Posted inଜାତୀୟ

୧୪୫ ରାଷ୍ଟ୍ରକୁ କରୋନା କୋରଡ଼ା: ଭାରତରେ ‘ବିଜ୍ଞପିତ ବିପତ୍ତି’ ଘୋଷିତ

ନୂଆଦିଲ୍ଲୀ, ୧୫।୩(ପି.ଟି.): ମହାମାରୀ କରୋନାକୁ ନେଇ ବିଶ୍ୱବ୍ୟାପୀ ଦେଖାଦେଇଛି ଅଭୂତପୂର୍ବ ଆତଙ୍କ ଓ ଅଚଳାବସ୍ଥା। ଏହି ଘାତକ ଭୂତାଣୁ ଏବେ ୧୪୫ ଦେଶରେ ପହଞ୍ଚତ୍ ୫,୪୩୬ ଜଣଙ୍କ ମୁଣ୍ଡ ନେଇସାରିଛି। ଏହାବାଦ୍‌ ପ୍ରାୟ ଦେଢ଼ ଲକ୍ଷ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି। ପଡ଼ୋଶୀ ଚାଇନାରେ ସର୍ବାଧିକ ୩,୧୯୩ ଜଣଙ୍କ ଜୀବନ ଯାଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୮୦,୮୨୪ରେ ପହଞ୍ଚତ୍ଛି। ଭାରତରେ ୧୦୨ ସଂକ୍ରମିତ ହେଲେଣି ଓ ୨ ଜଣଙ୍କ ଜୀବନ ଗଲାଣି। ଏହି ଭୂତାଣୁ ସଂକ୍ରମଣ କେବଳ ସ୍ବାସ୍ଥ୍ୟ ପାଇଁ ବିପଦ ସାଜିଛି ତାହା ନୁହେଁ, ବିଶ୍ୱ ଅର୍ଥନୀତିକୁ ମଧ୍ୟ ଦୋହଲାଇଦେଇଛି। ବାଣିଜ୍ୟ, କ୍ରୀଡ଼ା, ପରିବହନ, ଶିକ୍ଷା ଭଳି ଅନ୍ୟ କ୍ଷେତ୍ରଗୁଡ଼ିକ ଉପରେ ମଧ୍ୟ ପଡ଼ିଛି କରୋନାର କୋରଡ଼ା ମାଡ଼। ଏହାର ନିରାକରଣ ପାଇଁ ସ୍ବାସ୍ଥ୍ୟ ପରୀକ୍ଷା ସହ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଇତିମଧ୍ୟରେ ଭାରତ ସରକାର ଏହାକୁ ‘ବିଜ୍ଞପିତ ବିପତ୍ତି’ର ମାନ୍ୟତା ଦେଇଛନ୍ତି। ଆମେରିକାରେ କରୋନା ୪୧ ଜଣଙ୍କ ଜୀବନ ନେବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହାକୁ ‘ଷ୍ଟେଟ୍‌ ଏମର୍ଜେନ୍ସି’ ଭାବେ ଘୋଷଣା କରିଛନ୍ତି। ଟ୍ରମ୍ପ୍‌ ନିଜେ ମଧ୍ୟ ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି।

ଭାରତରେ କରୋନା କାୟାବିସ୍ତାର କରି ଚାଲିଛି। ଅଦ୍ୟାବଧି ଏହି ଭୂତାଣୁ ସଂକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୨ ଜଣ ସଂକ୍ରମିତ ହୋଇଛନ୍ତି। ସଂକ୍ରମଣକୁ ରୋକିବା ସହ ଲୋକଙ୍କୁ ସଚେତନ କରାଇବା ଲାଗି ସରକାର ବହୁବିଧ ପ୍ରୟାସ ଜାରି ରଖିଛନ୍ତି। ଶନିବାର କେନ୍ଦ୍ର ସରକାର କରୋନା ଭାଇରସ୍‌(କୋଭିଡ୍‌-୧୯)କୁ ଏକ ବିଜ୍ଞପିତ ବିପତ୍ତି (ନୋଟିଫାଏଡ୍‌ ଡିଜାଷ୍ଟର) ଭାବେ ଘୋଷଣା କରିଛନ୍ତି। ଏଥିସହ ଏହି ରୋଗରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିବାର କିଛି ସମୟ ପରେ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ନୂଆ ବିଜ୍ଞପ୍ତିରେ ସହାୟତା ରାଶି ଉଲ୍ଲେଖ କରାଯାଇନାହିଁ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏନେଇ ଚିଠି ଲେଖାଯାଇଛି।
କରୋନା ସଂକ୍ରମିତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ନିର୍ଦ୍ଧାରଣ କରିବେ ବୋଲି କେନ୍ଦ୍ର କହିଛି। ସଂକ୍ରମିତଙ୍କ ସାମୟିକ ରହଣି, ଖାଦ୍ୟ, ପୋଷାକ, ମେଡିକାଲ ସେବା, କ୍ୱାରାଣ୍ଟାଇନ୍‌ କ୍ୟାମ୍ପ ଆଦିର ଖର୍ଚ୍ଚ ରାଜ୍ୟଗୁଡ଼ିକ ଏସ୍‌ଡିଆର୍‌ଏଫ୍‌ରୁ ଖର୍ଚ୍ଚ କରିପାରିବେ। କେତେ କ୍ୱାରାଣ୍ଟାଇନ୍‌ କ୍ୟାମ୍ପ ହେବ, ସେ ସମ୍ପର୍କରେ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ସ୍ଥିର କରିବ। ଅତିରିକ୍ତ ଟେଷ୍ଟିଂ ଲାବୋରେଟୋରି ନିର୍ମାଣ, ଥର୍ମାଲ ସ୍କାନର, ଭେଣ୍ଟିଲେଟର ଓ ଅନ୍ୟାନ୍ୟ ଯନ୍ତ୍ରପାତି କ୍ରୟ ଲାଗି ଏହି ପାଣ୍ଠିରୁ ଖର୍ଚ୍ଚ କରାଯାଇ ପାରିବ। ବାର୍ଷିକ ଖର୍ଚ୍ଚ ଏସ୍‌ଡିଆର୍‌ଏଫ୍‌ର ୨୫%ରୁ ଅଧିକ ନ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବିଜ୍ଞପ୍ତିରେ ଦର୍ଶାଇଛି।
ମହାମାରୀ କରୋନା ଏବେ ୧୪୫ ଦେଶକୁ ବ୍ୟାପିଥିବାବେଳେ ଏହାକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏହି ଘାତକ ଭୂତାଣୁର ମୁକାବିଲା ଲାଗି ବିଭିନ୍ନ ଦେଶ ପକ୍ଷରୁ ପ୍ରତିଷେଧକମୂଳକ ପଦକ୍ଷେପମାନ ଗ୍ରହଣ କରାଯାଉଛି। ଶନିବାର ସୁଦ୍ଧା ବିଭିନ୍ନ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫,୪୩୬ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧.୪୫ ଲକ୍ଷରୁ ଊର୍ଦ୍ଧ୍ୱ ବୋଲି ଜଣାପଡ଼ିଛି। ଚାଇନାରେ ସର୍ବାଧିକ ୩,୧୯୩ ଜଣ କରୋନାରେ ପ୍ରାଣ ହରାଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୮୦,୮୨୪ରେ ପହଞ୍ଚତ୍ଛି। ଏହା ପଛକୁ ସର୍ବାଧିକ ସଂକ୍ରମିତ ଦେଶ ମଧ୍ୟରେ ଅଛନ୍ତି, ଇଟାଲୀ, ଇରାନ, ଦକ୍ଷିଣ କୋରିଆ ପ୍ରମୁଖ। ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୋଭିଡ୍‌-୧୯କୁ ମହାମାରୀ ଭାବେ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?