ଅଦିନିଆ ବର୍ଷା: ଖୋଲା ଆକାଶ ତଳେ ପଡ଼ିରହିଛି ଧାନ, ଚିନ୍ତାରେ ଚାଷୀ

ଭବାନୀପାଟଣା,୨୭।୧୨(ଡି.ଏନ୍‌.ଏ.): କୋହଲା ପାଗ ସାଙ୍ଗକୁ ଗତ ୨୫ତାରିଖ ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରେ ଝିପିଝିପି ବର୍ଷ ଲାଗିରହିଛି। ଫଳରେ ଖୋଲା ଆକାଶ ତଳେ ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ଧାନବସ୍ତା ପଡ଼ିରହିଛି। ଧାନ ଉଠାଣରେ ମିଲର୍ସଙ୍କ ଅବହେଳା ଯୋଗୁ ଧାର୍ଯ୍ୟ ସମୟରେ ଚାଷୀଙ୍କ ଧାନ ଉଠାଣର ଚିନ୍ତାକୁ ଦ୍ୱିଗୁଣିତ କରିଛି। ଜିଲାର୧୩ଟି ବ୍ଲକ୍‌ର ୭୮ଟି ପ୍ୟାକ୍ସ ଓ ୧୭ଟି ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ରେ ଚାଲିଥିବା ୧୭୮ଟି ମଣ୍ଡି ଓ ଉପମଣ୍ଡିର ସମାନ ଅବସ୍ଥା। ମଣ୍ଡିରେ କୌଣସି ଶେଡ୍‌ ବ୍ୟବସ୍ଥା ନାହିଁ କି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଚାଷୀମାନଙ୍କୁ ଆବଶ୍ୟକ ପରିମାଣରେ ପଲିଥିନ ଯୋଗାଇ ଦିଆଯାଇନାହଁ। ଫଳରେ ଖୋଲାଆକାଶ ତଳେ ପଡ଼ିରହିଛି ହଜାର ହଜାର ବସ୍ତା ଧାନ। ଏଥିପାଇଁ ଚାଷୀଙ୍କୁ ପ୍ରାପ୍ୟ ଦେବାରେ ବିଳମ୍ବ ହେଉଛି ଏବଂ ଏହା ଚାଷୀମାରଣ ନୀତିର ନମୁନା ବୋଲି ରିସିଗାଁର ଚାଷୀ ଶାନ୍ତନୁ କୁମାର ବେହେରା, ଅଟାଙ୍ଗଗୁଡାର ଚାଷୀ ସୁନିଲ କୁମାର ବେହେରା ଅଭିଯୋଗ କରିଛନ୍ତି। ଏନେଇ ଜିଲା ଯୋଗାଣ ଅଧିକାରୀ ଶିବପ୍ରସାଦ ଦୋରାଙ୍କୁ ପଚାରିବାରୁ ଅଦିନିଆ ବର୍ଷା କାଳ ସାଜିଛି। ତେବେ ଯଥାସମ୍ଭବ ଧାନ ଉଠାଇବା ପାଇଁ ଚେଷ୍ଟା ଚାଲିଛି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ଝଡ଼ବର୍ଷା ଯୋଗୁ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ, ଗରମରୁ…

ଭଞ୍ଜନଗର, ୩୦।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି। ସନ୍ଧ୍ୟା ପ୍ରାୟ ୬ଟା…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

ବିକାଶ ଇନଷ୍ଟିଟ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ: ବିବିଏରେ ଗୁନଗୁନ, ବିସିଏରେ ସଲୋନୀ ଟପ୍ପର…

ଭବାନୀପାଟଣା,୩୦।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ବିକାଶ ଇନଷ୍ଟିଟ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ ପୁଣିଥରେ ଉତ୍କୃଷ୍ଟ ଶିକ୍ଷାଗତ ସଫଳତା ହାସଲ କରିଛି। ମା’ ମାଣିକେଶ୍ୱରୀ…

ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା: କେଭିନ୍ ଭିତରେ ଛାତରୁ ଖସିଲା ସିଲିଂ, ମହିଳା ରୋଗୀ

ପାରଳାଖେମୁଣ୍ଡି, ୩୦।୫ (ଗିରିଧାରୀ ପରିଛା): ଗଜପତି  ଜିଲା  ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ମେଡିକାଲକୁ ଚିକିତ୍ସା…

ଦାରିଙ୍ଗବାଡିରେ ଭୋଟ ପରିଚୟପତ୍ରର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟ ଆରମ୍ଭ: ବିଭିନ୍ନ ବୁଥ୍ ବୁଲି ସମୀକ୍ଷା କଲେ ବିଡ଼ିଓ

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ଠାରୁ ଭୋଟ ପରିଚୟ ପତ୍ରର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ…

ବାଇକ୍ ଦୁର୍ଘଟଣାରେ ଯୁବକ ରକ୍ତ ଜୁଡ଼ୁବୁଡ଼ୁ: ମିଳିଲାନି ଆମ୍ବୁଲାନ୍ସ, ମୋବାଇଲ ଟର୍ଚ୍ଚ ଆଲୁଅରେ ହେଲା ଷ୍ଟିଚ୍!

ଥୁଆମୂଳ ରାମପୁର, ୩୦।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ସ୍ଥିତ ହେଲୋ ପଏଣ୍ଟ (ନାଏକପଡ଼ା) ଛକ ନିକଟରେ ଶନିବାର ମଧ୍ୟାହ୍ନ ପ୍ରାୟ…

କାଳବୈଶାଖୀର କରାଳ ରୂପ:  ଭାଙ୍ଗିଗଲା ଦାଦନ ଶ୍ରମିକର ସପ୍ନର ଘର, ହାର୍ଡଖୁର୍ସି ଗ୍ରାମରେ ଏକାଧିକ ପରିବାର ବାସହୀନ

ଥୁଆମୂଳ ରାମପୁର, ୩୦।୫ (ଦୁର୍ଗା କୀର୍ତ୍ତି):ଦୁଃଖ ଉପରେ ଦୁଃଖ। ବିଧାତାଙ୍କ ବିଚିତ୍ର ଲୀଳା ଆଗରେ ହାର ମାନିଛି ଗରିବ ପରିବାର। କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri