ପ୍ୟାରିସ୍, ୨୭।୩(ଏଏଫ୍ପି): କୋଭିଡ-୧୯ ସଂକ୍ରମଣ ଲାଗି ୨୦୨୦ ଟୋକିଓ ଅଲିମ୍ପିକ୍ପ ସ୍ଥଗିତ ରହିଛି ଓ ଗୋଟିଏ ବର୍ଷ ଘୁଞ୍ଚିଯାଇଛି। ତେବେ ଏହା ସତ୍ତ୍ୱେ ଯେଉଁ ଆଥଲେଟ୍ମାନେ ୨୦୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ସେମାନେ ସ୍ଥାନ ବଜାୟ ରଖିବେ। ଅର୍ଥାତ୍ ୨୦୨୧ରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସରେ ମଧ୍ୟ ଏମାନେ ଅଂଶଗ୍ରହଣ କରିବାର ସୁଯୋଗ ହାସଲ କରିବେ ବୋଲି ବିଶ୍ୱସ୍ତ ସୁତ୍ରରୁ ଜଣାଯାଇଛି। ଅଲିମ୍ପିକ୍ସରେ ୧୧,୦୦୦ ଆଥଲେଟ୍ ଅଂଶଗ୍ରହଣ କରିବାର ଥିଲା। ଏମାନଙ୍କ ମଧ୍ୟରୁ ୫୭ ପ୍ରତିଶତ ଆଥଲେଟ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଥିଲେ। ତେଣୁ ଆସନ୍ତାବର୍ଷ ଯେତେବେଳେ ଅଲିମ୍ପିକ୍ସ ଆୟୋଜନ ହେବ ସେତେବେଳେ ଏହି ଆଥଲେଟ୍ମାନେ ଭାଗ ନେବା ନିଶ୍ଚିତ ବୋଲି କୁହାଯାଇଛି।
ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ୩୨ଟି ଅନ୍ତର୍ଜାତୀୟ ସ୍ପୋଟର୍ସ ଫେଡେରେଶନ ଟେଲି କନ୍ଫୋରେନ୍ସ ମାଧ୍ୟମରେ ଗୁରୁବାର ଏ ସଂକ୍ରାନ୍ତରେ ସବିଶେଷ ଆଲୋଚନା କରିଥିଲେ। ଯେଉଁ ଆଥଲେଟ୍ମାନେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ସେମାନଙ୍କ କ୍ୱାଲିଫିକେଶନକୁ ସମ୍ମାନ ଦିଆଯିବ ବୋଲି ଏଥିରେ ସହମତି ପ୍ରକାଶ ପାଇଥିଲା। ଆଇଓସି ଅଧ୍ୟକ୍ଷ ଥୋମାସ ବାକ୍ ପ୍ରଥମେ ଅଲିମ୍ପିକ୍ସ ଘୁଞ୍ଚିବା ନେଇ ସମସ୍ତଙ୍କୁ ବୁଝାଇଥିଲେ। ଏହାପରେ ୨୦୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଆଥଲେଟ୍ ସ୍ବତଃପ୍ରବୃତ୍ତ ଭାବେ ୨୦୨୧ ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ସ୍ପଷ୍ଟ କରିଥିଲେ। କେବେ ଓ କିଭଳି ଖେଳାଳିମାନେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବେ ସେ ନେଇ ଚର୍ଚ୍ଚା ହୋଇଥିଲା। ତେବେ କେତେକ ଫେଡେରେଶନର ଆଥଲେଟ ଅଲିମ୍ପିକ୍ସ ପାଇଁ ଏପର୍ଯ୍ୟନ୍ତ ଯୋଗ୍ୟତା ହାସଲ କରିନାହାନ୍ତି। ତେବେ ଏଥିପାଇଁ ଅତିକମ୍ରେ ୩ ମାସର ସମୟ ଆବଶ୍ୟକ ବୋଲି ସେ କହିଛନ୍ତି।
ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୪ରୁ ଆରମ୍ଭ ହୋଇ ଅଗଷ୍ଟ ୯ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ବାକ୍ ଓ ଆୟୋଜକ ଦେଶ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଟେଲିଫୋନରେ କଥା ହେବା ପରେ ମିଳିତ ଭାବେ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇବା ପାଇଁ ଐତିହାସିକ ନିଷ୍ପତ୍ତି ନେଇଥିଲେ। ସାରା ବିଶ୍ୱରେ ଶାନ୍ତି ବିରାଜମାନ ଥିବା ବେଳେ ପ୍ରଥମଥର ପାଇଁ ଅଲିମ୍ପିକ୍ସକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଅଲିମ୍ପିକ୍ସ ପୁଣି କେବେ ଆୟୋଜନ ହେବ ସେ ନେଇ କୌଣସି ତାରିଖ ଘୋଷଣା କରାଯାଇ ନାହିଁ। ତେବେ ୨୦୨୧ ଗ୍ରୀଷ୍ମ ପୂର୍ବରୁ ଅଲିମ୍ପିକ୍ସ ଆୟୋଜନ କରାଯିବ ବୋଲି ବାକ୍ କହିଛନ୍ତି।
ସାରା ବିଶ୍ୱରେ ବକ୍ସିଂ ଭଳି ଏକାଧିକ ଅଲିମ୍ପିକ କ୍ରୀଡ଼ାର କ୍ୱାଲିଫାଇଙ୍ଗ୍ ଟୁର୍ନାମେଣ୍ଟଗୁଡିକ ଆୟୋଜନରେ ବାଧା ସୃଷ୍ଟି ହୋଇଛି। ସେଲିଂରେ ୯୦ ପ୍ରତିଶତ ଖେଳାଳି ଯୋଗ୍ୟତା ହାସଲ କରିସାରିଛନ୍ତି। ଆଗାମୀ ୪ ସପ୍ତାହ ମଧ୍ୟରେ ୨୦୨୧ ଅଲିମ୍ପିକ୍ସର ନୂଆ ତାରିଖ ଧାର୍ଯ୍ୟ କରାଯିବ। ଅବଶ୍ୟ ବିଭିନ୍ନ ଫେଡେରେଶନ ସେମାନଙ୍କ ସୁବିଧା ଅନୁଯାୟୀ ଭିନ୍ନ ଭିନ୍ନ ତାରିଖ ନେଇ ପ୍ରସ୍ତାବ ଦେଇଛନ୍ତି।
Posted inHome, Home Left, କରୋନା ଭାଇରସ୍, ଖେଳ View All
କମ୍ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!
ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…
ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ
ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…
ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍ ଜମା କରିପାରିବେ? ଜାଣନ୍ତୁ ନିୟମ
ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…
ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍
ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍ଆଇ ଟିମ୍କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍ଆଇ ଟିମ୍ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…
ସରିଗଲା ଡେଡ୍ଲାଇନ୍; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…
ନୂଆଦିଲ୍ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…
ଏମଆରଏଫ୍ ୟୁନିଟ୍ରେ ପଶିଲା ୫ ଫୁଟର ଅଜଗର, ପରେ….
କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍ ୟୁନିଟ୍ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…
Ration Card Big Update: ଅକ୍ଟୋବର ୧ରୁ ଏମାନଙ୍କର କଟିଯିବ ରାସନ କାର୍ଡ! ସେପ୍ଟେମ୍ୱର ୨୧ ସୁଦ୍ଧା ସାରନ୍ତୁ ଏହି କାମ
ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ…
ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…
ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…
Archives

