ଅଦରକାରୀ, ପୁରୁଣା ସାମଗ୍ରୀରେ ବାଇକ୍‌ ତିଆରି କଲେ ନବମ ଶ୍ରେଣୀ ଛାତ୍ର

ଆନନ୍ଦପୁର : ଜଣେ ନବମ ଶ୍ରେଣୀ ଛାତ୍ର ନିଜସ୍ବ ଜ୍ଞାନକୌଶଳ ବଳରେ ତିଆରି କରିଛନ୍ତି ଏକ ବାଇକ୍‌। ଏହି ବାଇକ୍‌କୁ ନେଇ ସମଗ୍ର କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ସୌର, ବାୟୁ ଓ ପାଣିଶକ୍ତିକୁ ନେଇ ବାଇକ୍‌ଟି ଗତିଶୀଳ ହେଉଛି। ତାହା ପୁଣି ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ବେଗରେ ଗତି କରୁଛି। ହେଡଲାଇଟ୍‌, ଇଣ୍ଡିକେଟର୍‌ ଜଳିବା ସହିତ ହର୍ଣ୍ଣ ବି ବାଜୁଛି। ସବୁଠାରୁ ବଡ଼କଥା ଏଥିରେ ଲଗାଯାଇଥିବା ସବୁ ସାମଗ୍ରୀ ଅଦରକାରୀ ଓ ପୁରୁଣା ସାମଗ୍ରୀ। ଯେକୌଣସି ପାଗରେ ଗତିଶୀଳ ହେବାର କ୍ଷମତା ମଧ୍ୟ ଏହି ବାଇକ୍‌ର ରହିଛି। ଘସିପୁରା ବ୍ଲକ ତରିମୂଳ ହାଇସ୍କୁଲର ଛାତ୍ର ବିଶ୍ୱବନ୍ଧୁ ଓଝା ଏହି ବାଇକ୍‌ ତିଆରି କରିଛନ୍ତି। ସାଧାରଣତଃ ବ୍ୟାଟେରୀ ଚାଳିତ ଗାଡ଼ି ଭଳି ଏହାକୁ ଚାର୍ଜ କରିବାକୁ ପଡ଼େନାହିଁ। ବାଇକ୍‌ଟି ଚାଲିବା ସମୟରେ ହିଁ ଏକ କାଳୀନ ପାଣି, ବାୟୁ ଓ ସୌରଶକ୍ତିରେ ବ୍ୟାଟେରୀ ଚାର୍ଜ ହୋଇଥାଏ। ପାଣି ଟାଙ୍କିରୁ ଟର୍ବାଇନ୍‌ ଯୋଗେ ୧୨ଭୋଲ୍‌ଟ କରେଣ୍ଟ୍‌ ମିଳିଥାଏ। ସୋଲାର ପ୍ୟାନେଲରୁ ୧୨ଭୋଲ୍‌ଟ, ଆଗରେ ଥିବା ୨ଟି ପଙ୍ଖାରୁ ୮ଭୋଲ୍‌ଟ କରେଣ୍ଟ୍‌ ମିଳିଥାଏ। ଏଥିରେ ଲାଗିଥିବା ୨ଟି ବ୍ୟାଟେରୀ ଚାର୍ଜ ହୋଇ କେବଳ ୨ ଭୋଲ୍‌ଟ କରେଣ୍ଟ୍‌ରେ ବାଇକ୍‌ଟି ଚାଲିଥାଏ। ବଳକା କରେଣ୍ଟ୍‌ରେ ମୋବାଇଲ ଚାର୍ଜ ଓ ଅନ୍ୟାନ୍ୟ କାମରେ ଲାଗିଥାଏ।


ଶିକ୍ଷକ ହାଡ଼ିବନ୍ଧୁ ଓଝା ଓ ସବିତା ଓଝାଙ୍କ ଏକମାତ୍ର ପୁଅ ହେଉଛନ୍ତି ବିଶ୍ୱବନ୍ଧୁ ଓଝା। ପିଲାଟି ଦିନରୁ ଏଭଳି ବିରଳ ସାମଗ୍ରୀ ତିଆରି କରିବାରେ ବିଶ୍ୱବନ୍ଧୁ ରୁଚି ରଖିଥିବା କହିଛନ୍ତି ମାତାପିତା। ପୂର୍ବରୁ ବିଶ୍ୱ ପରିବେଶ ଦିବସ ଅବସରରେ ଏକ ପାଣିରେ ଚାଳିତ କାର୍‌ ତିଆରି କରି ପ୍ରଶଂସିତ ହୋଇଥିଲେ। ନଜ ଘରେ ରହୁଥିବା କୋଠରିରେ ବିଭିନ୍ନ ସମୟରେ ଏକ୍ସପରିମେଣ୍ଟାଲ ପଦାର୍ଥ ତିଆରି କରିବାକୁ ସେ ସମୟ ଦେଇଥାନ୍ତି। ଆଗକୁ ଏହିଭଳି ଅନେକ ଜିନିଷ ତିଆରି କରିବାକୁ ରୁଚି ରଖିଥିବା ବିଶ୍ୱବନ୍ଧୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମାଞ୍ଚଳରେ ଟମାଟୋ ଫ୍ଲୁ’

