ଅକାରଣରେ ବାହାରକୁ ବାହାରିଲେ ଭୋଗିବେ ଦଣ୍ଡ

ଭୁବନେଶ୍ୱର, ୧ା୪ (ବ୍ୟୁରୋ): ଘର ଦୂଆରେ ପରିବାଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି। ତା ସତ୍ତ୍ୱେ ମଧ୍ୟ ଭୁବନେଶ୍ୱର ସହରର କେତେକ ଜନସାଧାରଣଙ୍କ ବେପରୁଆ କାର୍ଯ୍ୟକଳାପ ସାମ୍ନାକୁ ଆସୁଛି। ହାଟ ବଜାରରେ ଗହଳି ନ କରିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଜନସାଧାରଣଙ୍କୁ ବାରମ୍ବାର ସଚେତନ କରିବା ସହ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛି। ଏହାସତ୍ତ୍ୱେ ମଧ୍ୟ ଲୋକେ ନିଜର ପ୍ରକୃତି ବଦଳାଉନାହାନ୍ତି। ଯଦି ଏଥିରେ ସୁଧାର ନ ଆସେ ତେବେ ମାର୍କେଟରେ ଗହଳି କରୁଥିବା ଓ ନିୟମ ପାଳନ କରୁ ନ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।
କୋଭିଡ-୧୯ର ସଂକ୍ରମଣକୁ ଏଡ଼ାଇବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବାବେଳେ ସାରା ଦେଶରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ହେଲେ ତା ସତ୍ତ୍ୱେ ଲୋକମାନେ ଘରୁ ବାହାରି ବଜାରରେ ଭିଡ଼ ଜମାଉଛନ୍ତି। ତେଣୁ ବିଏମ୍‌ସି କର୍ତ୍ତୃପକ୍ଷ ଏହି ସମସ୍ୟାକୁ ଦୃଢ଼ ଭାବେ ଗ୍ରହଣ କରି କମିଶନରେଟ୍‌ ପୋଲିସ୍‌ ସହ ଆଲୋଚନା କରିଛି। ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଏମ୍‌ସି ନିଷ୍ପତ୍ତି ନେଇଛି। ଜନସାଧାରଣ ଗୋଟିଏ ସ୍ଥାନରେ ଗହଳି କଲେ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ବିଏମ୍‌ସି ଏହି ପଦକ୍ଷେପ ନେଇଛି ବୋଲି ବିଏମ୍‌ସି କମିଶନର ଚୌଧାରୀ କହିଛନ୍ତି।
ସଫଳ ହେଲା ହୋମ ଡେଲିଭରି ଅଭିଯାନ
ଭୁବନେଶ୍ୱରବାସୀଙ୍କ ଆବଶ୍ୟକତା ପୂରଣ ପାଇଁ ବିଭିନ୍ନ ମଲ୍‌, ବଡ଼ବଡ଼ ଷ୍ଟୋର ଏବଂ ରନ୍ଧା ଖାଦ୍ୟ ଘରେ ପହଞ୍ଚାଇବାକୁ ଘରୋଇ ସଂସ୍ଥା ସ୍ବିଗୀ ସହିତ ବିଏମ୍‌ସି ଚୁକ୍ତି କରିଛି। ଗତ ୨୬ ତାରିଖ ଓ ୨୭ ତାରିଖରେ ହୋଇଥିବା ଏହି ଚୁକ୍ତିକୁ ମଙ୍ଗଳବାର ୫ଦିନ ପୁରୁଥିବାବେଳେ ଉଭୟ ସ୍ବିଗୀ, ମଲ୍‌ ଓ ବଡ଼ ଷ୍ଟେରର କର୍ତ୍ତୃପକ୍ଷ ଭୁବନେଶ୍ୱରର ପାଖାପାଖି ୧୦ ହଜାର ଲୋକଙ୍କ ଘରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇଛି। ଏତେ କମ୍‌ ସମୟରେ ୧୦ହଜାର ପରିବାରଙ୍କ ନିକଟରେ ସାମଗ୍ରୀ ପହଞ୍ଚାଇଥିବାରୁ ବିଏମ୍‌ସି ସମ୍ପୃକ୍ତ ସଂସ୍ଥା ଓ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛି।
ଘର ପାଖରେ ପରିବା ପାଇଁ ଡାଲା ଅଟୋ ସଂଖ୍ୟା ବଢ଼ିଲା
୨୧ ଦିନର ଲକ୍‌ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ପରିବା ହାଟରେ ଲୋକଙ୍କ ଭିଡ଼ କମାଇବାକୁ ଲକ୍ଷ୍ୟ କରି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ୩ଟି ଜୋନରେ ୩୦ଟି ଲେଖାଏ ୯୦ଟି ଡାଲା ଅଟୋରେ ପରିବା ବିକ୍ରି କରିବା ପାଇଁ ପ୍ରାଥମିକସ୍ତରରେ ଅନୁମତି ଦେଇଥିଲା। ହେଲେ ବର୍ତ୍ତମାନ ଲୋକଙ୍କ ସଂଖ୍ୟା ଓ ଚାହିଦାକୁ ଲକ୍ଷ୍ୟ କରି ବିଏମ୍‌ସି ସୋମବାର ଓ ମଙ୍ଗଳବାର ଡାଲା ଅଟୋ ସଂଖ୍ୟା ୧୫୭କୁ ବୃଦ୍ଧି କରିଛି। ଭୁବନେଶ୍ୱରର ଜନସାଧାରଣ କିପରି ଅଧିକ ମାତ୍ରାରେ ସଂକ୍ରମିତ ନହେବେ ଓ ନିଜ ଘର ନିକଟରେ ସମସ୍ତ ସେବା ପାଇବେ ତା’କୁ ଲକ୍ଷ୍ୟ କରି ବିଏମ୍‌ସି ଏହି ସେବାକୁ ବଢ଼ାଇଥିବା ବିଏମ୍‌ସି କମିଶନର ଚୌଧାରୀ କହିଛନ୍ତି। ଏହି ବ୍ୟବସ୍ଥା ଆଗମୀ ଦିନରେ ଜାରି ରହିଲେ ଜନସାଧାରଣ ଉପକୃତ ହେବା ସହ ପରିବା ମାର୍କେଟରେ ହେଉଥିବା ଗହଳିକୁ ରୋକାଯାଇପାରିବ ବୋଲି ଭୁବନେଶ୍ୱରବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କୁ ଦରମା ନ ମିଳିବା ନେଇ ମତ ରଖିଲେ ସୁପ୍ରିମକୋର୍ଟ: କହିଲେ, ଯୁଦ୍ଧରେ ସୈନ୍ୟଙ୍କୁ କରିପାରିବ ନାହିଁ ଅସନ୍ତୁଷ୍ଟ

