୨ବର୍ଷ ପରେ ମାଲିକଙ୍କୁ ଚିହ୍ନିଲା କୁକୁର

କେନ୍ଦୁଝର, ୧୧ା୪ (ସ୍ବ.ପ୍ର.): କରୋନା ପାଇଁ ଶନିବାର କେନ୍ଦୁଝର କଲେଜ ରୋଡରେ ଲୋକଙ୍କ ଚଳପ୍ରଚଳ କମ୍‌ ଥାଏ। ଏହି ସମୟରେ ହଠାତ୍‌ ଏକ କୁକୁର ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଏହା କେତେକ ଲୋକଙ୍କୁ ଚକିତ କରିଥିଲା। ମହିଳା ଜଣଙ୍କ ନ ଅଟକିବାରୁ କୁକୁର ପଛେ ପଛେ ଧାଇଁ ଧାଇଁ ତାଙ୍କ ଶାଢୀକୁ କାମୁଡି ଟାଣି ଅଟକାଇବାକୁ ଚେଷ୍ଟା କରିଥିଲା। ଏଥିରେ କୁକୁର ବିଫଳ ହେବାରୁ ଗାଡି ହ୍ୟାଣ୍ଡେଲରେ ଝୁଲୁଥିବା ତାଙ୍କ ଭ୍ୟାନିଟି ବ୍ୟାଗ୍‌କୁ କାମୁଡି ଅଟକାଇବାକୁ ଚେଷ୍ଟା କରିଥିଲା। ତେବେ କୁକୁରକୁ ଛାଡିଦେବାକୁ ସେ ଯେତେ କହିଲେ ମଧ୍ୟ ଶୁଣି ନ ଥିଲା। ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ କୁକୁରଟି ତାଙ୍କୁ କାମୁଡିବାକୁ ଗୋଡାଉଥିବା ଭାବିଥିଲେ। ପରେ ଜଣାପଡିଥିଲା କୁକୁରଟି ତାର ୨ ବର୍ଷର ପୁରୁଣା ମାଲିକଙ୍କୁ ଚିହ୍ନିପାରି ଅଟକାଇବାକୁ ଚେଷ୍ଟା କରୁଛି। ମହିଳାଜଣକ ବିସ୍କୁଟ ଦେବା ପରେ କୁକୁର ଛାଡିଥିଲା।
ମହିଳାଙ୍କ ନାମ ଲିପିକା ଦାସ ପଟ୍ଟନାୟକ। ଘର କଲେଜ ରୋଡ। ସେ ସ୍ବଚ୍ଛ ସାଥୀ ଭାବେ କେନ୍ଦୁଝର ପୌରପାଳିକାରେ ୧୮ନଂ. ଓ୍ବାର୍ଡର ସ୍ବଚ୍ଛତା କାର୍ଯ୍ୟ ତଦାରଖ କରୁଛନ୍ତି। କୁକୁରଟି ଛୁଆ ବେଳଠୁଁ ତାଙ୍କ ଘରେ ରହିଥିଲା। ତେବେ ଦୁଇ ବର୍ଷ ଘରେ ରହିବା ପରେ କୌଣସି କାରଣରୁ ଘରୁ ପଳାଇଥିଲା। ଏଣୁ କୁକୁର ହଠାତ ଚିହ୍ନି ପାରି ତାଙ୍କ ଅଟକାଇଥିଲା। ସେ ତାଙ୍କୁ ପାଖ ଦୋକାନରୁ ବିସ୍କୁଟ କିଣି ଦେବା ପରେ ଛାଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ, ବିଜେଡି ଛାଡ଼ିଲେ ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର,୨୫।୫: ବିଜେଡିକୁ ପୁଣି ଏକ ଝଟକା ମିଳିଛି । ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ ବିଜେଡି ଛାଡିଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ…

