Posted inଜାତୀୟ

ଅଧିକ ଟଙ୍କା ରୋଜଗାର ଆଶାରେ କୁଏତ୍‌ ଯାଇ ହଟହଟା: ଖାଇବାକୁ ମିଳୁନି ଦୁଇବେଳା; ଭିଡ଼ିଓ ଭାଇରାଲ

ଚଣ୍ଡିଗଡ଼,୧୫।୬: ଅଧିକ ଟଙ୍କା ରୋଜଗାର ଆଶାରେ କେତେକ ଭାରତୀୟ ଯୁବକ ବିଦେଶରେ ଚାକିରି କରିବାକୁ ଯାଉଛନ୍ତି। ତେବେ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିବା ଏକ ଭିଡ଼ିଓ ଏଭଳି ଯୁବକଙ୍କ ବିଦେଶରେ ଚାକିରି କରିବା ନିଶାରେ ସୃଷ୍ଟି କରିଛି ବାଧା। ପଞ୍ଜାବରୁ ୫ ଜଣ ଯୁବକ କୁଏତ୍‌ରେ ଉଚ୍ଚ ଦରମାରେ ଚାକିରି କରିବାକୁ ଯାଇ ହଟହଟା ହୋଇଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି। ପଠାନକୋଟର ହଲ୍କା ଭୋଆ ଅନ୍ତର୍ଗତ ମାନ ମଙ୍ଗଳ ଗାଁର ଦୁଇଭାଇ ସୁଖଓ୍ବିନ୍ଦର ଏବଂ ବଲଓ୍ବିନ୍ଦରଙ୍କ ସମେତ ୫ ଜଣ ନିଜ ଭିଟା ମାଟି ଛାଡି ଏବେ ବିଦେଶରେ ଭୋକ ଉପାସରେ ପଡ଼ି ରହିଛନ୍ତି। ଭିଡ଼ିଓ ଦେଖିବା ପରେ ସୁଖଓ୍ବିନ୍ଦର ଏବଂ ବଲଓ୍ବିନ୍ଦରଙ୍କଙ୍କ ପିତା ରାଜ୍ୟ ସରକାରଙ୍କୁ ଏନେଇ ଅବଗତ କରାଇଛନ୍ତି। ଶୀଘ୍ର ଯୁବକମାନଙ୍କୁ ଘରକୁ ଫେରାଇ ଆଣିବା ଲାଗି ଅନୁରୋଧ କରିଛନ୍ତି। ୫ ମାସ ତଳେ ଏହି ୫ଜଣ କୁଏତ୍‌ ଯାଇଥିଲେ। ତେବେ ଗତ ୩ ମାସ ଧରି ସେମାନଙ୍କ ପାଖରେ ଚାକିରି ନାହିଁ। ଏଜେଣ୍ଟ ସେମାନଙ୍କ ପାସପୋର୍ଟ ଛଡ଼ାଇ ନେଇଥିବାରୁ ସେମାନଙ୍କ ଘର ଫେରିବା ବାଟ ମଧ୍ୟ ବନ୍ଦ ହୋଇଯାଇଥିବା ସୁଖଓ୍ବିନ୍ଦର ଏବଂ ବଲଓ୍ବିନ୍ଦରଙ୍କ ପିତା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟ ଉପଯୋଗୀ ନୁହେଁ ବର୍ଷାଜଳ

ଷ୍ଟକ୍‌ହୋମ୍‌, ୧୧ା୮: ବର୍ଷାଜଳକୁ ସିଧାସଳଖ ପାନୀୟ ଭାବେ ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସୁଇଡେନ୍‌ସ୍ଥିତ ଷ୍ଟକ୍‌ହୋମ୍‌ ୟୁନିଭର୍ସିଟିର ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏଥିରେ...

ଦିଲ୍ଲୀକୁ ସଫା କରିବା ପାଇଁ ଭାଜପା-କଂଗ୍ରେସର ସହଯୋଗ ଲୋଡିଲେ କେଜରିଓ୍ବାଲ…

ନୂଆଦିଲ୍ଲୀ,୭।୧୨ : ଦିଲ୍ଲୀ ଏମସିଡି ନିର୍ବାଚନରେ ଏଏପିର ବିଜୟ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସମସ୍ତ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆପଣମାନେ ଏଏପିକୁ ଭଲ ପାଉଛନ୍ତି,...

