ୟୁଥ୍‌ ଫ୍ୟାଶନ ଛତା

ବର୍ଷା ହେଲେ ସବୁଠୁ ଆଗ ଖୋଜାପଡ଼େ ଛତା। କିନ୍ତୁ ବର୍ତ୍ତମାନ ଛତା କେବଳ ବର୍ଷାରୁ ସୁରକ୍ଷା ଦେବାରେ ସୀମିତ ହୋଇ ରହିନାହିଁ। କାରଣ ଏବେ ମାର୍କେଟରେ ବିଭିନ୍ନ ରଙ୍ଗ ଏବଂ ଡିଜାଇନ୍‌ର ଛତା ମିଳୁଛି, ଯାହାକି ପାଲଟିଛି ଯୁବପିଢ଼ିଙ୍କ ଲାଗି ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ….

ବ୍ଲଣ୍ଟ ଏକ୍ସଏସ୍‌: ଅନ୍ୟ ଛତା ଭଳି ଏହି ଛତାରେ ମୁନିଆ ଅଗ୍ରଭାଗଗୁଡିକ ନାହିଁ। ତେଣୁ ଏହା ଦେଖିବାକୁ ଅପେକ୍ଷାକୃ ସୁନ୍ଦର ଲାଗିଥାଏ। ତା’ଛଡା ଭିଡରେ ବି ଏହାକୁ ଧରିଲେ କୌଣସି ଅଘଟଣ ଘଟିବାର ଆଶଙ୍କା ନ ଥାଏ। ଏହି ଛତା ଖୁବ୍‌ ମଜଭୁତ୍‌ ତେଣୁ ଅଧିକ ପବନରେ ହଠାତ୍‌ ଉଡିଯାଇ ନ ଥାଏ ା ଏହା ଏରୋଡାଇନୋମିକ୍‌ ଡିଜାଇନ୍‌। ସବୁଠୁ ମଜାଦାର କଥା ହେଲା ହଜିଗଲେ ଏହାକୁ ଏକ ଆପ୍‌ ସାହାଯ୍ୟରେ ଖୋଜା ମଧ୍ୟ ଯାଇପାରେ।

ସେଞ୍ଜ ଅରିଜନାଲ: ଏହିଛତା କେବଳ ଜଣେ ହିଁ ବ୍ୟବହାର କରିପାରିବେ। ଏହାର ସ୍ପୋକ୍ସ ଅନ୍ୟକୁ କ୍ଷତି ଯେପରି ନ ପହଞ୍ଚାଇବା ଭଳି ପ୍ରସ୍ତୁତ ହୋଇଛି। ଏହା ମୁଣ୍ଡ ପାଖରେ ଅଳ୍ପ ଗୋଲ ହୋଇ ପିଠି ଆଡକୁ ଲମ୍ବିଛି। ତେଣୁ ବର୍ଷା ପାଣି ଦେହରେ ପଡି ନ ଥାଏ। ଏଭଳି ଆକାର ଲାଗି ଏହି ଛତାର ଦାମ୍‌ ଅଧିକ ଏବଂ ଏହା ଅଧିକ ଆଇକ୍ୟାଚି ମଧ୍ୟ।

ହାର୍ଟ ଶେପ୍‌ ଅମ୍ବ୍ରେଲା: ଏହି ଛତା ଦେଖିବାକୁ ଖୁବ୍‌ ସୁନ୍ଦର । ବିଶେଷ କରି ଯୁବତୀମାନେ ଏହାକୁ ସର୍ବାଧିକ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ତେବେ ଏହି ଛତାରେ ପିଙ୍କ୍‌, ରେଡ୍‌, ପର୍ପଲ, ଲାଇମ୍‌ ଗ୍ରୀନ୍‌, ବ୍ଲୁ କଲରର ଡିମାଣ୍ଡ ବେଶି।

ସ୍କୋୟାର ଅମ୍ବ୍ରେଲା: ଗୋଲ ପରିବର୍ତ୍ତେ ଚାରିକଣିଆ ଏହି ଛତାର ଲୁକ୍‌ ଖୁବ୍‌ ନିଆରା। ତେବେ ଯୁବତୀଙ୍କ ତୁଳନାରେ ଯୁବକମାନେ ଏହାର ସର୍ବଧିକ ଗ୍ରାହକ।