କେଏସ୍‌ୟୁବି କଲେଜର ହେବ ବିକାଶ, ନୂଆ ଅଧ୍ୟକ୍ଷ ଲୋଡ଼ିଲେ ବିଧାୟକ-ଉପଜିଲାପାଳଙ୍କ ସହଯୋଗ

ଭଞ୍ଜନଗର,୨୫ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରାଜ୍ୟର ଏକ ପୁରାତନ ମହାବିଦ୍ୟାଳୟ। ୧୯୬୦ରେ ନିର୍ମିତ ଏହି ମହାବିଦ୍ୟାଳୟ ବ୍ରହ୍ମପୁର ବିଶବିଦ୍ୟାଳୟ…

ଆମେରିକା-ଇରାନ ମଧ୍ୟରେ ବାତିଲ ହୋଇପାରେ ଶାନ୍ତି ଚୁକ୍ତି: ତେହରାନ ଏବେ କାହିଁକି ଦେଇଛି ଚେତାବନୀ? ଜାଣନ୍ତୁ…

ତେହରାନ,୨୫।୫: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ପାଇଁ ପ୍ରୟାସ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଛନ୍ତି ଯେ ଦୁଇ ରାଷ୍ଟ୍ର…

ଉତକେଲାରୁ ବିଶାଖାପାଟଣା ବିମାନ ସେବା ସମ୍ପ୍ରସାରଣ ଦାବି: ଏମ୍‌ପିଙ୍କୁ ଦାବି ଜଣାଇଲେ

କେସିଙ୍ଗା, ୨୫।୫ (ତୁମେଶ୍ୱର ସାହୁ): ଉତକେଲାରୁ ଭୁବନେଶ୍ୱରକୁ ବିମାନ ଉଡାଣ ପ୍ରଥମେ ସପ୍ତାହକୁ ଦୁଇ ଦିନ ଥିବା ବେଳେ ପରେ ସପ୍ତାହକୁ ଛଅ ଦିନ ହୋଇଥିଲା। ସୋମବାର…

ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି, ସାରା ଦେଶରେ କ’ଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୨୫।୫: ଭାରତ ୯୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରେ। ଏହି ଆମଦାନୀର ଅଧିକାଂଶ ଆରବ ରାଷ୍ଟ୍ରଗୁଡ଼ିକରୁ ଆସିଥାଏ । ତଥାପି ଫେବୃଆରୀ ୨୮ ତାରିଖରୁ, ମଧ୍ୟପ୍ରାଚ୍ୟରେ…

ଦୁଇ ଆଇପିଏସ୍‌ ଅଫିସରଙ୍କୁ ବଦଳି ରାଜ ପ୍ରସାଦ ରାୟଗଡ଼ା ଏସ୍‌ପି

ଗୁଣପୁର,୨୫।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଦୁଇ ଆଇପିଏସ୍‌ ଅଧିକାରୀଙ୍କୁ ଶନିବାର ରାଜ୍ୟ ସରକାର ବଦଳି କରିଛନ୍ତି। ଏସ୍‌ପି ସ୍ବାତି ଏସ୍‌. କୁମାରଙ୍କୁ ଏସଟିଏଫ ଭୁବନେଶ୍ୱରକୁ ବଦଳି ହୋଇଛି ।…

ପେଟ୍ରୋଲ-ଡିଜେଲ ଦର ବଢିବା ପରେ କଂଗ୍ରେସ କହିଲା, ‘Inflation Man’s Extortion…’

ନୂଆଦିଲ୍ଲୀ,୨୫।୫: ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ଚତୁର୍ଥ ମୂଲ୍ୟ ବୃଦ୍ଧି ପରେ କଂଗ୍ରେସ ଦଳ ଏହାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ…

ଜିଲାପାଳଙ୍କ ନିର୍ଦ୍ଦେଶକୁ ଅଣଦେଖା, ଦିନରାତି ଜଳୁଛି ଇଟାଭାଟି

ରସୁଲପୁର,୨୫ା୫(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଜଳୁଛି। ବାୟୁମଣ୍ଡଳ ତାପମାତ୍ରା ୪୨ଂ ଉପରେ ରହୁଥିବାବେଳେ ଅସାଧୁ ଇଟା ବ୍ୟବସାୟୀ ବେଧଡ଼କ ଇଟାଭାଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri