ଅଦିନିଆ ବର୍ଷା: ଖୋଲା ଆକାଶ ତଳେ ପଡ଼ିରହିଛି ଧାନ, ଚିନ୍ତାରେ ଚାଷୀ

ଭବାନୀପାଟଣା,୨୭।୧୨(ଡି.ଏନ୍‌.ଏ.): କୋହଲା ପାଗ ସାଙ୍ଗକୁ ଗତ ୨୫ତାରିଖ ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରେ ଝିପିଝିପି ବର୍ଷ ଲାଗିରହିଛି। ଫଳରେ ଖୋଲା ଆକାଶ ତଳେ ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ଧାନବସ୍ତା ପଡ଼ିରହିଛି। ଧାନ ଉଠାଣରେ ମିଲର୍ସଙ୍କ ଅବହେଳା ଯୋଗୁ ଧାର୍ଯ୍ୟ ସମୟରେ ଚାଷୀଙ୍କ ଧାନ ଉଠାଣର ଚିନ୍ତାକୁ ଦ୍ୱିଗୁଣିତ କରିଛି। ଜିଲାର୧୩ଟି ବ୍ଲକ୍‌ର ୭୮ଟି ପ୍ୟାକ୍ସ ଓ ୧୭ଟି ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ରେ ଚାଲିଥିବା ୧୭୮ଟି ମଣ୍ଡି ଓ ଉପମଣ୍ଡିର ସମାନ ଅବସ୍ଥା। ମଣ୍ଡିରେ କୌଣସି ଶେଡ୍‌ ବ୍ୟବସ୍ଥା ନାହିଁ କି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଚାଷୀମାନଙ୍କୁ ଆବଶ୍ୟକ ପରିମାଣରେ ପଲିଥିନ ଯୋଗାଇ ଦିଆଯାଇନାହଁ। ଫଳରେ ଖୋଲାଆକାଶ ତଳେ ପଡ଼ିରହିଛି ହଜାର ହଜାର ବସ୍ତା ଧାନ। ଏଥିପାଇଁ ଚାଷୀଙ୍କୁ ପ୍ରାପ୍ୟ ଦେବାରେ ବିଳମ୍ବ ହେଉଛି ଏବଂ ଏହା ଚାଷୀମାରଣ ନୀତିର ନମୁନା ବୋଲି ରିସିଗାଁର ଚାଷୀ ଶାନ୍ତନୁ କୁମାର ବେହେରା, ଅଟାଙ୍ଗଗୁଡାର ଚାଷୀ ସୁନିଲ କୁମାର ବେହେରା ଅଭିଯୋଗ କରିଛନ୍ତି। ଏନେଇ ଜିଲା ଯୋଗାଣ ଅଧିକାରୀ ଶିବପ୍ରସାଦ ଦୋରାଙ୍କୁ ପଚାରିବାରୁ ଅଦିନିଆ ବର୍ଷା କାଳ ସାଜିଛି। ତେବେ ଯଥାସମ୍ଭବ ଧାନ ଉଠାଇବା ପାଇଁ ଚେଷ୍ଟା ଚାଲିଛି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଜିରୁ ଫେରିବା ବାଟରେ ୪ ଜଣଙ୍କୁ ଅପହରଣ ଅଭିଯୋଗ

ଉମରକୋଟ,୧୨ା୧୨(ସ୍ବ.ପ୍ର.): ଛତିଶଗଡ଼ର କାଙ୍କେରରୁ ଭୋଜିଖାଇ ଫେରୁଥିବା ବେଳେ ଶନିବାର ରାତିରୁ ୪ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକେ ସନ୍ଦେହ କରି...

ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ: ୧୮ ଆହତ

ସୋନପୁର/ମନମୁଣ୍ଡା,୨୬।୫(ନି.ପ୍ର./ଡି.ଏନ.ଏ.):ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବୌଦ୍ଧ ଜିଲା ମନମୁଣ୍ଡା ପୂର୍ତ୍ତ ବିଭାଗ ଡାକବଙ୍ଗଳା ସମ୍ମୁଖରେ ସୁଜନ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ରବିବାର...

ଗଞ୍ଜାମ ପ୍ରଶାସନର ଅଭିନବ ପଦକ୍ଷେପ: ‘କରୋନା ଯୋଦ୍ଧା ଆମର ହିରୋ’ ପେଣ୍ଟିଂ ପ୍ରତିଯୋଗିତା, ଭାଗନେଇ ଜିତିପାରିବେ ଆର୍ଥିକ ପୁରସ୍କାର

ଛତ୍ରପୁର, ୧୧।୪(ଡି.ଏନ୍‌.ଏ.)- କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମରେ ଲକ୍‌ ଡାଉନ୍‌ ଓ ଆଂଶିକ ସଟ୍‌ ଡାଉନ୍‌ ଜାରି ରହିଛି। ଏହାକୁ ନେଇ...

କରୋନା ପ୍ରତିରୋଧ ଲାଗି ପୁରୁଷୋତ୍ତମପୁରରେ ବିଶୋଧନ ପ୍ରକ୍ରିୟା ଆରମ୍ଭ, ଏନ୍‌ଏସି ପକ୍ଷରୁ ମାସ୍କ, ହ୍ୟାଣ୍ଡ ୱାସ୍‌ ବଣ୍ଟନ

ପୁରୁଷୋତ୍ତମପୁର, ୭।୪(ଡି.ଏନ୍‌.ଏ.): କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣ ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଜାରିରହିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିିଲା ପୁରୁଷୋତ୍ତମପୁର ତହସିଲଦାର...

ହାତୀବନ୍ଧ ପାର୍କ କାମ ଆରମ୍ଭ

ଭଞ୍ଜନଗର,୧୬।୫(ଡି.ଏନ.ଏ.): ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଉଦ୍ୟମ କ୍ରମେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖା ପଛପଟେ ଥିବା ହାତୀବନ୍ଧ ପାର୍କ...

ଥମୁନି ହାତୀ ଆତଙ୍କ , ପୁଣି ଜଣଙ୍କ ଜୀବନ ଗଲା

ରାସଗୋବିନ୍ଦପୁର,୪।୯ (ଡି.ଏନ.ଏ))- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରୁ ଆସିଥିବା ହାତୀପଲଙ୍କ ଉପଦ୍ରବ ଥମିିବାର ନାଁ ଧରୁନି। ୧୩ଟି ହାତୀ ମାସେରୁ ଅଧିକ ସମୟ ହେଲା ରାସଗୋବିନ୍ଦପୁର...

ଗଛ ସ୍ଥାନାନ୍ତର କାର୍ଯ୍ୟ ବିଳମ୍ବ,: ସାଧାରଣରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୫ା୫(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଗୋପାଳପୁରଠାରୁ ରାଇପୁରକୁ ଜାତୀୟ ରାଜପଥ ସଂଯୋଗ ହୋଇଛି। ଏହାର ସଂପ୍ରସାରଣ କାର୍ଯ୍ୟ ଏବେ ବାଲିଗୁଡ଼ାଠାରୁ ଦାରିଙ୍ଗବାଡ଼ି ପର୍ଯ୍ୟନ୍ତ...

ଜିଲାପାଳଙ୍କୁ ଭେଟିଲେ ସେବାୟତ

ବାରିପଦା ଅଫିସ, ୧୩ା୫- ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କ ମନ୍ଦିରର ସେବାୟତମାନେ ମଙ୍ଗଳବାର ଜିଲାପାଳଙ୍କୁ ଭେଟି ୨ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। କାର୍ଯ୍ୟରତ...

Advertisement
Archives

Model This Week