ଅଗଷ୍ଟ ୧୫ ପରେ ଖୋଲିପାରେ ସ୍କୁଲ

ନୂଆଦିଲ୍ଲୀ,୮ା୬: କୋଭିଡ୍‌-୧୯ ଜନିତ ଲକ୍‌ଡାଉନ ଯୋଗୁ ଶିକ୍ଷାନୁଷ୍ଠାନଗୁଡ଼ିକ ମାର୍ଚ୍ଚ ମଧ୍ୟଭାଗରୁ ବନ୍ଦ ରହିଛି। ଫଳରେ ସାରାଦେଶର ପିଲା ଶିକ୍ଷାଗ୍ରହଣରୁ ବଞ୍ଚିତ ହୋଇଛନ୍ତି। ଏହା କେବେ ଖୋଲିବ ଜାଣିବା ପାଇଁ ପାଖାପାଖି ୩୩ କୋଟି ପିଲା ଅପେକ୍ଷା କରି ରହିଛନ୍ତି। ଅଗଷ୍ଟ ପରେ ସ୍କୁଲ, କଲେଜ ଖୋଲିବ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି।
ଜୁଲାଇରେ ଗ୍ରୀନ୍‌ ଓ ଅରେଞ୍ଜ୍‌ ଜୋନ୍‌ର ୩୦ ପ୍ରତିଶତ ପିଲାଙ୍କୁ ନେଇ ସ୍କୁଲ କଲେଜ ଖୋଲିବ ବୋଲି ମେ’ ଶେଷ ଭାଗରେ ଖବର ପ୍ରକାଶ ପାଇଥିଲା। ଏଥିରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଘରେ ରହିବା ପାଇଁ କୁହାଯାଇଥିଲା। ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ଦୁଇ ସିଫ୍ଟରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଖବର ପ୍ରକାଶ ପାଇଥିଲା। ତେବେ ଦିନକୁ ଦିନ ସଂକ୍ରମଣ ମାତ୍ରା ବଢ଼ିଚାଲିବା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ କେବେ ସ୍କୁଲ ଖୋଲିବ ଚୂଡ଼ାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ହୋଇନାହିଁ। ଏନେଇ ମନ୍ତ୍ରଣାଳୟ ପକ୍ଷରୁ ସପ୍ତାହେ ମଧ୍ୟରେ ଆନୁଷ୍ଠାନିକ ବିବୃତି ପ୍ରକାଶ ପାଇବ। ପିଲା, ଅଭିଭାବକ ଓ ଶିକ୍ଷକଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଅଗଷ୍ଟ ପରେ ସ୍କୁଲ ଖୋଲିବ ବୋଲି ଏଚ୍‌ଆର୍‌ଡି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏପରିକି ଅଗଷ୍ଟ ୧୫ ପରେ ସ୍କୁଲ୍‌ ଖୋଲିପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାହାଙ୍କୁ ଭେଟିଲେ ଅମରିନ୍ଦର: ଅନ୍ନଦାତାଙ୍କ ଆନ୍ଦୋଳନ ଦେଶ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି

ନୂଆଦିଲ୍ଲୀ,୩।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପି ଅନ୍ନଦାତା ଆନ୍ଦୋଳନ ଜାରି ରଖିଛନ୍ତି। ଏପରିସ୍ଥଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ଗୁରୁବାର ସ୍ବରାଷ୍ଟ୍ର...

ଏକକାଳୀନ ୧୫ ମହାପୁରୁଷଙ୍କ ଚିତ୍ର ଆଙ୍କିଲେ ଯୁବତୀ

ଲକ୍ଷ୍ନୌ, ୨୯।୧୦: କଳା ଈଶ୍ୱରଙ୍କ ପ୍ରଦତ୍ତ ଏଭଳି ଏକ ଉପହାର, ଯାହାର କୌଣସି ତୁଳନା ନାହିଁ। କେତେଜଣ ବ୍ୟକ୍ତି ନିଜ ଅନନ୍ୟ ପ୍ରତିଭା ମାଧ୍ୟମରେ ଲୋକଙ୍କ...

ତୃତୀୟ ଥର ଟଳିଲା ନିର୍ଭୟା ଦୋଷୀଙ୍କ ଫାଶୀ: ସାଢ଼େ ୧୨ ଘଣ୍ଟା ପୂର୍ବରୁ ରଦ୍ଦ ହେଲା ଡେଥ୍‌ ଓ୍ବାରେଣ୍ଟ

ନୂଆଦିଲ୍ଲୀ,୨।୩: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କ ଫାଶୀଦଣ୍ଡ ପୁଣି ଥରେ ଟଳିଯାଇଛି। ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ୪ ଦୋଷୀ ଆଉ ଫାଶୀଖୁଣ୍ଟରେ...

ରାହୁଲଙ୍କ ଇସ୍ତଫା ନାଟକ: ଅଗ୍ରାହ୍ୟ କଲା କଂଗ୍ରେସ ଓ୍ବାର୍କିଂ କମିଟି

ନୂଆଦିଲ୍ଲୀ,୨୫।୫: ଲୋକ ସଭା ନିର୍ବାଚନରେ କଂଗ୍ରେସର ବିଫଳତା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବେ ବୋଲି କୁହାଯାଉଥିଲା। ଶନିବାର କଂଗ୍ରେସ...

ଆଜିଠୁ କଶ୍ମୀରରେ ମୋବାଇଲ ଏସ୍‌ଏମ୍‌ଏସ୍‌ ସେବା

ଜମ୍ମୁ,୧ା୧: ମଙ୍ଗଳବାର ମଧ୍ୟରାତ୍ରରୁ ଜମ୍ମୁ-କଶ୍ମୀରରେ ମୋବାଇଲ ଏସ୍‌ଏମ୍‌ଏସ୍‌ ସେବା ସୁବିଧା ଉପଲବ୍ଧ ହୋଇଛି। ଏଥିସହ ସମସ୍ତ ସରକାରୀ ହସ୍ପିଟାଲରେ ବ୍ରୋଡବ୍ୟାଣ୍ଡ ଇଣ୍ଟରନେଟ ସେବାକୁ ପୁନଃ ଚାଲୁ...

ଶାହରୁଖ୍‌ ଭାଜପାରେ ମିଶିଲେ ‘ଡ୍ରଗ୍ସ ହେବ ଚିନି’

ନୂଆଦିଲ୍ଲୀ,୨୭।୧୦: ଶାହରୁଖ୍‌ ଭାଜପାରେ ମିଶିଲେ ଡ୍ରଗ୍ସ ହେବ ଚିନି। ଏଭଳି ମନ୍ତବ୍ୟ ଦେଇଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ଛଗନ ଭୂଜବଳ। ଭାଜପାର ଦୋମୁହାଁ ନୀତିକୁ ନେଇ ସେ...

୧୬ତମ ସନ୍ତାନ ପ୍ରସବ ପରେ ନବଜାତ ସମେତ ମା’ର ମୃତ୍ୟୁ

ଦମୋହ, ୧୧।୧୦: ମଧ୍ୟପ୍ରଦେଶ ଦମୋହ ଜିଲା ଅନ୍ତର୍ଗତ ବାଟିଆଗଡ଼ ପୋଲିସ ଷ୍ଟେସନ ଅନ୍ତର୍ଗତ ପାଣ୍ଡାଝିର ଗ୍ରାମରେ ଜଣେ ମହିଳା ସନ୍ତାନ ପ୍ରସବ ପରେ ପ୍ରାଣ ହରାଇଛନ୍ତି।...

ବନ୍ୟା ନେଲାଣି ୧୮ ଜୀବନ, ୮ଲକ୍ଷ ଲୋକ ପ୍ରଭାବିତ

ଗୁଆହାଟୀ,୨୨।୫: ବନ୍ୟା ଯୋଗୁ ଆସାମରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବନ୍ୟାରେ ରବିବାର ଆଉ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାକୁ ମିଶାଇ ରାଜ୍ୟରେ...

Advertisement
Archives

Model This Week