ୍ଗରେ ୬ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଅନ୍ୟ ପଟେ ଅଫିସ ଗୁଡିକରେ କର୍ମଚାରୀମାନଙ୍କ ସଂଖ୍ୟା କମାଇବା ପାଇଁ ମଧ୍ୟ ସରକାର ଘୋଷଣା କରିଛନ୍ତି । ଏଭଳି ସ୍ଥିତିରେ ଲୋକମାନଙ୍କ ପାଖରେ କିଭଳି ଭାବେ ପିଡିଏସ ସାମଗ୍ରୀ ଚାଉଳ, କିରୋସିନୀ, ଗହମ ପହଞ୍ଚତ୍ବ ସେ ନେଇ ହିତାଧିକାରୀ ଚିନ୍ତାବ୍ୟକ୍ତ କରିଛନ୍ତି । ଅନ୍ୟପଟେ ଲକ ଡାଉନ ହେବା ଯୋଗୁ ସମସ୍ତ ଉନ୍ନୟନ ମୂଳକ କାମ ଠପ୍‌ ହୋଇ ପଡିଛି । ତେଣୁ ଲୋକେ ରୋଜଗାର କରିପାରିବେ ନାହିଁ । ସରକାର ଦେଉଥିବା ଚାଉଳରେ ପରିବାର ନିର୍ଭର କରୁଥିଲା। ପିଡିଏସ ସାମଗ୍ରୀ ବଣ୍ଟନରେ ବିଳମ୍ବ ହେଲେ ଏବେ ପ୍ରତି ଘରେ ଖାଇବା ପାଇଁ ମଧ୍ୟ ଚାଉଳ ଅଭାବ ଦେଖାଯିବ । ପାଖରେ ଟଙ୍କା ନ ଥିବାରୁ ଲୋକେ ବଜାରରୁ ମଧ୍ୟ ଜିନିଷ କିଣି ପାରିବେ ନାହିଁ । ତେଣୁ ୨ଲକ୍ଷରୁ ଅଧିକ ହିତାଧିକାରୀ ଭୋକ ଉପାସରରେ ରହିଯିବେ। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ରଞ୍ଜନ ସେଟ କହିଛନ୍ତି ଯେ, ପିଡିଏସ ସାମଗ୍ରୀ ବଣ୍ଟନ ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମଗ୍ର ଜିଲାରେ ଚାଉଳ, କିରୋସିନୀ, ଗହମ ବଣ୍ଟନ କରାଯାଇଛି। ଏପ୍ରିଲ ମାସରୁ ପୁଣି ଆଗାମୀ ୩ମାସ ପର୍ଯ୍ୟନ୍ତ ଚାଉଳ ବଣ୍ଟନ କରାଯିବାର ସ୍ଥିର କରାଯାଇଛି । ହେଲେ କରୋନା କଟକଣା ଯୋଗୁ ଚାଉଳ ବଣ୍ଟନ କେନ୍ଦ୍ରରେ ଭିଡ ରହିବାର ଭୟ ରହୁଛି । ପ୍ରଶାସନ ଓ ରାଜ୍ୟସ୍ତରୀୟ ଅଧିକାରୀଙ୍କ ସହ ଏ ନେଇ ଆଲୋଚନା କରାଯାଉଛି । କିଭଳି ଭାବେ ପିଡିଏସ ସାମଗ୍ରୀ ବଣ୍ଟନ କରାଯିବ ସେ ନେଇ ନିର୍ଦ୍ଦେଶ ଆସିଲା ପରେ ୨ରୁ ୪ ଦିନ ଭିତରେ ପିଡିଏସ ସାମଗ୍ରୀ ବଣ୍ଟନ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri