ପ୍ୟାରିସ୍, ୨୭।୩(ଏଏଫ୍ପି): କୋଭିଡ-୧୯ ସଂକ୍ରମଣ ଲାଗି ୨୦୨୦ ଟୋକିଓ ଅଲିମ୍ପିକ୍ପ ସ୍ଥଗିତ ରହିଛି ଓ ଗୋଟିଏ ବର୍ଷ ଘୁଞ୍ଚିଯାଇଛି। ତେବେ ଏହା ସତ୍ତ୍ୱେ ଯେଉଁ ଆଥଲେଟ୍ମାନେ ୨୦୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ସେମାନେ ସ୍ଥାନ ବଜାୟ ରଖିବେ। ଅର୍ଥାତ୍ ୨୦୨୧ରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସରେ ମଧ୍ୟ ଏମାନେ ଅଂଶଗ୍ରହଣ କରିବାର ସୁଯୋଗ ହାସଲ କରିବେ ବୋଲି ବିଶ୍ୱସ୍ତ ସୁତ୍ରରୁ ଜଣାଯାଇଛି। ଅଲିମ୍ପିକ୍ସରେ ୧୧,୦୦୦ ଆଥଲେଟ୍ ଅଂଶଗ୍ରହଣ କରିବାର ଥିଲା। ଏମାନଙ୍କ ମଧ୍ୟରୁ ୫୭ ପ୍ରତିଶତ ଆଥଲେଟ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଥିଲେ। ତେଣୁ ଆସନ୍ତାବର୍ଷ ଯେତେବେଳେ ଅଲିମ୍ପିକ୍ସ ଆୟୋଜନ ହେବ ସେତେବେଳେ ଏହି ଆଥଲେଟ୍ମାନେ ଭାଗ ନେବା ନିଶ୍ଚିତ ବୋଲି କୁହାଯାଇଛି।
ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ୩୨ଟି ଅନ୍ତର୍ଜାତୀୟ ସ୍ପୋଟର୍ସ ଫେଡେରେଶନ ଟେଲି କନ୍ଫୋରେନ୍ସ ମାଧ୍ୟମରେ ଗୁରୁବାର ଏ ସଂକ୍ରାନ୍ତରେ ସବିଶେଷ ଆଲୋଚନା କରିଥିଲେ। ଯେଉଁ ଆଥଲେଟ୍ମାନେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ସେମାନଙ୍କ କ୍ୱାଲିଫିକେଶନକୁ ସମ୍ମାନ ଦିଆଯିବ ବୋଲି ଏଥିରେ ସହମତି ପ୍ରକାଶ ପାଇଥିଲା। ଆଇଓସି ଅଧ୍ୟକ୍ଷ ଥୋମାସ ବାକ୍ ପ୍ରଥମେ ଅଲିମ୍ପିକ୍ସ ଘୁଞ୍ଚିବା ନେଇ ସମସ୍ତଙ୍କୁ ବୁଝାଇଥିଲେ। ଏହାପରେ ୨୦୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଆଥଲେଟ୍ ସ୍ବତଃପ୍ରବୃତ୍ତ ଭାବେ ୨୦୨୧ ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ସ୍ପଷ୍ଟ କରିଥିଲେ। କେବେ ଓ କିଭଳି ଖେଳାଳିମାନେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବେ ସେ ନେଇ ଚର୍ଚ୍ଚା ହୋଇଥିଲା। ତେବେ କେତେକ ଫେଡେରେଶନର ଆଥଲେଟ ଅଲିମ୍ପିକ୍ସ ପାଇଁ ଏପର୍ଯ୍ୟନ୍ତ ଯୋଗ୍ୟତା ହାସଲ କରିନାହାନ୍ତି। ତେବେ ଏଥିପାଇଁ ଅତିକମ୍ରେ ୩ ମାସର ସମୟ ଆବଶ୍ୟକ ବୋଲି ସେ କହିଛନ୍ତି।
ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୪ରୁ ଆରମ୍ଭ ହୋଇ ଅଗଷ୍ଟ ୯ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ବାକ୍ ଓ ଆୟୋଜକ ଦେଶ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଟେଲିଫୋନରେ କଥା ହେବା ପରେ ମିଳିତ ଭାବେ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇବା ପାଇଁ ଐତିହାସିକ ନିଷ୍ପତ୍ତି ନେଇଥିଲେ। ସାରା ବିଶ୍ୱରେ ଶାନ୍ତି ବିରାଜମାନ ଥିବା ବେଳେ ପ୍ରଥମଥର ପାଇଁ ଅଲିମ୍ପିକ୍ସକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଅଲିମ୍ପିକ୍ସ ପୁଣି କେବେ ଆୟୋଜନ ହେବ ସେ ନେଇ କୌଣସି ତାରିଖ ଘୋଷଣା କରାଯାଇ ନାହିଁ। ତେବେ ୨୦୨୧ ଗ୍ରୀଷ୍ମ ପୂର୍ବରୁ ଅଲିମ୍ପିକ୍ସ ଆୟୋଜନ କରାଯିବ ବୋଲି ବାକ୍ କହିଛନ୍ତି।
ସାରା ବିଶ୍ୱରେ ବକ୍ସିଂ ଭଳି ଏକାଧିକ ଅଲିମ୍ପିକ କ୍ରୀଡ଼ାର କ୍ୱାଲିଫାଇଙ୍ଗ୍ ଟୁର୍ନାମେଣ୍ଟଗୁଡିକ ଆୟୋଜନରେ ବାଧା ସୃଷ୍ଟି ହୋଇଛି। ସେଲିଂରେ ୯୦ ପ୍ରତିଶତ ଖେଳାଳି ଯୋଗ୍ୟତା ହାସଲ କରିସାରିଛନ୍ତି। ଆଗାମୀ ୪ ସପ୍ତାହ ମଧ୍ୟରେ ୨୦୨୧ ଅଲିମ୍ପିକ୍ସର ନୂଆ ତାରିଖ ଧାର୍ଯ୍ୟ କରାଯିବ। ଅବଶ୍ୟ ବିଭିନ୍ନ ଫେଡେରେଶନ ସେମାନଙ୍କ ସୁବିଧା ଅନୁଯାୟୀ ଭିନ୍ନ ଭିନ୍ନ ତାରିଖ ନେଇ ପ୍ରସ୍ତାବ ଦେଇଛନ୍ତି।
Posted inHome, Home Left, କରୋନା ଭାଇରସ୍, ଖେଳ View All
ଶାହରୁଖଙ୍କୁ ଝଟକା ଦେବାକୁ ପ୍ରସ୍ତୁତ ଗୁଜୁରାଟ! ଏହି ୩ ଖେଳାଳିଙ୍କୁ ଦଳରୁ ବାଦ ଦେଇପାରେ GT, ପ୍ରଶଂସକ ଆଶ୍ଚର୍ଯ୍ୟ
ନୂଆଦିଲୀ,୨୭।୧୦: IPL 2027 ନିଲାମ ପୂର୍ବରୁ ଗୁଜୁରାଟ ଟାଇଟାନ୍ସ ନିଜ ଦଳରେ ପରିବର୍ତ୍ତନ କରିପାରେ। ଆଗାମୀ ସିଜିନ ପାଇଁ ଦଳ ନିକଟରେ ଶକ୍ତିଶାଳୀ ଖେଳାଳି ଚୟନ କରିବାର…
ଗବେଷଣାରୁ ଖୁଲାସା; ମୃତ୍ୟୁ ପରେ ଶବ୍ଦକରେ ମନୁଷ୍ୟ ଶରୀର, ୧୬ ମାସ ପର୍ଯ୍ୟନ୍ତ….
