୨୦ କୁଇଣ୍ଟାଲ ଚୋରା ସ୍କ୍ରାପ୍‌ ସହ ପିକ୍‌ଅପ ଜବତ: ଜଣେ ଗିରଫ

ବଡ଼ବିଲ,୩।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୌର କାର୍ଯ୍ୟାଳୟ ନିକଟ ରେଳ ଫାଟକ କଡ଼ରୁ ବଡ଼ବିଲ ପୋଲିସ ବୁଧବାର ସକାଳେ ଏକ ଚୋରା ସ୍କ୍ରାପ୍‌ ବୋଝେଇ ପିକ୍‌ଅପ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବଡ଼ବିଲ ଆଜାଦ ବସ୍ତି ଅଞ୍ଚଳର ଏମ୍‌.ଡି. ସଲିମ।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସକାଳେ ପୋଲିସ ପାଟ୍ରୋଲିଂ କରୁଥିବାବେଳେ ସ୍କ୍ରାପ୍‌ ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ରେଳ ଫାଟକ ନିକଟରେ ପୋଲିସ ପିକ୍‌ଅପ(ଓଆର୦୯ଇ୯୫୭୧)କୁ ଅଟକାଇ ସାମଗ୍ରୀର କାଗଜପତ୍ର ଯାଞ୍ଚ କରିବାରୁ ତାହା ଚୋରା ଚାଲାଣ ହେଉଥିବା ଜଣାପଡିଥିଲା। ପରେ ପୋଲିସ ପିକ୍‌ଅପ୍‌ ସହ ପ୍ରାୟ ୨୦ କୁଇଣ୍ଟାଲ ସ୍କ୍ରାପ୍‌କୁ ଜବତ କରିଛି। ଏମ୍‌.ଡି ସଲିମଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିବା ବଡ଼ବିଲ ଥାନା ଆଇଆଇସି ସୁଶାନ୍ତ ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri