ଅତ୍ୟଧିକ ପାଣି ପିଇବା କ୍ଷତିକାରକ

ଦୈନିକ ଠିକ୍‌ ଅନୁପାତରେ ପାଣି ପିଇବା ଜରୁରୀ। ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ମାତ୍ର ଆବଶ୍ୟକତାଠାରୁ ଅଧିକ ପାଣି ପିଇବା ଫଳରେ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡିଥାଏ। ଦିନକୁ ୯ରୁ ୧୩ ଗ୍ଲାସ୍‌ ପାଣି ପିଇବା ଉଚିତ। ଏହାଠାରୁ ଅଧିକ କିମ୍ବା ବିନା କାରଣରେ ପାଣି ପିଇବା ଉଚିତ ନୁହେଁ।
କେବଳ ଶୋଷ ଲାଗିବା ସମୟରେ ପାଣି ପିଇବା ଉଚିତ। କାରଣ ଏହା ଶରୀରରେ ମହଜୁଦ ଥିବା ବିଦ୍ୟୁତ୍‌ବାହୀ ଦ୍ରାବକ ପଦାର୍ଥ ଯଥା ପୋଟାସିୟମ, ସୋଡିୟମ ଓ ମ୍ୟାଗ୍ନେସିୟମ ଆଦି ଅସନ୍ତୁଳିତ ହୋଇଥାଏ। ଅଧିକ ପାଣି ପିଇବା ଦ୍ୱାରା ହାର୍ଟରୁ ଆରମ୍ଭ କରି କିଡ୍‌ନୀ ପର୍ଯ୍ୟନ୍ତ ସଞ୍ଚାଳନ ହେଉଥିବା ଏହି ପଦାର୍ଥଗୁଡ଼ିକର ସନ୍ତୁଳନ ବିଗିଡିଯାଏ।

ଯଦି ପରିସ୍ରାର ରଙ୍ଗ ଗାଢ଼ ହୋଇଥାଏ ତେବେ ଏହା ଡିହାଇଡ୍ରେଶନର ଲକ୍ଷଣ ହୋଇଥାଏ। ମାତ୍ର ଏହାର ଅର୍ଥ ଆପଣ ଅଧିକ ପାଣି ପିଇଲେ ପରିସ୍ରା ଧଳା ହେବା ଉଚିତ ନୁହେଁ। ବିଶେଷଜ୍ଞଙ୍କ ମତରେ ପରିସ୍ରାର ରଙ୍ଗ ଟିକେ ହଳଦିଆ ରହିବା ଆବଶ୍ୟକ। କାରଣ ପରିସ୍ରାର ରଙ୍ଗ ଏପରି ହେବାଫଳରେ ହାଇଡ୍ରେଶନ ଭଲ ହୋଇଥାଏ। ପରିସ୍ରା ଧଳା ହେବା ଫଳରେ ପାଣି ପିଇବା କମ୍‌ ଦରକାର।
ଯଦି ବ୍ୟକ୍ତି ବାରମ୍ବାର ପରିସ୍ରା କରିବାକୁ ଯାଇଥାଏ କିମ୍ବା ରାତିରେ ଉଠି ମଧ୍ୟ ପରିସ୍ରା କରିଥାଏ, ତେବେ ସେ ଅଧିକ ପାଣି ପିଇଥାଏ। ଏହାର ଅନ୍ୟ କାରଣ ମଧୁମେହ ଓ ମୂତ୍ରାଶୟ ସଂକ୍ରମଣ ମଧ୍ୟ ହୋଇପାରେ। ଅଧିକ ପାଣି ପିଇବା ଫଳରେ ରକ୍ତରେ ସୋଡିୟମ ମାତ୍ରା କମ୍‌ ହୋଇଯାଇଥାଏ। ଏହା ଦ୍ୱାରା ହାତ, ପାଦ ଓ ଓଠ ମଧ୍ୟ ଫୁଲିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri