Posted inଜାତୀୟ

ଅଣ୍ଡରଓ୍ବାଲର୍ଡ ଡନ୍‌ ଛୋଟା ଶକିଲଙ୍କ ବଡ଼ ଭଉଣୀଙ୍କ କରୋନାରେ ମୃତ୍ୟୁ

ମୁମ୍ବାଇ,୧୬।୬: ଅଣ୍ଡରଓ୍ବାଲର୍ଡ ଡନ୍‌ ଛୋଟା ଶକିଲଙ୍କ ବଡ଼ ଭଉଣୀ ହମିଦାଙ୍କ ମଙ୍ଗଳାବାର କରୋନାଜନିତ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ବର୍ଷ ହୋଇଥିଲା। ସୂଚନାଯୋଗ୍ୟ, ହମିଦା ମହାରାଷ୍ଟ୍ରର ଠାଣେରେ ରହୁଥିବା ବେଳେ ଗତ କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବ୍ରାର ବିଲାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେହିପରି ଗୋଟିଏ ମାସ ମଧ୍ୟରେ ଛୋଟା ଶକିଲଙ୍କୁ ଦୁଇଥର ବଡ଼ ଝଟ୍‌କା ଲାଗିଛି। ମଙ୍ଗଳବାର ଛୋଟା ଶକିଲଙ୍କ ବଡ଼ ଭଉଣୀ ହମିଦାଙ୍କ ପରଲୋକ ଘଟିଥିବା ବେଳେ ମେ ମାସରେ ସାନ ଭଉଣୀ ଫହମିଦାଙ୍କ ମୃତ୍ୟୁ ହୋଇଥିଲା। ତେବେ ତାଙ୍କର ନିଧନ ମଧ୍ୟ ମୁମ୍ବାଇରେ ହୋଇଥିବା ଜଣାପଡ଼ିଛି। ଫହମିଦାଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ ୫୦ବର୍ଷ ହୋଇଥିଲା। ସୂଚନାଯୋଗ୍ୟ, ଛୋଟା ଶକିଲ ହେଉଛନ୍ତି ଦାଉଦ ଇବ୍ରାହିମର ଡାହାଣ ହାତ। ସେ ନିଜ ପରିବାର ସହ ପାକିସ୍ତାନର କରାଚିରେ ରହୁଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ବର୍ଷା ବିତ୍ପାତ

ନୂଆଦିଲ୍ଲୀ,୧୯।୮: ରାଜଧାନୀ ଦିଲ୍ଲୀରେ ବୁଧବାର ସକାଳୁ ପ୍ରବଳ ବର୍ଷା ଜାରି ରହିଛି। ଏହି ବର୍ଷା ଆହୁରି ୪-୫ ଦିନ ଲାଗି ରହିବାର ସମ୍ଭାବନା ରହିଛି ବୋଲି...

କରାଇଦେଲେନି ଆସ୍ଥାଭୋଟ: ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବାଚସ୍ପତିଙ୍କ ଅବଜ୍ଞା, ବିଧାନସଭା ଦିନକ ପାଇଁ ସ୍ଥଗିତ

ବେଙ୍ଗାଲୁରୁ,୧୯ା୭  :(ପି.ଟି./ଆଇଏଏନ୍‌ଏସ୍‌):ଘଡ଼ିକେ ଘୋଡ଼ା ଛୁଟୁଛି। କର୍ନାଟକ ରାଜନୀତିର ପାଣି କେତେବେଳେ କେଉଁ ଆଡ଼କୁ ବହିବ କିଛି କହି ହେଉନାହିଁ। ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀ...

ବିରାଟ କୋହଲିଙ୍କ ଝିଅକୁ ବଳାତ୍କାର ଧମକ ଦେଇଥିବା ଯୁବକ ଗିରଫ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କୁ ବଳାତ୍କାର ଧମକ ଦେଇଥିବା ଯୁବକ ବୁଧବାର ଗିରଫ ହୋଇଛନ୍ତି। ସେହି ଅଭିଯୁକ୍ତ ଜଣଙ୍କ...

କରୋନା କବଳରେ ସେଲିବ୍ରିଟି: ଅଙ୍ଗୁରୀ ଭାବି-ଅଭିଜିତ୍‌ ସାଓ୍ବନ୍ତ ସଂକ୍ରମିତ

ମୁମ୍ବାଇ,୫।୪: ଟେଲି ଜଗତର ପପୁଲାର ଶୋ’ ‘ଭାବଜୀ ଘର ପେ ହୈ’ର ଫେମ୍‌ ଅଙ୍ଗୁରୀ ଭାବି ତଥା ଶୁଭାଙ୍ଗୀ ଅତ୍ରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ୍‌...

ଗୁପ୍ତଚରୀ ପାଇଁ ଅନ୍ତର୍ଜାତୀୟ କଲ୍‌କୁ ଲୋକାଲ କଲ୍‌ରେ କରାଯାଉଥିଲା ପରିବର୍ତ୍ତନ

ବେଙ୍ଗାଲୁରୁ,୨୨।୬: ଭାରତୀୟ ସେନାର ସମ୍ବେଦନଶୀଳ ତଥ୍ୟ ପାକିସ୍ତାନକୁ ଦେଉଥିବା ଏକ ର଼୍ୟାକେଟକୁ ଠାବ କରାଯାଇଛି। କର୍ନାଟକ ପୋଲିସ ଓ ସାମରିକ ଗୋଇନ୍ଦା ଅଧିକାରୀଙ୍କ ମିଳିତ ଚଢ଼ାଉ...

ରାଜଘାଟ ପହଞ୍ଚି ଜନତାଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍‌ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୫।୨: ଦିଲ୍ଲୀରେ ଶାନ୍ତି ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଉଦ୍ୟମ ଚଳାଇଛନ୍ତି। ମଙ୍ଗଳବାର ଅପରାହ୍ନରେ କେଜରିଓ୍ବାଲ ଓ...

ଗୁରୁବାର ଲଦାଖ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୮।୮ : ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଥମ ଥର ପାଇଁ ନବ ଗଠିତ କେନ୍ଦ୍ରଶାସିତ...

ନିରପେକ୍ଷ ନିର୍ବାଚନ ପାଇଁ କେଉଁ ପଦକ୍ଷେପ ଗ୍ରହଣ କରାଯାଇଛି, ତ୍ରିପୁରା ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୩।୧୧: ନଭେମ୍ବର ୨୫ରେ ହେବାକୁ ଥିବା ନଗରପାଳିକା ମତଦାନ ପୂର୍ବରୁ ତ୍ରିପୁରାରେ ହିଂସା ତଥା ର୍ନିବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଯାଇଥିବା ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ...

Advertisement
Archives

Model This Week