Posted inଖେଳ

୨ ବର୍ଷ ହେଲା ଶତକ ଅପେକ୍ଷାରେ କୋହଲି

ନୂଆଦିଲ୍ଲୀ,୨୩।୧୧: ଭାରତୀୟ ରନ୍‌ ମେସିନ ବିରାଟ କୋହଲି ଆଜିକୁ ଠିକ୍‌ ୨ ବର୍ଷ ତଳେ ଅନ୍ତିମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। ୨୦୧୯ ନଭେମ୍ବର ୨୩ ତାରିଖ ଠାରୁ ତାଙ୍କ ବ୍ୟାଟରୁ ରନ୍‌ ବାହାରୁ ଥିଲେ ମଧ୍ୟ ସେ କୌଣସି ଫର୍ମାଟରେ ତିନି ସଂଖ୍ୟା ବିଶିଷ୍ଟ ସ୍କୋରରେ ପହଞ୍ଚି ପାରୁ ନାହାନ୍ତି।

ଏହା ଥିଲା ଭାରତୀୟ କ୍ରିକେଟ ଇତିହାସର ପ୍ରଥମ ପିଙ୍କ୍‌ ବଲ ଟେଷ୍ଟ। ସେହି ମ୍ୟାଚ୍‌ରେ ଭାରତ ଆଗରେ ପ୍ରତିଦ୍ୱନ୍ଦ୍ୱୀ ଥିଲା ବାଂଲାଦେଶ। କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ୧୩୬ ରନ୍‌ର ଇନିଂସ ଖେଳିଥିଲେ । ଏଥିରେ ଥିଲା ୧୨ ଚୌକା। ଏହା ଥିଲା କୋହଲିଙ୍କ ଅନ୍ତର୍ଜାତୀୟ କ୍ୟାରିୟରରର ୭୦ତମ ଓ ଟେଷ୍ଟରେ ୨୭ତମ ଶତକ। ମ୍ୟାଚ୍‌କୁ ୩ ଦିନ ମଧ୍ୟରେ ଏକ ଇନିଂସ ଓ ୪୬ ରନ୍‌ରେ ଜିତି ନେଇଥିଲା ଭାରତ।

ତା’ ପରଠୁ ବର୍ତ୍ତମାନ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ୧୨ ଟେଷ୍ଟ, ୧୫ ଦିନିକିଆ ଏବଂ ୨୩ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ହେଲେ ତାଙ୍କ ବ୍ୟାଟରୁ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଶତକ ବାହାରି ନାହିଁ। ଅନ୍ତର୍ଜାତୀୟ ଶତକ ପାଇଁ ଏହା କୋହଲିଙ୍କ କ୍ୟାରିୟରର ସବୁଠୁ ଲମ୍ବା ଅପେକ୍ଷା। ଏହାପରେ ସୀମିତ ଓଭର କ୍ରିକେଟରେ କୋହଲି ଭଲ ହାରରେ ରନ୍‌ ସଂଗ୍ରହ କରିବା ଜାରି ରଖିଥିବା ବେଳେ ଲମ୍ବା ଫର୍ମାଟରେ ତାଙ୍କ ଆଭରେଜ ଖୁବ୍‌ ହ୍ରାସ ପାଇଛି। ୨୦୧୯ ନଭେମ୍ବର ୨୩ ତାରିଖଠାରୁ ଟେଷ୍ଟରେ କୋହଲିଙ୍କ ରନ୍‌ ସଂଗ୍ରହ ହାର ୨୬.୮୦କୁ ଖସି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

୧ ବିଲିୟନ ଡଲାର କ୍ଲବରେ ‘ମାଇକେଲ୍‌’

ଲସ୍‌ ଆଞ୍ଜେଲସ୍‌, ୧୪।୭: କିଙ୍ଗ୍‌ ଅଫ୍‌ ପପ୍‌ ଭାବେ ପରିଚିତ ମାଇକେଲ୍‌ ଜ୍ୟାକସନ୍‌ଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ୍‌’ ବିଶ୍ୱ ବକ୍ସ ଅଫିସରେ ନୂଆ ରେକର୍ଡ…

ଗୌରୀଙ୍କ ସହ ବିବାହର ୧୦ ଦିନ ଭିତରେ ଗୁଡ୍‌ନ୍ୟୁଜ୍‌ ଦେଲେ ଆମିର, ଖବର ଶୁଣି ସମସ୍ତେ ଚକିତ

ମୁମ୍ବାଇ: ବଲିଉଡ ଅଭିନେତା ଆମିର ଖାନ ଗତ ଜୁଲାଇ ୫ ତାରିଖରେ ନିଜ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରାଟ୍‌ଙ୍କୁ ବିବାହ କରିଛନ୍ତି। ବିବାହ ପରେ ଏହି ନବଦମ୍ପତି ନିଜ…

ଖେଳ ପଡ଼ିଆରେ ଲିଭିଗଲା ଜୀବନ ଦୀପ, ୨୨ ବର୍ଷୀୟ କ୍ରିକେଟରଙ୍କ ମୃତ୍ୟୁ

ଶ୍ରୀନଗର,୧୪।୭: ଜମ୍ମୁ କଶ୍ମୀରର ଡୋଡା ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଭାଦେରୱା ଅଞ୍ଚଳର ୨୨ ବର୍ଷୀୟ କ୍ରିକେଟର ସୁହେଲ ଅହମ୍ମଦ ଜୁଲାଇ ୧୩…

ଲଗାଣ ବର୍ଷା, ଆଜି ଏହି ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ,୧୪।୭(ସନାତନ ରାଉତ): ଭଦ୍ରକ ଜିଲାରେ ଲଗାଣ ବର୍ଷା ଜାରି ରହିଛି । ଏହି କାରଣରୁ ଜିଲାର ସମସ୍ତ ସ୍କୁଲକୁ ମଙ୍ଗଳବାର ଛୁଟି ଘୋଷଣା କରାଯାଇଛି । ପରିସ୍ଥିତିକୁ…

ଛାତ୍ରଙ୍କୁ ମାଡ଼ ମାରିବା ପଡିଲା ମହଙ୍ଗା, ଶ୍ରେଣୀ ଗୃହ ଭିତରେ ଶିକ୍ଷକଙ୍କୁ ତାଲା ପକାଇଦେଲେ…

ଲୋଇସିଂହା, ୧୪।୭ (ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଉପରବାହାଲ ଉଚ୍ଚ ବିଦ୍ୟାଳୟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟର ଜଣେ ନବମ…

ରବିବାରଠୁ ନିଖୋଜ ଥିଲେ ବ୍ୟବସାୟୀ, ଏହି ସ୍ଥାନରୁ ମିଳିଲା ପତ୍ତା

ବଲାଙ୍ଗୀର, ୧୪।୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ପେଲେସଲାଇନ ପଡାର ଜଣେ ବ୍ୟବସାୟୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ରବିବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରୁ ଘରୁ ବାହାରି ଯିବା ପରେ…

ଭାଜପା ଜିଲା ସମ୍ପାଦକଙ୍କ ମାତୃ ବିୟୋଗ: ପରିବାର ସଦସ୍ୟଙ୍କୁ ଭେଟିଲେ ମନ୍ତ୍ରୀ ବିଭୁତି ଜେନା

ଛତ୍ରପୁର, ୧୪।୭ (ଦିଲ୍ଲୀପ ସାମଲ): ଛତ୍ରପୁର ସହରର ତିରୁପତିପେଟା ସାହି ନିବାସୀ ତଥା ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲା ସମ୍ପାଦକ ବସନ୍ତ କୁମାର ବେହେରାଙ୍କ ମା’…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri