Posted inଜାତୀୟ

୧୪୫ ରାଷ୍ଟ୍ରକୁ କରୋନା କୋରଡ଼ା: ଭାରତରେ ‘ବିଜ୍ଞପିତ ବିପତ୍ତି’ ଘୋଷିତ

ନୂଆଦିଲ୍ଲୀ, ୧୫।୩(ପି.ଟି.): ମହାମାରୀ କରୋନାକୁ ନେଇ ବିଶ୍ୱବ୍ୟାପୀ ଦେଖାଦେଇଛି ଅଭୂତପୂର୍ବ ଆତଙ୍କ ଓ ଅଚଳାବସ୍ଥା। ଏହି ଘାତକ ଭୂତାଣୁ ଏବେ ୧୪୫ ଦେଶରେ ପହଞ୍ଚତ୍ ୫,୪୩୬ ଜଣଙ୍କ ମୁଣ୍ଡ ନେଇସାରିଛି। ଏହାବାଦ୍‌ ପ୍ରାୟ ଦେଢ଼ ଲକ୍ଷ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି। ପଡ଼ୋଶୀ ଚାଇନାରେ ସର୍ବାଧିକ ୩,୧୯୩ ଜଣଙ୍କ ଜୀବନ ଯାଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୮୦,୮୨୪ରେ ପହଞ୍ଚତ୍ଛି। ଭାରତରେ ୧୦୨ ସଂକ୍ରମିତ ହେଲେଣି ଓ ୨ ଜଣଙ୍କ ଜୀବନ ଗଲାଣି। ଏହି ଭୂତାଣୁ ସଂକ୍ରମଣ କେବଳ ସ୍ବାସ୍ଥ୍ୟ ପାଇଁ ବିପଦ ସାଜିଛି ତାହା ନୁହେଁ, ବିଶ୍ୱ ଅର୍ଥନୀତିକୁ ମଧ୍ୟ ଦୋହଲାଇଦେଇଛି। ବାଣିଜ୍ୟ, କ୍ରୀଡ଼ା, ପରିବହନ, ଶିକ୍ଷା ଭଳି ଅନ୍ୟ କ୍ଷେତ୍ରଗୁଡ଼ିକ ଉପରେ ମଧ୍ୟ ପଡ଼ିଛି କରୋନାର କୋରଡ଼ା ମାଡ଼। ଏହାର ନିରାକରଣ ପାଇଁ ସ୍ବାସ୍ଥ୍ୟ ପରୀକ୍ଷା ସହ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଇତିମଧ୍ୟରେ ଭାରତ ସରକାର ଏହାକୁ ‘ବିଜ୍ଞପିତ ବିପତ୍ତି’ର ମାନ୍ୟତା ଦେଇଛନ୍ତି। ଆମେରିକାରେ କରୋନା ୪୧ ଜଣଙ୍କ ଜୀବନ ନେବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହାକୁ ‘ଷ୍ଟେଟ୍‌ ଏମର୍ଜେନ୍ସି’ ଭାବେ ଘୋଷଣା କରିଛନ୍ତି। ଟ୍ରମ୍ପ୍‌ ନିଜେ ମଧ୍ୟ ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି।