ନୂଆଦିଲ୍ଲୀ,୧୨।୬: କରୋନା ଭାଇରସ୍‌ ବିରୋଧରେ ଯୋଦ୍ଧା ସାଜିଥିବା ଡାକ୍ତରଙ୍କ ଦରମା ନ ମିଳିବା ଏବଂ ତାଙ୍କର ଉପଯୁକ୍ତ ରହଣୀ ବ୍ୟବସ୍ଥାକୁ ନେଇ ଶୁକ୍ରବାର କଡ଼ା ଆଭିମୁଖ୍ୟ...

ଓଡ଼ିଶା ପୋଲିସର ୩୫୩ ଏଏସ୍‌ଆଇଙ୍କୁ ପଦୋନ୍ନତି

କଟକ ଅଫିସ, ୭ା୯- ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟରତ ୩୫୩ ଜଣ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର(ଏଏସ୍‌ଆଇ)ଙ୍କୁ ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି କରାଯାଇଛି। ଶନିବାର ଏ ନେଇ ରାଜ୍ୟ...

ଆଜିଠାରୁ ୫୦%ରେ ଚାଲିବ ଅଫିସ

ଭୁବନେଶ୍ୱର,୭ା୧(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ମହାମାରୀର ପ୍ରକୋପ ପୁଣି ବୃଦ୍ଧି ପାଇଛି। କୋଭିଡ୍‌ର ନୂଆ ଭାରିିଆଣ୍ଟ ଓମିକ୍ରନ୍‌ ଯୋଗୁ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ...

କରୋନା ସଂକ୍ରମଣ ପାଇଁ ଦାୟୀ ଚାଇନା: ସୁପ୍ରିମ୍‌କୋର୍ଟରେ ୬୦ ହଜାର କୋଟି ଡଲାରର କ୍ଷତିପୂରଣ ମାମଲା

ନୂଆଦିଲ୍ଲୀ,୯।୫: ପୃଥିବୀରେ କରୋନା ସଂକ୍ରମଣ ପାଇଁ ଚାଇନାକୁ ଦାୟୀ କରାଯାଉଛି। ଉହାନ୍‌ର ଏକ ଲ୍ୟାବ୍‌ରୁ ଏହା ଲିକ୍‌ ହୋଇଥିବା କୁହାଯାଉଛି। ଇିତମଧ୍ୟରେ ଆମେରିକା, ବ୍ରିଟେନ୍‌, ଜର୍ମାନୀ...

ଆଉଏକ ଲଘୁଚାପ ସୃଷ୍ଟି: ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୦।୮ (ବ୍ୟୁରୋ): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ତେବେ ରବିବାର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ ଏହା...

ଶ୍ରୀମନ୍ଦିରରୁ ହଟିଲା ରବିବାର କଟକଣା

ପୁରୀ ଅଫିସ,୧୨ା୩: ଶ୍ରୀମନ୍ଦିରରୁ ରବିବାର କଟକଣା ହଟିଛି। ମାର୍ଚ୍ଚ ୨୦ରୁ ଏଣିକି ରବିବାର ବି ଖୋଲା ରହିବ ଶ୍ରୀମନ୍ଦିର। ସବୁଦିନ ଭଳି ଭକ୍ତମାନେ ରବିବାର ସାଧାରଣ...

ରେଳପଥ ପାଇଁ ଉଜୁଡିବ ୩୨.୭୯୨ ହେକ୍ଟର ଜଙ୍ଗଲ: ଦଶପଲ୍ଲା ରେଞ୍ଜରେ ଚିହ୍ନଟ ପ୍ରକ୍ରିୟା ଶେଷ

ନୟାଗଡ଼ ଅଫିସ,୨୧ା୩: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ଉଦ୍ଦେଶ୍ୟରେ ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜର ଅରାସାହି, କୁଞ୍ଜବନଗଡ, ନିଜ ଅନ୍ଧାରକୋଟ ରେଭିନ୍ୟୁ ଓ ରିଜର୍ଭ ଫରେଷ୍ଟର ୩୨.୭୯୨...

ଆଉ ଦୁଇଦିନ ହେବ ଥଣ୍ଡା:ଦାରିଙ୍ଗବାଡ଼ିରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଲା

ଭୁବନେଶ୍ୱର,  ୨୦।୧୨(ବ୍ୟୁରୋ): ଡିସେମ୍ବର ଶେଷ ହେବାକୁ ବସିଲାଣି। ଶୀତର ନାଁଗନ୍ଧ ନ ଥିଲା। ଗୁରୁବାର ହଠାତ୍‌ ପାରଦ ୨ରୁ ୩ ଡିଗ୍ରୀ ତଳକୁ ଖସିଯିବାରୁ ରାଜ୍ୟରେ...

Advertisement
Archives

Model This Week