ଅଦରକାରୀ, ପୁରୁଣା ସାମଗ୍ରୀରେ ବାଇକ୍‌ ତିଆରି କଲେ ନବମ ଶ୍ରେଣୀ ଛାତ୍ର

ଆନନ୍ଦପୁର : ଜଣେ ନବମ ଶ୍ରେଣୀ ଛାତ୍ର ନିଜସ୍ବ ଜ୍ଞାନକୌଶଳ ବଳରେ ତିଆରି କରିଛନ୍ତି ଏକ ବାଇକ୍‌। ଏହି ବାଇକ୍‌କୁ ନେଇ ସମଗ୍ର କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ସୌର, ବାୟୁ ଓ ପାଣିଶକ୍ତିକୁ ନେଇ ବାଇକ୍‌ଟି ଗତିଶୀଳ ହେଉଛି। ତାହା ପୁଣି ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ବେଗରେ ଗତି କରୁଛି। ହେଡଲାଇଟ୍‌, ଇଣ୍ଡିକେଟର୍‌ ଜଳିବା ସହିତ ହର୍ଣ୍ଣ ବି ବାଜୁଛି। ସବୁଠାରୁ ବଡ଼କଥା ଏଥିରେ ଲଗାଯାଇଥିବା ସବୁ ସାମଗ୍ରୀ ଅଦରକାରୀ ଓ ପୁରୁଣା ସାମଗ୍ରୀ। ଯେକୌଣସି ପାଗରେ ଗତିଶୀଳ ହେବାର କ୍ଷମତା ମଧ୍ୟ ଏହି ବାଇକ୍‌ର ରହିଛି। ଘସିପୁରା ବ୍ଲକ ତରିମୂଳ ହାଇସ୍କୁଲର ଛାତ୍ର ବିଶ୍ୱବନ୍ଧୁ ଓଝା ଏହି ବାଇକ୍‌ ତିଆରି କରିଛନ୍ତି। ସାଧାରଣତଃ ବ୍ୟାଟେରୀ ଚାଳିତ ଗାଡ଼ି ଭଳି ଏହାକୁ ଚାର୍ଜ କରିବାକୁ ପଡ଼େନାହିଁ। ବାଇକ୍‌ଟି ଚାଲିବା ସମୟରେ ହିଁ ଏକ କାଳୀନ ପାଣି, ବାୟୁ ଓ ସୌରଶକ୍ତିରେ ବ୍ୟାଟେରୀ ଚାର୍ଜ ହୋଇଥାଏ। ପାଣି ଟାଙ୍କିରୁ ଟର୍ବାଇନ୍‌ ଯୋଗେ ୧୨ଭୋଲ୍‌ଟ କରେଣ୍ଟ୍‌ ମିଳିଥାଏ। ସୋଲାର ପ୍ୟାନେଲରୁ ୧୨ଭୋଲ୍‌ଟ, ଆଗରେ ଥିବା ୨ଟି ପଙ୍ଖାରୁ ୮ଭୋଲ୍‌ଟ କରେଣ୍ଟ୍‌ ମିଳିଥାଏ। ଏଥିରେ ଲାଗିଥିବା ୨ଟି ବ୍ୟାଟେରୀ ଚାର୍ଜ ହୋଇ କେବଳ ୨ ଭୋଲ୍‌ଟ କରେଣ୍ଟ୍‌ରେ ବାଇକ୍‌ଟି ଚାଲିଥାଏ। ବଳକା କରେଣ୍ଟ୍‌ରେ ମୋବାଇଲ ଚାର୍ଜ ଓ ଅନ୍ୟାନ୍ୟ କାମରେ ଲାଗିଥାଏ।


ଶିକ୍ଷକ ହାଡ଼ିବନ୍ଧୁ ଓଝା ଓ ସବିତା ଓଝାଙ୍କ ଏକମାତ୍ର ପୁଅ ହେଉଛନ୍ତି ବିଶ୍ୱବନ୍ଧୁ ଓଝା। ପିଲାଟି ଦିନରୁ ଏଭଳି ବିରଳ ସାମଗ୍ରୀ ତିଆରି କରିବାରେ ବିଶ୍ୱବନ୍ଧୁ ରୁଚି ରଖିଥିବା କହିଛନ୍ତି ମାତାପିତା। ପୂର୍ବରୁ ବିଶ୍ୱ ପରିବେଶ ଦିବସ ଅବସରରେ ଏକ ପାଣିରେ ଚାଳିତ କାର୍‌ ତିଆରି କରି ପ୍ରଶଂସିତ ହୋଇଥିଲେ। ନଜ ଘରେ ରହୁଥିବା କୋଠରିରେ ବିଭିନ୍ନ ସମୟରେ ଏକ୍ସପରିମେଣ୍ଟାଲ ପଦାର୍ଥ ତିଆରି କରିବାକୁ ସେ ସମୟ ଦେଇଥାନ୍ତି। ଆଗକୁ ଏହିଭଳି ଅନେକ ଜିନିଷ ତିଆରି କରିବାକୁ ରୁଚି ରଖିଥିବା ବିଶ୍ୱବନ୍ଧୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପରାଜୟ ପରେ ECI ଉପରେ ଆକ୍ରମଣ’ SIR-ନିର୍ବାଚନ ଆୟୋଗ ବିବାଦ ଉପରେ ଆସିଲା ଭାଜପାର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଭାଜପା ନିଜର ପ୍ରଥମ ପ୍ରତିକ୍ରିୟା ରଖିଛି। ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଭାଜପା ଏମପି ସମ୍ବିତ…

ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ…

କ୍ରିକେଟରେ ହଲଚଲ! ହଠାତ୍ ଇସ୍ତଫା ଦେଲେ କୋଚ୍, କାରଣ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୩ା୯: ଚାକିରି ବଦଳାଇବା ଏବେ ସାଧାରଣ କଥା। କିନ୍ତୁ କୌଣସି ଜାତୀୟ କ୍ରିକେଟ୍ ଦଳର କୋଚ୍ ଅନ୍ୟ ଏକ ଟିମ୍‌ରେ ଚାକିରି ପାଇଁ ଇସ୍ତଫା ଦେବା ନିଶ୍ଚିତ…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ଅକ୍ଟୋବରରୁ ବଦଳିଯିବ ଏସବୁ ନିୟମ, ଏବେଠୁ ଜାଣି ରଖନ୍ତୁ ସବୁକିଛି

ନୂଆଦିଲ୍ଲୀ,୨୩।୯: ପ୍ରତି ମାସର ପହିଲା ତାରିଖରେ କିଛି ନା କିଛି ନିୟମରେ ପରିବର୍ତ୍ତନ ହୋଇଥାଏ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସୁକତା ରହିଥାଏ ଯେ, ଆସନ୍ତା…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ମଘା ନକ୍ଷତ୍ରକୁ ଯିବେ ଗୁରୁ ବୃହସ୍ପତି: ଅକ୍ଟୋବରରୁ ଆରମ୍ଭ ହେବ ୪ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଚାକିରି-ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଗ୍ରହଙ୍କୁ ଜ୍ଞାନ, ଧନ, ଭାଗ୍ୟ, ବିସ୍ତାର, ସୁଖ ଓ ସମୃଦ୍ଧିର କାରକ ଭାବେ ବିବେଚନା କରାଯାଏ। ଶୁଭ ଗ୍ରହମାନଙ୍କ ମଧ୍ୟରେ ଗୁରୁଙ୍କୁ ବିଶେଷ…

ଅଶ୍ବିନଙ୍କ ବଡ଼ ଖୁଲାସା; CSK ହେଡ୍ କୋଚ୍ ହେବାକୁ ଏହି ଖେଳାଳିଙ୍କୁ ମିଳିଥିଲା ଅଫର, ହେଲେ…

ଚେନ୍ନାଇ,୨୩।୯: ଆଇପିଏଲ୍‌ ୨୦୨୭ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜାହିର ଖାନ୍‌ଙ୍କୁ ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ସେ ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ…

ମହିଳାଙ୍କ ସଲୱାର୍‌ ଖୋଲିବାକୁ ଚେଷ୍ଟା କରିବା ବଳାତ୍କାର ଉଦ୍ୟମ ନୁହେଁ? ପାଟନା ହାଇକୋର୍ଟଙ୍କ ରାୟରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ; ପ୍ରଧାନ ବିଚାରପତି କହିଲେ…

ନୂଆଦିଲ୍ଲୀ,୨୩।୯: ପାଟନା ହାଇକୋର୍ଟଙ୍କ ଏକ ରାୟକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଉକ୍ତ ରାୟରେ କୁହାଯାଇଥିଲା ଯେ ଜଣେ ମହିଳାଙ୍କ ‘ସଲୱାର’ ଖୋଲିବାକୁ ଚେଷ୍ଟା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?