ଅଷ୍ଟ୍ରେଲିଆ,୨୭।୧୦: ମୃତ୍ୟୁ ପରେ ମଧ୍ୟ ମନୁଷ୍ୟ ଶରୀର ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୁଏ ନାହିଁ । ବରଂ ଏହା ଭିତରେ ଏକ ଭିନ୍ନ ପ୍ରକ୍ରିୟା ଚାଲୁ ରହେ, ଯାହା…
WPL Auction: ମୁମ୍ବାଇ ଇଣ୍ଡିଆନ୍ସ କାଙ୍ଗାଳ, ନିଲାମ ପୂର୍ବରୁ ଜାଣନ୍ତୁ, କେଉଁ ଦଳ ପାଖରେ କେତେ ଟଙ୍କା ରହିଛି
ନୂଆଦିଲ୍ଲୀ,୨୭।୧୦: WPL 2027 ନିଲାମ ଅକ୍ଟୋବର ୨୮ରେ କୋଚିରେ ଅନୁଷ୍ଠିତ ହେବ। ପଞ୍ଚମ ସିଜିନ ପୂର୍ବରୁ ୧୪୬ ଜଣ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହେବେ ଏବଂ…
କମ ବ୍ୟାକ କରିବେ ପନ୍ତ-ବୁମରାହ; ଜାଣନ୍ତୁ କେବେ
ନୂଆଦିଲ୍ଲୀ,୨୭।୧୦: ଭାରତୀୟ କ୍ରିକେଟର ଦୁଇଜଣ ପ୍ରମୁଖ ତାରକାଙ୍କୁ ପୁଣିଥରେ ପଡ଼ିଆରେ ଦେଖିବା ପାଇଁ ଚାଲିଥିବା ଅପେକ୍ଷା ଶୀଘ୍ର ଶେଷ ହୋଇପାରେ। ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଏବଂ…
ମୋଦିଙ୍କ ପରିବାରକୁ ନେଇ ଖାର୍ଗେଙ୍କ ମନ୍ତବ୍ୟରେ ବିବାଦ, କଂଗ୍ରେସକୁ ଘେରିଲେ ମନମୋହନ ସାମଲ
ଭୁବନେଶ୍ୱର,୨୭।୧୦(ସୁନିତ୍ ମିଶ୍ର): ରାଜନୀତିରେ ଆଦର୍ଶ, ବିଚାରଧାରା ଓ ମର୍ଯ୍ୟାଦାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ରାଜନୀତି ଆଦର୍ଶବାଦ ତଥା ବିଚାରଧାରା ଉପରେ ପର୍ଯ୍ୟବସିତ। ଗଣତନ୍ତ୍ରରେ ମତଭେଦ…
ଋଷିଆ ଓ ୟୁକ୍ରେନ ମଧ୍ୟରେ ହୋଇଛି ଯୁଦ୍ଧବିରତି; ମେଲାନିଆ ଟ୍ରମ୍ପ କରିଥିଲେ ମଧ୍ୟସ୍ଥତା
ଓ୍ବାଶିଂଟନ,୨୭।୧୦: ମଙ୍ଗଳବାର (ଅକ୍ଟୋବର ୨୭) ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଏକ ସ୍ଥାନୀୟ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି। ଉଲ୍ଲେଖନୀୟ ଯେ, ଆମେରିକାର ପ୍ରଥମ ମହିଳା (ଫାଷ୍ଟ ଲେଡି)…
ଲକ୍ଷ୍ମୀପୂଜା ଦେଖି ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୨ଜୀବନ
ପରଜଙ୍ଗ,୨୭।୧୦(ନିଗମାନନ୍ଦ ଦଳବେହେରା): ଲକ୍ଷ୍ମୀପୂଜା ଦେଖି ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି…
ଏଇ ଭାରତରେ
ସାମୂହିକ ପ୍ରୟାସରେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ସହଜ ହୁଏ ଓ ନୂତନତ୍ୱର ଆଶା ସଞ୍ଚାର ହୋଇପାରେ। ଏଭଳି ଏକ ନୂଆ ସଫଳତା ଆଣିପାରିଛନ୍ତି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲା ମଚ୍ଛଲିପଟନମ୍…