ଡବଲ୍‌ ଅମ୍ବ୍ରେଲା: ବର୍ଷାରେ ଗୋଟିଏ ଛତାରେ ଏକାଠି ବୁଲିବାର ମଜା ନେବାକୁ ଅନେକ ଯୁବପିଢି ଖୁବ୍‌ ଭଲପାନ୍ତି। ଆଉ ଏମିତିରେ ବିଭିନ୍ନ ଛତା କମ୍ପାନୀ ସ୍ପେଶାଲ ଡିଜାଇନ୍‌ର ଡବଲ୍‌ ଛତା ପ୍ରସ୍ତୁତ କରୁଛନ୍ତି। ଏ ଛତା ଗୋଲ ନ ହୋଇ ଏହାର ଉଭୟ ପାର୍ଶ୍ୱ ଅପେକ୍ଷାକୃତ ଲମ୍ବା ଅଧିକ ଥାଏ।

ଫ୍ଲାଓ୍ବାର ଅମ୍ବ୍ରେଲା: ପୂର୍ବରୁ ଫ୍ଲାଓ୍ବାର୍‌ ପ୍ରିଣ୍ଟ ଛତା ମାର୍କେଟ୍‌ରେ ଅନେକ ମିଳୁଥିଲା। ହେଲେ ବର୍ତ୍ତମାନ ଗ୍ରାହକଙ୍କ ପସନ୍ଦ ଏବଂ ଡିମାଣ୍ଡକୁ ଆଖି ଆଗରେ ରଖି ଛତା କମ୍ପାନୀଗୁଡିକ ବିଭିନ୍ନ ଫ୍ଲାଓ୍ବାର୍‌ ଶେପ୍‌ ଛତା ମଧ୍ୟ ପ୍ରସ୍ତୁତ କରୁଛନ୍ତି। ଯାହାକି ଦେଖିବାକୁ ଖୁବ୍‌ ସୁନ୍ଦର ଏବଂ ଆକର୍ଷଣୀୟ। ଯୁବତୀମାନେ ବର୍ତ୍ତମାନ ଏହି ଛତା ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର ପ୍ରଭାବରେ ଉଡିଲା ଛପର: ୧୪ ଘଣ୍ଟା ହେଲା ବିଦ୍ୟୁତ-ମୋବାଇଲ ସେବା ଅଚଳ

ଦାରିଙ୍ଗବାଡି, ୨୮।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାଳ ବୈଶାଖୀର ପ୍ରଭାବରେ ପ୍ରଭାବିତ ହୋଇଛି। ବ୍ଲକ ଅଞ୍ଚଳର ସିମନବାଡି ସମେତ କିରିକୁଟି, ତିଲୋରୀ, ବୁଡ଼ାଗୁଡା,…

ବିଧାୟିକାଙ୍କ ଫଣ୍ଡକୁ ଖର୍ଚ୍ଚ କରିବାରେ ବ୍ଲକ ପ୍ରଶାସନର ବିଳମ୍ବ: ବିଜେଡି କର୍ମୀଙ୍କୁ ଅଣଦେଖା

କେସିଙ୍ଗା,୨୮।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ମନୋରମା ମହାନ୍ତି କେସିଙ୍ଗା ବ୍ଳକ ଗସ୍ତକରି ନିଜ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କେସିଙ୍ଗା ବ୍ଳକର…

ବିମାନ ଯାତ୍ରୀଙ୍କୁ ଝଟ୍‌କା! ୨୨% ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୮ା୫: ଇନ୍ଧନ ମୂଲ୍ୟ ଅତ୍ୟଧିକ ବୃଦ୍ଧି ଯୋଗୁ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ ଏହାର ଘରୋଇ ବିମାନ ଉଡ଼ାଣ ଅସ୍ଥାୟୀ ଭାବେ ୨୨ ପ୍ରତିଶତ ହ୍ରାସ କରିଛି।…

ରାସ୍ତା ନ ଥିବାରୁ ୩ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା: ପ୍ରଶଂସା ସାଉଁଟିଲେ ଆମ୍ବୁଲାନ୍ସ କର୍ମଚାରୀ

କେସିଙ୍ଗା/ଖପ୍ରାଖୋଲ,୨୮/୫(ତୁମେଶ୍ୱର ସାହୁ/ଅଭୟ ତ୍ରିପାଠୀ): ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଜାନିପଡା ପାହାଡ଼ ପାଖରେ ରହୁଥିବା ରୋହିତ ଧରୂଆଙ୍କ ସ୍ତ୍ରୀ ସୀମା ମାଝୀଙ୍କ ଗର୍ଭଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଡାକ୍ତରଖାନା ଆଣିବା…

୯ମ ଶ୍ରେଣୀ ପାଇଁ CBSEର ତ୍ରିଭାଷୀ ନିୟମ: କେନ୍ଦ୍ର, ଏନ୍‌ସିଇଆର୍‌ଟିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଜୁଲାଇ ୧ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ୩ ଭାଷା ପଢ଼ିବା ବାଧ୍ୟତାମୂଳକ ନୀତି ଲାଗୁ କରିଥିବାରୁ ଏହାକୁ…

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri