ଯୋଡ଼ା, ୯।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରରେ ଅଦିନିଆ ବର୍ଷା ଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯୋଡା ସହରରେ ଥିବା ପିଚୁ ରାସ୍ତା ଉପରେ କାଦୁଅର ଆସ୍ତରଣ ଚକୋଲେଟ୍ର ଭ୍ରମ ସୃଷ୍ଟି କରୁଛି । ଏହା ସହିତ ଯୋଡା-ବଡବିଲ, ଯୋଡା- ବାମେବାରୀ, ଯୋଡା- ବିଲେଇପଦା, ବିଲେଇପଦା-ମୃଗା ପ୍ରମୁଖ ରାସ୍ତା ବର୍ଷା ଓ କାଦୁଅ ପାଇଁ ପ୍ରାୟତଃ ସମ୍ପୂର୍ଣ୍ଣ ଟ୍ରାଫିକ ଠପ୍ ହୋଇଯାଇଛି । ଯୋଡା ପୋଲିସ, ଘରୋଇ ସୁରକ୍ଷାକର୍ମୀ ମିଶି ଟ୍ରାଫିକ ନିୟନ୍ତ୍ରଣ କରୁଥିଲେ ହେଁ, ଏଥିରେ କୌଣସି ସୁଦ୍ଧାର ନାହିଁ । ଅତ୍ୟବଶକୀୟ ଜିନିଷ ଯଥା- କ୍ଷୀର, ପନିପରିବା, ମାଛ ସହରକୁ ପହଞ୍ଚି ପାରୁ ନ ଥିବା ବେଳେ ଖବରକାଗଜ ଗାଡି ମଧ୍ୟ ସହରକୁ ଆସି ପାରୁନାହିଁ ା ସହରର ବିଭିନ୍ନ ବସ୍ତି ଓ ହଟିଂର ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଅଦିନିଆ ଝିପି ଝିପି ବର୍ଷାରେ ମଧ୍ୟ ସହରରେ ଏକ କୃତ୍ରିମ ବନ୍ୟା ଭଳି ପରିସ୍ଥିତି ଉପୁଜିଛି। ଯୋଡାର ଦୁଇଟି ବଜାରକୁ ସଂଯୋଗ କରିଥିବା ସୁନାନଦୀ ପୋଲ ଉପରେ କାଦୁଅ, ମାଟି, ପାଣି ଜମି ରହିଥିବାରୁ ସାଧାରଣ ବାଟୋଇ ମଧ୍ୟ ପାଦରେ ଚାଲି ଯାଇପାରୁନାହାନ୍ତି। ବାଟୋଇ ବିଜୟ ବେହେରା ଖବରକାଗଜ ବ୍ୟବସାୟୀ ସୁରେଶ ନାୟକ, ମହିଳା ତାରି କାରୁଆ, ଦୁଃଖବନ୍ଧୁ ଦେହୁରୀ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ହଜାର ହଜାର କୋଟି ଟଙ୍କା ଖଣିଜ ପାଣ୍ଠି ଏଅଞ୍ଚଳରୁ ଯାଉଥିଲେ ମଧ୍ୟ ଏହାର ବିନିଯୋଗ ଜିଲା ପ୍ରଶାସନ ଠିକ୍ ଭାବରେ କରିପାରୁନାହିଁ ା ମୌଳିକ ସୁବିଧା ମଧ୍ୟ ଏଠାରେ ଅପହଞ୍ଚ। ରାସ୍ତାର ଅବସ୍ଥା ସତେ ଯେପରି କେହି ଚକୋଲେଟ୍କୁ ରାସ୍ତା ଉପରେ ଦଳିଚକଟି ଦେଇଛି ବୋଲି ସେମାନେ କହିଛନ୍ତି। ଖଣିର ନିଲାମ ପ୍ରକ୍ରିୟା ଚାଲୁଥିବାରୁ ମାର୍ଚ୍ଚମାସ ମଧ୍ୟରେ ଖଣିର ଷ୍ଟକକୁ ପରିବହନ ପାଇଁ ରାଜ୍ୟ ତଥା ବିଭିନ୍ନ ରାଜ୍ୟର ହଜାର ହଜାର ସଂଖ୍ୟାର ଭାରିଯାନ ଚଳାଚଳ ଜନଜୀବନକୁ ଦୁର୍ବିଶହ କରିପକାଉଛି ା ସକାଳେ ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରମାନେ ରାସ୍ତା ଜାମ୍ ଫଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏତେ ଅସୁବିଧା ସତ୍ତ୍ୱେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ତତ୍ପରତା ପ୍ରକାଶ ପାଉନାହିଁ ା
କବିତା ଆସରରେ ମାତୃଭାଷାର ବିକାଶ ପାଇଁ ଆହ୍ବାନ
ହାଟଡିହୀ,୨l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ହାଟଡିହୀ ସାହିତ୍ୟ ଘର ପକ୍ଷରୁ ବର୍ଷାକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଭାପତି…
ବର୍ଷା ବିପନ୍ନଙ୍କ ପାଖରେ ପହଞ୍ଚିଲେ ହାଟଡିହି ବ୍ଲକ ଉପାଧ୍ୟକ୍ଷ, ଅଞ୍ଚଳବାସୀଙ୍କ ପ୍ରଶଂସା
ବଞ୍ଚୋ,୨।୮(ପ୍ରଦୋଷ ବିଶ୍ୱାଳ ): ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ଆନନ୍ଦପୁର ଉପଖଣ୍ଡର ଅନେକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବଞ୍ଚୋ ଗ୍ରାମପଞ୍ଚାୟତର ୧୧ ଓ…
ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ୪୮ ଘଣ୍ଟା ନ ପୂରୁଣୁ ବନ୍ଧାହେଲେ ଯୁବକ
ହାଟଡିହୀ,୨ା୮(ଶୁଭକାନ୍ତ ନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ କେନ୍ଦୁଝର ଜିଲା ନନ୍ଦୀପଦା ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ…
ଗାଁ ଗାଁ ବୁଲି ଆବର୍ଜନା ସଂଗ୍ରହ କରୁଛନ୍ତି ମଞ୍ଜୁଲତା, ସାଉଁଟୁଛନ୍ତି ପ୍ରଶଂସା
ପାଟଣା,୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ମୂଷାଖୋରୀ ପଞ୍ଚାୟତ ମୂଷାଖୋରୀ ଗ୍ରାମର କାଶିଆ ସାହିର ମଞ୍ଜୁଲତା ମହାନ୍ତ ସ୍ବଚ୍ଛ ଭାରତ ମିଶନର ଜଣେ ପ୍ରକୃତ ସାରଥୀ…
ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…
ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…
ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ
କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…
ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର
ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…
ଆନନ୍ଦପୁର ରିଙ୍ଗ୍ ବନ୍ଧ ଘାଇ ହୋଇ ବନ୍ୟା ବିପର୍ଯ୍ୟୟ: ସରକାର-ଜଳସମ୍ପଦ ବିଭାଗ ଉପରେ ବର୍ଷିଲେ ଜୟଦେବ ଜେନା
ଆନନ୍ଦପୁର, ୧।୮(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ରିଙ୍ଗ୍ ବନ୍ଧରେ ଘାଇ ସୃଷ୍ଟି ହୋଇ ବନ୍ୟା ବିପର୍ଯ୍ୟୟ ଘଟିବା ପରେ ଶନିବାର ଆନନ୍ଦପୁରରେ କଂଗ୍ରେସ ପକ୍ଷରୁ ଏକ…
Archives