କରୋନାରେ ଶାହାବୁଦ୍ଦିନ୍‌ଙ୍କ ପରଲୋକ…

ନୂଆଦିଲ୍ଳୀ/ପାଟନା,୧।୫: କରୋନାରେ ଆକ୍ରାନ୍ତ ହୋଇ ବିହାରର ଆରଜେଡିର ପୂର୍ବତନ ଏମ୍‌ପି ମହମ୍ମଦ ଶାହାବୁଦ୍ଦିନ୍‌ଙ୍କ ପରଲୋକ ଶନିବାର ଘଟିଛି। ସେ ଦିଲ୍ଲୀର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲରେ...

ସୁଷମାଙ୍କ ପଦାଙ୍କ ଅନୁସରଣ କରିବା ଗର୍ବର କଥା: ଜୟଶଙ୍କର

ନୂଆଦିଲ୍ଲୀ,୧।୬: ମୋଦି ସରକାରରେ ପୂର୍ବରୁ ବିଦେଶ ସଚିବ ଥିବା ସୁବ୍ରମଣ୍ୟମ୍‌ ଜୟଶଙ୍କରଙ୍କୁ ଏଥର ମିଳିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଶନିବାର ସେ ଏହି ଦାୟିତ୍ୱ ନେବା...

ଭାରତରେ ବାଦାମ ଓ ଆଇସକ୍ରିମ୍‌ ବିକ୍ରି କରୁଛନ୍ତି ପାକିସ୍ତାନର ପୂର୍ବତନ ସାଂସଦ

ଫତେହାବାଦ୍‌,୧୨।୧୨: ଭାରତର ହରିୟାଣାରେ ବାଦାମ ଓ ଆଇସକ୍ରିମ୍‌ ବିକ୍ରି କରୁଛନ୍ତି ପାକିସ୍ତାନର ପୂର୍ବତନ ସାଂସଦ। ଏହି ସାଂସଦ ଜଣକ ହେଉଛନ୍ତି ଦଓ୍ବାୟାରାମ। ପାକିସ୍ତାନରୁ ବିତାଡ଼ିତ ହୋଇ...

ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର: ଖଲିସ୍ତାନ ଆତଙ୍କବାଦୀ ସଂଗଠନକୁ ନେଇ କେକେଆର୍‌ଏଫ୍‌ ଗଠନ କଲା ଆଇଏସ୍‌ଆଇ

ଶ୍ରୀନଗର,୨୩।୧୦: ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। ଏବେ ଆଇଏସ୍‌ଆଇ କଶ୍ମୀର-ଖଲିସ୍ତାନୀ ଆତଙ୍କବାଦୀ ସଂଗଠନର...

ବିଶ୍ୱକପ ବିଜେତା ଅଧିନାୟକ ନେଲେ ପ୍ରଥମ ଡୋଜ ଟିକା

ନୂଆଦିଲ୍ଲୀ,୩।୨: ବିଶ୍ୱକପ ବିଜେତା ଅଧିନାୟକ ତଥା ପୂର୍ବତନ ଭାରତ ଅଲ୍‌ରାଉଣ୍ଡର କପିଲ ଦେବ ବୁଧବାର କରୋନା ଟିକା ନେଇଛନ୍ତି। କପିଲ ହୃଦରୋଗ ନିର୍ଦ୍ଦେଶକ ଡକ୍ଟର ଅତୁଲ...

୨୦୦୦ ଟଙ୍କିଆ ବିମୁଦ୍ରୀକରଣ: ବଢ଼ିଲା ସୁନା ଚାହିଦା, ପେଟ୍ରୋଲ ପମ୍ପରେ ଭିଡ଼…

ନୂଆଦିଲ୍ଲୀ,୨୨।୫ : ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ସପ୍ତାହରେ ଶୁକ୍ରବାର ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ। ଏହି ନିଷ୍ପତ୍ତି ୨୦୧୬ରେ ହୋଇଥିବା...

Advertisement
Archives

Model This Week