ସାଲେପୁର,୧୯।୫(ଡି.ଏନ୍‌.ଏ.): ସହରାଞ୍ଚଳ ପରେ ଏବେ ଗ୍ରାମାଞ୍ଚଳର ଶିଶୁମାନଙ୍କ ଠାରେ ଟମାଟୋ ଫ୍ଲୁ’ ରୋଗ ଦେଖିବାକୁ ମିଳୁଛି। ଗତ କିଛି ଦିନ ହେବ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ...

‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତ ମାନ୍ୟତା ଦାବି: ମନ୍ତ୍ରୀ ସଚିବଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ବାଚସ୍ପତିଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର, ୧୨।୩(ବ୍ୟୁରୋ): ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନକୁ ନେଇ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ...

ଅଦ୍ଭୁତ ଘଟଣା: ମା’ ପେଟରୁ ଏଭଳି ଜିନିଷ ହାତରେ ଧରି ବାହାରିଲେ ନବଜାତକ, ଡାକ୍ତର ଦେଖି ହେଲେ ଆଶ୍ଚର୍ଯ୍ୟ

ବିହାରର ମୁଜାଫରପୁରରେ ଜଣେ ପ୍ରସୂତି ନିକଟରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ତେବେ ଶିଶୁଟି ମା’ ଗର୍ଭରୁ ଏମିତି ଏକ ଜିନିଷ ଧରି ବାହାରିଥିଲେ, ଯାହାକୁ...

ଝିଆରୀ ହତ୍ୟାକାରୀ ଦାଦା ଗିରଫ

ନୟାଗଡ଼ ଅଫିସ/ଦଶପଲ୍ଲା,୧ା୬(ଡି.ଏନ୍‌.ଏ.): ଝିଆରୀ ହତ୍ୟା ଅଭିଯୋଗରେ ନୟାଗଡ଼ ଜିଲା ଦଶପଲ୍ଲା ପୋଲିସ ସୋମବାର ଦାଦା ବିପିନ ବିହାରୀ ଦାସ(୩୮)ଙ୍କୁ ଗିରଫ କରିଛି । ଏଥିସହ ହତ୍ୟାରେ...

ସ୍ପଷ୍ଟ ଦିବାଲୋକରେ ଚଳନ୍ତା ବସ୍‌ରୁ ଚୋରି କରୁଛି ହାତୀ, ଦେଖନ୍ତୁ ଭିଡିଓ

ରାସ୍ତାରେ ଯିବା ସମୟରେ ଟ୍ରାଫିକ୍‌ ଜାମ୍‌ ହେଉ କିମ୍ବା ଚୋରି ଡକାୟତିର ନିଶ୍ଚିତ ସାମ୍ନା କରିଥିବେ ନଚେତ୍‌ ଶୁଣିଥିବେ ମଧ୍ୟ। ଏହି ଘଟଣାଗୁଡ଼ିକ ସୋସିଆଲ ମିଡିଆରେ...

ଜେଲରେ ବିସ୍ଫୋରକ ରୂପ ନେବ କରୋନା

ଭୁବନେଶ୍ୱର,୨୫ା୬(ବ୍ୟୁରୋ): ଓଡ଼ିଶା ଜେଲ୍‌ରେ ପଶିଲାଣି ମହାମାରୀ କରୋନା। ପୁରୀ, ରାଉରକେଲା ଓ ବ୍ରହ୍ମପୁର ଜେଲ୍‌ର ୧୦ କଏଦୀଙ୍କଠାରେ କୋଭିଡ୍‌-୧୯ ପଜିଟିଭ୍‌ ଠାବ ପରେ ଜେଲ୍‌ରେ ଏବେ...

ଋଣ ଦେବା ନାଁରେ ଅର୍ଥ ହଡ଼ପ ଅଭିଯୋଗ

ରୂପ୍‌ସା, ୨୧।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା ହାତିଆଡ଼ିହା ଗ୍ରାମବାସୀଙ୍କୁ ଋଣ ଯୋଗାଇ ଦେବା ନାଁରେ ‘ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌’ ସଂସ୍ଥା ଅର୍ଥ ହଡପ...

ରାସ୍ତାରେ କୁକୁର କରୁଛି ଏପରି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week