ଭାରତରେ କରୋନା କାୟାବିସ୍ତାର କରି ଚାଲିଛି। ଅଦ୍ୟାବଧି ଏହି ଭୂତାଣୁ ସଂକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୨ ଜଣ ସଂକ୍ରମିତ ହୋଇଛନ୍ତି। ସଂକ୍ରମଣକୁ ରୋକିବା ସହ ଲୋକଙ୍କୁ ସଚେତନ କରାଇବା ଲାଗି ସରକାର ବହୁବିଧ ପ୍ରୟାସ ଜାରି ରଖିଛନ୍ତି। ଶନିବାର କେନ୍ଦ୍ର ସରକାର କରୋନା ଭାଇରସ୍‌(କୋଭିଡ୍‌-୧୯)କୁ ଏକ ବିଜ୍ଞପିତ ବିପତ୍ତି (ନୋଟିଫାଏଡ୍‌ ଡିଜାଷ୍ଟର) ଭାବେ ଘୋଷଣା କରିଛନ୍ତି। ଏଥିସହ ଏହି ରୋଗରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିବାର କିଛି ସମୟ ପରେ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ନୂଆ ବିଜ୍ଞପ୍ତିରେ ସହାୟତା ରାଶି ଉଲ୍ଲେଖ କରାଯାଇନାହିଁ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏନେଇ ଚିଠି ଲେଖାଯାଇଛି।
କରୋନା ସଂକ୍ରମିତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ନିର୍ଦ୍ଧାରଣ କରିବେ ବୋଲି କେନ୍ଦ୍ର କହିଛି। ସଂକ୍ରମିତଙ୍କ ସାମୟିକ ରହଣି, ଖାଦ୍ୟ, ପୋଷାକ, ମେଡିକାଲ ସେବା, କ୍ୱାରାଣ୍ଟାଇନ୍‌ କ୍ୟାମ୍ପ ଆଦିର ଖର୍ଚ୍ଚ ରାଜ୍ୟଗୁଡ଼ିକ ଏସ୍‌ଡିଆର୍‌ଏଫ୍‌ରୁ ଖର୍ଚ୍ଚ କରିପାରିବେ। କେତେ କ୍ୱାରାଣ୍ଟାଇନ୍‌ କ୍ୟାମ୍ପ ହେବ, ସେ ସମ୍ପର୍କରେ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ସ୍ଥିର କରିବ। ଅତିରିକ୍ତ ଟେଷ୍ଟିଂ ଲାବୋରେଟୋରି ନିର୍ମାଣ, ଥର୍ମାଲ ସ୍କାନର, ଭେଣ୍ଟିଲେଟର ଓ ଅନ୍ୟାନ୍ୟ ଯନ୍ତ୍ରପାତି କ୍ରୟ ଲାଗି ଏହି ପାଣ୍ଠିରୁ ଖର୍ଚ୍ଚ କରାଯାଇ ପାରିବ। ବାର୍ଷିକ ଖର୍ଚ୍ଚ ଏସ୍‌ଡିଆର୍‌ଏଫ୍‌ର ୨୫%ରୁ ଅଧିକ ନ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବିଜ୍ଞପ୍ତିରେ ଦର୍ଶାଇଛି।
ମହାମାରୀ କରୋନା ଏବେ ୧୪୫ ଦେଶକୁ ବ୍ୟାପିଥିବାବେଳେ ଏହାକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏହି ଘାତକ ଭୂତାଣୁର ମୁକାବିଲା ଲାଗି ବିଭିନ୍ନ ଦେଶ ପକ୍ଷରୁ ପ୍ରତିଷେଧକମୂଳକ ପଦକ୍ଷେପମାନ ଗ୍ରହଣ କରାଯାଉଛି। ଶନିବାର ସୁଦ୍ଧା ବିଭିନ୍ନ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫,୪୩୬ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧.୪୫ ଲକ୍ଷରୁ ଊର୍ଦ୍ଧ୍ୱ ବୋଲି ଜଣାପଡ଼ିଛି। ଚାଇନାରେ ସର୍ବାଧିକ ୩,୧୯୩ ଜଣ କରୋନାରେ ପ୍ରାଣ ହରାଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୮୦,୮୨୪ରେ ପହଞ୍ଚତ୍ଛି। ଏହା ପଛକୁ ସର୍ବାଧିକ ସଂକ୍ରମିତ ଦେଶ ମଧ୍ୟରେ ଅଛନ୍ତି, ଇଟାଲୀ, ଇରାନ, ଦକ୍ଷିଣ କୋରିଆ ପ୍ରମୁଖ। ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୋଭିଡ୍‌-୧୯କୁ ମହାମାରୀ ଭାବେ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri