ଅଚାନକ ସେବାଶ୍ରମରେ ପହଞ୍ଚିଲେ ମନ୍ତ୍ରୀ: ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଲେ

ଦାରିଙ୍ଗବାଡ଼ି,୧୬।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ସ୍ଥାନୀୟ କନ୍ୟାଶ୍ରମରେ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ପ୍ରଧାନ ସେବକ ଅନୁପସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ସେବାଶ୍ରମର ଛାତ୍ରୀଙ୍କୁ କିଛି ସମୟ ପାଠ ପଢାଇଥିଲେ। ପରେ ସେ ସରକାରୀ ଉଚ୍ଚ ବିଦ୍ୟାଳୟ ଗସ୍ତ କରି ସେଠାରେ ପ୍ରଧାନ ଶିକ୍ଷୟିତ୍ରୀ ଝୁନୁରାଣୀ ପ୍ରଧାନଙ୍କ ସହ ବିଦ୍ୟାଳୟରେ ଶିକ୍ଷକ ଅଭାବ ଆଦି ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗସ୍ତ କରି ଆବଶ୍ୟକ ଶିକ୍ଷକ ଅଭାବ ସହ ବିଭିନ୍ନ ପ୍ରସଙ୍ଗରେ ବିଦ୍ୟାଳୟର ଅଧ୍ୟକ୍ଷ ଶିବ ସେଠୀଙ୍କ ସହ ଆଲୋଚନା କରିଥିଲେ। ସେହିପରି ଦାରିଙ୍ଗବାଡ଼ି ମିନି ଷ୍ଟାଡିୟମର ସଂପ୍ରସାରଣ କାର୍ଯ୍ୟ ପାଇଁ ଅନୁଦାନ ଆସିଥିଲେ ମଧ୍ୟ ତାହା କାର୍ଯ୍ୟ ଆରମ୍ଭରେ ବିଳମ୍ବ ଦେଖାଯାଇଛି । ଏନେଇ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହା ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବା ସହ ଆବଶ୍ୟକ ଅନୁଦାନ ଦେବାକୁ ବିଧାୟକ ପ୍ରଧାନ ଅନୁରୋଧ କରିଥିଲେ। ମନ୍ତ୍ରୀ ଉକ୍ତ ମିନିଷ୍ଟାଡିୟମ ସ୍ଥଳକୁ ଯାଇ ଦେଖିବା ସହ ସେଠାରେ ଏକ ଉନ୍ନତ ମାନର ଷ୍ଟାଡିୟମ ସହ ଦର୍ଶକ ଗ୍ୟାଲେରି, ପଡ଼ିଆ ସମତଳ କାର୍ଯ୍ୟ କରାଯିବ ବୋଲି କହିଥିଲେ। ମନ୍ତ୍ରୀଙ୍କ ଗସ୍ତ ସମୟରେ ବିଧାୟକ ସାଲୁଗା ପ୍ରଧାନଙ୍କ ସମେତ ବିଡିଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ପରିବାରକୁ ଖାଦ୍ୟ ଯୋଗାଇଲେ ସ୍ବେଚ୍ଛାସେବୀ

ବଲାଙ୍ଗୀର ଅଫିସ, ୯ା୪- ବଲାଙ୍ଗୀର ମ୍ୟୁନିସିପାଲିଟି ଅନ୍ତର୍ଗତ ବିଜାଖମନରେ ଥିବା ପ୍ରାୟ ୨୫ ପରିବାର ଭୋକ ଉପାସରେ ରହିଥିବା ଖବର ପାଇବା ପରେ ମାହେଶ୍ୱରୀ ସଙ୍ଗଠନ...

୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ

ଛତ୍ରପୁର,୨୩ା୧୨(ଡି.ଏନ୍‌.ଏ.): ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜ଼ିଲା ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ। ଦର୍ଶକ କିଭଳି ଶାନ୍ତି ଶୃଙ୍ଖଳାର ସହିତ ବିନା ଦ୍ବିଧାରେ...

ସାଇକୃପାରେ ଶତ ପ୍ରତିଶତ ରେଜଲ୍ଟ

ଢେଙ୍କାନାଳ ଅଫିସ, ୨୯।୭ ଢେଙ୍କାନାଳ ସହର କୁଞ୍ଜକାନ୍ତସ୍ଥିତ ସାଇକୃପା ଯୁକ୍ତ ୨ ବିଜ୍ଞାନ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଜଲ୍ଟ ଶତ ପ୍ରତିଶତ ହୋଇଛି। ପରୀକ୍ଷା...

ମେଡିକାଲ ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତ୍ତିଗଲେ…

ଆନନ୍ଦପୁର,୩ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମାତୃ ସ୍ବାସ୍ଥ୍ୟକେନ୍ଦ୍ରର ଶନିବାର ମଧ୍ୟାହ୍ନରେ ୩ ମହଲା ଛାତରୁ ପ୍ଲାଷ୍ଟର ଖସିିଛି। ଏହି...

ଋଷିକୂଲ୍ୟାରେ ଭାରତ ମାନଚିତ୍ର, ଭାଇରାଲ ହେଉଛି ଫଟୋ

ପୁରୁଷୋତ୍ତମପୁର,୨ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ନିକଟରେ ପ୍ରବାହିତ ଋଷିକୂଲ୍ୟା ନଦୀ କୂଳରେ ପ୍ରକୃତି ସୃଷ୍ଟି କରିଛି ଏକ ଭାରତ ମାନଚିତ୍ର। ନଦୀରେ ପାଣି ପ୍ରବାହିତ ହେଉଥିବା...

ଥାନା ଛାତରୁ ଡେଇଁ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା: ରୁଜୁ ହେଲା ହାଜତ ମୃତ୍ୟୁ ମାମଲା

ବୀରମହାରାଜପୁର, ୩୦ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଆଦର୍ଶ ଥାନାରେ ଜଣେ ଅଭିଯୁକ୍ତ ପୋଲିସ ହେପାଜତରେ ଥିବାବେଳେ ଛାତ ଉପରୁ ଡେଇଁ ପ୍ରାଣ ହରାଇଥିବା ଘଟଣା ଏବେ...

ଟ୍ରେନ୍‌ରେ କଟି ରେଳ କର୍ମଚାରୀଙ୍କ ଜୀବନ ଗଲା

ବାଲେଶ୍ୱର ଅଫିସ,୨୮ା୮: ବାଲେଶ୍ୱର ଜିଲାର ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ଥିବା ଜଳେଶ୍ୱର ରେଳ ଷ୍ଟେଶନରେ କାର୍ଯ୍ୟ କରୁଥିବା ରେଳ କର୍ମଚାରୀ ବାବୁଲାଲ୍‌ ହେମ୍ରମଙ୍କର ଟ୍ରେନରେ...

କାଳବୈଶାଖୀରେ ଭାଙ୍ଗିଲା ଘର, ଗଛ

ପାଟଣା,୨୫।୪(ସ୍ବ.ପ୍ର.)-କାଳବୈଶାଖୀ ପ୍ରଭାବରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ଉପାନ୍ତ ଅଞ୍ଚଳ ମାଛଗଡ଼ ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ ବର୍ଷା ପବନ ସାଙ୍ଗକୁ କୁଆ ପଥର ମାଡ଼ ଯୋଗୁ...

Advertisement
Archives

Model This Week