ଅଢ଼େଇ ହଜାରରେ ଫୋନ୍‌ ବିକି ଖାଦ୍ୟ ଆଣିଥିଲେ ଦାଦନ

ଗୁରୁଗ୍ରାମ,୧୯।୪: ଲକ୍‌ଡାଉନ୍‌ ଯୋଗୁ ଗରିବ, ନିରାଶ୍ରୟ ଲୋକଙ୍କ ମୁଣ୍ଡବ୍ୟଥା ବଢ଼ିଛି। କାମଧନ୍ଦା ବନ୍ଦ ହୋଇଯିବା ପରେ ପରିବାର ପୋଷିବା ସେମାନଙ୍କ ଲାଗି କଷ୍ଟକର ହୋଇପଡ଼ିଛି। ଅନେକେ ଖାଇବାକୁ ମୁଠେ ପାଉନାହାନ୍ତି। ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ଗୁରୁଗ୍ରାମସ୍ଥିତ ଏକ ବସ୍ତିରେ। ଭୋକ ଉପାସରେ ଆଉଟପାଉଟୁ ହେଉଥିବା ପରିବାର ଲୋକଙ୍କ ମୁହଁରେ ଦାନା ଦେବା କଷ୍ଟକର ହେବାରୁ ମୁକେଶ ନାମକ ଜଣେ ଯୁବକ ଶେଷରେ ନିଜ ଫୋନ୍‌ ବିକ୍ରି କରିଥିଲେ। ସେଥିରୁ ମିଳିଥିବା ୨,୫୦୦ ଟଙ୍କାରେ ଘର ପାଇଁ ଅଟା, ଚାଉଳ, ଚିନି ଓ ୪ ପିଲା ଶୋଇବା ଲାଗି ଏକ ଟେବୁଲ ଫ୍ୟାନ୍‌ ଆଣିଥିଲେ। ବଳିଥିବା ଟଙ୍କା ସ୍ତ୍ରୀଙ୍କୁ ଦେଇ ଆରପଟ ଘରେ ବେକରେ ରଶିଲଗାଇ ଆତ୍ମହତ୍ୟା କରିଥିଲେ। ସ୍ତ୍ରୀ ପୁନମ୍‌ଙ୍କ ପାଖରେ ଯାହା ଟଙ୍କା ଥିଲା ସ୍ବାମୀଙ୍କ ଶେଷକୃତ୍ୟରେ ଖର୍ଚ୍ଚ ହୋଇଗଲା। ଏବେ ୪ ପ୍ରାଣୀ କୁଟୁମ୍ବଙ୍କୁ ଧରି ପୁନମ୍‌ ଅସହାୟ ସ୍ଥିତିରେ ଅଛନ୍ତି। ଡିଏଲ୍‌ଏଫ୍‌ ଫେଜ୍‌-୫ର ସରସ୍ବତୀ କୁଞ୍ଜ ବସ୍ତିରେ ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି।
ମୁକେଶ ପେସାରେ ଜଣେ ରଙ୍ଗ ମିସ୍ତ୍ରି ଥିଲେ। କାମ ନ ମିଳିବାରୁ ତାଙ୍କ ସମସ୍ୟା ବଢ଼ିଥିଲା। କିଛିଦିନ ଦିନମଜୁରିଆ ଭାବେ ମଧ୍ୟ ସେ କାମ କରିଥିଲେ। ହେଲେ ଲକ୍‌ଡାଉନ୍‌ ପରେ ସମ୍ପୂର୍ଣ୍ଣ ଭାବେ କାମଧନ୍ଦା ବନ୍ଦ ହୋଇଯିବାରୁ ପରିବାର ପୋଷିବା କଷ୍ଟକର ହୋଇପଡ଼ିଲା। କିଛି ଋଣ କରିଥିବା ବେଳେ ତାକୁ ଶୁଝିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ବିହାରବାସୀଙ୍କ ଉଦ୍ଦେଶ୍ୟରେ ସୋନିଆଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୨୭ ।୧୦: ଏବେ ବିହାର ବିଧାନସଭା ନିର୍ବାଚନ ଉପରେ ସାରା ଦେଶର ନଜର । ଗୋଟିଏ ଦିନ ପରେ ଅର୍ଥାତ୍ ୨୮ ଅକ୍ଟୋବରରେ ଏଠାରେ ଅନୁଷ୍ଠିତ...

ହିନ୍ଦୀ ସହ ୧୪ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ କୋଓ୍ବିନ୍‌ ପୋର୍ଟାଲ

ନୂଆଦିଲ୍ଲୀ, ୧୭।୫: ଆସନ୍ତା ସପ୍ତାହରେ କୋଓ୍ବିନ ପୋର୍ଟାଲ ହିନ୍ଦୀ ଏବଂ ୧୪ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ। ଫଳରେ କୋଭିଡ୍‌ ଟିକା ନେବା ଏବଂ ନାମ...

୨୧ ବର୍ଷର ରେକର୍ଡ: ଯେଉଁ ଦଳ ଦିଲ୍ଲୀ ଜିତିଛି ସେହି ଦଳ କେନ୍ଦ୍ରରେ ଗଢ଼ିଛି ସରକାର !

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀର ୭ ଲୋକ ସଭା ଆସନ ଅତି ଗୁରୁତ୍ୱପୂର୍ଣ୍ଣ। ଗତ ୨୧ ବର୍ଷ ଧରି ଏସବୁ ଆସନ ନେଇ ଏକ ରେକର୍ଡ ରହିଛି। ଏସବୁ...

ବିଦେଶରୁ ବାଲେଶ୍ୱରକୁ ଫେରିଲେ ୫: ପ୍ରଶାସନ ପକ୍ଷରୁ କରାଗଲା ସ୍ବାସ୍ଥ୍ୟ ପରୀକ୍ଷା

ବାଲେଶ୍ୱର ଅଫିସ,୨୩।୩: ବିଶ୍ୱବ୍ୟାପୀ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଥିବାବେଳେ ସବୁଦିଗରୁ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ଏହି ପରିସ୍ଥିତିରେ ସୋମବାର ବିଦେଶରୁ ବାଲେଶ୍ୱର ଜିଲାକୁ...

ଗୋମୂତ୍ରରେ ଫସି ରହିଛି ଭାଜପାର ହିନ୍ଦୁତ୍ୱ: ଉଦ୍ଧବ ଠାକରେ…

ମୁମ୍ବାଇ,୧୮।୬ : ମୁମ୍ବାଇରେ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ପାର୍ଟିର ରାଜ୍ୟବ୍ୟାପୀ କାର୍ଯ୍ୟାଳୟ ଧାରକ ଶିବିର ଆୟୋଜିତ ହୋଇଛି। ଏହି ଅବସରରେ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ...

ମୁକୁଳିବେ ଅମରମଣୀ ତ୍ରିପାଠୀ, ପତ୍ନୀ ମଧୁମଣି, ୟୁପି ସରକାରଙ୍କୁ ନୋଟିସ ଜାରି

ନୂଆଦିଲ୍ଲୀ,୨୫।୮: ସୁପ୍ରିମକୋର୍ଟ କବୟିତ୍ରୀ ମଧୁମିତା ଶୁକ୍ଳା ହତ୍ୟାକାଣ୍ଡର ଦୋଷୀଙ୍କୁ ସମୟ ପୂର୍ବରୁ ମୁକୁଳାଇବା ନିର୍ଦ୍ଦେଶ ଉପରେ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏହାସହ...

ଯୋଗୀଙ୍କୁ ଘେରିଲେ ପ୍ରିୟଙ୍କା

ଲକ୍ଷ୍ନୌ/ନୂଆଦିଲ୍ଲୀ,୧୭ା୭: ମହାମାରୀ କରୋନାର ଦ୍ୱିତୀୟ ଲହର ଉତ୍ତର ପ୍ରଦେଶକୁ ଥରାଇ ଦେଇଛି। ଏହାର ମୁକାବିଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛନ୍ତି। ଏହାସତ୍ତ୍ୱେ ପ୍ରଧାନମନ୍ତ୍ରୀ...

ଆର୍ଯ୍ୟନଙ୍କ ମାମଲାରେ ଭିଜିଲାନ୍ସ ତଦନ୍ତ

ନୂଆଦିଲ୍ଲୀ,୨୫।୧୦: ଡ୍ରାଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କୁ ଛାଡ଼ିବା ପାଇଁ ଶାହରୁଖ ଖାନଙ୍କ ଠାରୁ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଆଞ୍ଚଳିକ ମୁଖ୍ୟ ସମୀର...

Advertisement
Archives

Model This Week