‘ଅତ୍ୟାଚାର, ଆକ୍ରୋଶ ବିରୋଧରେ ମୁହଁ ଖୋଲନ୍ତୁ ମହିଳା’

ନାତୁଣୀ ହାକିମ ହେଉ, ଏହା ଥିଲା ଜେଜେଙ୍କ ଇଚ୍ଛା। ସେହି ସ୍ବପ୍ନ ଏବେ ପୂରଣ ହୋଇଛି। ହେଲେ ନାତୁଣୀର ଏହି ଖୁସି ଦେଖିବାକୁ ଜେଜେ ନାହାନ୍ତି। କେବେଠୁ ତାଙ୍କର ସ୍ବର୍ଗାବାସ ହୋଇସାରିଛି। ସେ ଥିଲେ ନିଶ୍ଚିତ ଏହି ଖୁସି ଦ୍ୱିଗୁଣିତ ହୋଇଥାନ୍ତା ବୋଲି କହିଛନ୍ତି ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍‌) ପରୀକ୍ଷାରେ ରାଜ୍ୟ ଟପ୍ପର ହୋଇଥିବା ଅନୁଗୋଳ ଶୁଶୁଡ଼ାର ଈପ୍‌ସିତା ଅଭିନନ୍ଦିତା ମିଶ୍ର(୨୪)। ରୋଟାରୀ ପବ୍ଲିକ ସ୍କୁଲରେ ସ୍କୁଲ ଶିକ୍ଷା ଶେଷ କରିଥିବା ଈପ୍‌ସିତା ଡିଏଭି ପବ୍ଲିକ ସ୍କୁଲରେ ଯୁକ୍ତ ୨ ପଢ଼ିଥିଲେ। ପରେ ଭୁବନେଶ୍ୱରସ୍ଥିତ ୟୁନିଭର୍ସିଟି ଲ’ କଲେଜରେ ସ୍ନାତକ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଥିବା ଏଲ୍‌ଏଲ୍‌ଏମ୍‌ରେ ସ୍ନାତକୋତ୍ତର କରିଥିଲେ। ସେହି ପରୀକ୍ଷା ଫଳ ବାହାରି ନ ଥିବାବେଳେ ପ୍ରଥମ ଥର ଓଜେଏସ୍‌ ପରୀକ୍ଷାରେ ତାଙ୍କୁ ଶ୍ରେଷ୍ଠ ହେବାର ସଫଳତା ମିଳିଛି। ଜେଜେବାପା ସ୍ବର୍ଗତ ପଣ୍ଡିତ ନିତ୍ୟାନନ୍ଦ ମିଶ୍ରଙ୍କ ଆଶୀର୍ବାଦ, ଆଇନଜୀବୀ ସୁରେଶ କୁମାର ମିଶ୍ରଙ୍କ ଠାରୁ ପ୍ରୋତ୍ସାହନ ଓ ଆଶୁତୋଷ ମିଶ୍ର, ୟୁ.ସି. ମିଶ୍ରଙ୍କ ମାର୍ଗଦର୍ଶନ ଯୋଗୁ ସେ ଏହି ସଫଳତା ହାସଲ କରିପାରିଛନ୍ତି। ବାପା ଆଇନଜୀବୀ ଧ୍ରୁବ ଚରଣ ମିଶ୍ର ଓ ମା’ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ହିଲୋଲିନୀ ମିଶ୍ରଙ୍କ ପ୍ରେରଣା ତାଙ୍କୁ ବିନା କୋଚିଂରେ ବିଚାରପତି ହେବାର ସୌଭାଗ୍ୟ ଦେଇପାରିଛି ବୋଲି ଈପ୍‌ସିତା ପ୍ରକାଶ କରିଛନ୍ତି। ଓଡ଼ିଶୀ ନୃତ୍ୟରେ ରୁଚି ରଖୁଥିବା ଈପ୍‌ସିତା ରାଜ୍ୟପାଳ ଟ୍ରଫି ପାଇଥିଲେ ବି ଏବେ ନ୍ୟାୟିକ ବ୍ୟବସ୍ଥାରେ ରହି ସମସ୍ତଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବେ ବୋଲି ‘ଧରିତ୍ରୀ’ ସହ ଆଳାପ ବେଳେ କହିଛନ୍ତି।

ପ୍ରଶ୍ନ: କେମିତି ଥିଲା ପ୍ରସ୍ତୁତି?
ଭୁବନେଶ୍ୱରସ୍ଥିତ ୟୁନିଭର୍ସିଟି ଲ’ କଲେଜରେ ପ୍ରଥମ ବର୍ଷ ନାମ ଲେଖାଇବା ସମୟରେ ଓଜେଏସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲି। ପାଠ ପଢ଼ା ସହ ସମୟ ପାଇଲେ ଉକ୍ତ ପ୍ରସ୍ତୁତି ଦିଗରେ ଅଗ୍ରସର ହେଉଥିଲି।
ପ୍ରଶ୍ନ: ଏବେ ଟପ୍ପର, କିପରି ଲାଗୁଛି?
ଲିଖିତ ସହ ମୌଖିକ ପରୀକ୍ଷା ଭଲ ହୋଇଥିଲା। ଓଜେଏସ୍‌ ପାଇବି ବୋଲି ନିଶ୍ଚିତ ଥିଲି। କିନ୍ତୁ ପ୍ରଥମ ସ୍ଥାନ କଥା ଭାବି ନ ଥିଲି। ଯେତିକି ଖୁସି ଲାଗୁଛି, ଜେଜେ ଥିଲେ ତାହା ବହୁ ଅଧିକ ହୋଇଥାନ୍ତା।
ପ୍ରଶ୍ନ: ନ୍ୟାୟିକ ଆସ୍ଥାକୁ କିପରି ବଜାୟ ରଖିବେ?
ବ୍ୟବସ୍ଥାରେ ଏବେ ସମ୍ପୂର୍ଣ୍ଣ ଅନଭିଜ୍ଞ। ଓଡ଼ିଶା ଜୁଡିସିଆଲ ଏକାଡେମୀରେ ଗୋଟିଏ ବର୍ଷ ପ୍ରୋବେଶନରେ ରହିବି। ସେଠାରୁ ବହୁତ କିଛି ଶିଖିବାର ଅଛି। ଏଥିସହ ନ୍ୟାୟିକ ବ୍ୟବସ୍ଥାରେ ପ୍ରତ୍ୟେକ ଦିନ କିଛି ନା କିଛି ଶିଖିବାକୁ ପଡ଼ିଥାଏ। ତେଣୁ ନ୍ୟାୟାଳୟକୁ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଚେଷ୍ଟା କରିବି।
ପ୍ରଶ୍ନ: ଅସଂଖ୍ୟ ମାମଲା ସହ ବିଚାରରେ ବିଳମ୍ବ, ଏହାକୁ ନେଇ କ’ଣ କହିବେ?
କାରଣ ହେଉଛି କୋର୍ଟରେ ଆବଶ୍ୟକ ସଂଖ୍ୟକ ବିଚାରପତି ଓ କର୍ମଚାରୀ ନାହନ୍ତି। ଫଳରେ ନ୍ୟାୟିକ ବ୍ୟବସ୍ଥାରେ ମାମଲା ଗୁଡ଼ିକର ତ୍ୱରିତ ଫଇସଲା ହୋଇପାରୁନାହିଁ।
ପ୍ରଶ୍ନ: ବଢ଼ୁଥିବା ନାରୀ ନିର୍ଯାତନା ଏବେ ବଡ଼ ସମସ୍ୟା, ରୋକିବାର ଉପାୟ କ’ଣ?
ବିଭିନ୍ନ ନିର୍ଯାତନା, ଆକ୍ରୋଶ ବିରୋଧରେ ମହିଳାମାନେ ଆଇନର ଆଶ୍ରୟ ନେଉଥିବା ଦେଖାଯାଉଛି। ହେଲେ ଏବେ ବି ଅନେକେ ଲୋକଲଜ୍ଜା କାରଣରୁ ଚୁପ୍‌ ରହିଯାଉଛନ୍ତି। ସେମାନେ ମୁହଁ ଖୋଲିବା ଦରକାର। ଏହାଦ୍ୱାରା ହିଁ ସମାଜରେ ଥିବା ଖଳ ପ୍ରକୃତିର ଲୋକମାନେ ଦଣ୍ଡିତ ହେବେ ଓ ମହିଳାମାନେ ସୁରକ୍ଷିତ ରହିପାରିବେ।
ପ୍ରଶ୍ନ:କୋର୍ଟ ପ୍ରତି ଥିବା ଲୋକଙ୍କ ଭୟ କେମିତି ଦୂର ହେବ?
ଉତ୍ତର: ଅଦାଲତକୁ ଲୋକମାନେ ଭୟ କରିବା କଥା ନୁହେଁ। ଏହାଛଡ଼ା କୋର୍ଟ ନ ଆସି ବି ସେମାନେ ନ୍ୟାୟ ପାଇପାରିବେ। ଏଥିପାଇଁ ଲୋକ ଅଦାଲତ ହେଲାଣି ଓ ତା’ ସାଙ୍ଗକୁ ଟ୍ରିବ୍ୟୁନାଲ ମଧ୍ୟ ରହିଛି। ଜନସାଧାରଣ ସଚେତନ ହେଲେ ଏସବୁ ଫୋରମରେ ସେମାନଙ୍କ ମାମଲାର ବିଚାର ହୋଇପାରିବ।
ପ୍ରଶ୍ନ: ନ୍ୟାୟ ବ୍ୟବସ୍ଥା ଓ ଓଡ଼ିଶୀ ନୃତ୍ୟ ନିଶା, ଏକାଠି କ’ଣ ସମ୍ଭବ?
ଓଡ଼ିଶୀ ନୃତ୍ୟ ମୋର ନିଶା। ସ୍କୁଲ କ୍ୟାରିୟରରୁ ଏହାକୁ ନେଇ ଆଗକୁ ବଢ଼ିଆସିଛି। ଭୁବନେଶ୍ୱର, ହାଇଦ୍ରାବାଦ, ଦିଲ୍ଲୀ, ଭୋପାଳରେ ଭଲ ପ୍ରଦର୍ଶନ କରିଛି। ରାଜ୍ୟପାଳ ଟ୍ରଫି ବି ପାଇଛି। ନ୍ୟାୟିକ ବ୍ୟବସ୍ଥାରେ ବାନ୍ଧି ହେବା ପରେ ଘରେ ନୃତ୍ୟ ଅଭ୍ୟାସ ଜାରି ରଖିଛି। ସୁଯୋଗ ପାଇଲେ ନିଶ୍ଚିତ ଭାବେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରଦର୍ଶିତ ହେବ ଫନୀ ସମ୍ପର୍କିତ ବୃତ୍ତଚିତ୍ର

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଚଳିତ ବର୍ଷ ମେ ୩ରେ ଓଡ଼ିଶା ଉପକୂଳ ସାମୁଦ୍ରିକ ଝଡ ଫନୀ ଦ୍ୱାରା ଘୋର ପ୍ରଭାବିତ ହୋଇଥିଲା। ଏହାକୁ ମୁକାବିଲା କରିବା ପାଇଁ...

ବଢୁଛି ବୈତରଣୀ, ବନ୍ୟା ଆଶଙ୍କା: ଏସ୍‌ଆର୍‌ସି

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ବାତ୍ୟା ‘ୟାସ୍‌’ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିବାରୁ ବୈତରଣୀ ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ଆନନ୍ଦପୁର ଓ ଆଖୁଆପଦା ଠାରେ ଏହା ବିପଦ ସଙ୍କେତ...

ନିଷିଦ୍ଧାଞ୍ଚଳରେ ମାଛ ମାରି ଫସିଲେ: ୪ ଟ୍ରଲର ଜବତ, ୩୦ ଅଟକ

କୋଣାର୍କ,୩୧ା୧(ଡି.ଏନ୍‌.ଏ.): ପୁରୀ ଅସ୍ତରଙ୍ଗ ସମୁଦ୍ରର ନିଷିଦ୍ଧାଞ୍ଚଳରେ ବେଆଇନ ମାଛ ମାରୁଥିବାରୁ ୪ ଟ୍ରଲର ଜବତ କରାଯାଇଥିବା ବେଳେ ୩୦ କର୍ମଚାରୀ ଅଟକ ରହିଛନ୍ତି। ପାରାଦୀପ ଅଞ୍ଚଳର...

ନୀତି ବିଳମ୍ବ, ଭକ୍ତ ହଇରାଣ

ପୁରୀ ଅଫିସ, ୫ା୧୧: କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶୁକ୍ରବାରଠାରୁ ପବିତ୍ର ପଞ୍ଚକ ଆରମ୍ଭ ହୋଇଛି। ପଞ୍ଚକର ପ୍ରଥମ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ...

ଏମ୍‌ପି ଅନୁଭବଙ୍କ ନାଁରେ ସ୍ତ୍ରୀଙ୍କ ନିର୍ଯାତନା ଅଭିଯୋଗ: ୧୫ କୋଟିର କ୍ଷତିପୂରଣ ଦାବି

କଟକ ଅଫିସ,୬।୯: ଓଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଅଭିନେତାରୁ ରାଜନେତା ପାଲଟିଥିବା ଏମ୍‌ପି ଅନୁଭବଙ୍କ...

ଦୁର୍ଘଟଣାରେ ୧୧ ଆହତ

ବହଳଦା, ୭।୧୦ (ଡି.ଏନ.ଏ) – ମୟୂରଭଞ୍ଜ ଜିଲା ତିରିଂ ଥାନା ଅଧୀନ ରାଞ୍ଚି ବିଜୟୱ୍ବାଡା ୨୨୦ ନଂ. ଜାତୀୟ ରାଜପଥର ମାକିଡିଘାଟି ନିକଟରେ ଏକ ଡ୍ୟାନ୍ସ...

ଉଦ୍ଧବଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଶୁକ୍ରବାର ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି...

୨୨କୁ ବୃଦ୍ଧି ପାଇଲା ଖରିଫ ଧାନ ସଂଗ୍ରହ ପଞ୍ଜୀକରଣ ଅବଧି

ଭୁବନେଶ୍ବର,୧୬ା୮(ବ୍ୟୁରୋ): ରାଜ୍ୟ ସରକାର ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାର ସମୟ ଅବଧିକୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏନେଇ...

Advertisement
Archives

Model This Week