ହ୍ରାସ ପାଉଛି ଆମ ଶରୀରର ସାଧାରଣ ତାପମାତ୍ରା

”ସାଧାରଣତଃ ଶିଶୁମାନଙ୍କ ଶରୀରର ହାରାହାରି ତାପମାତ୍ରା ଅଧିକ। ଅନ୍ୟପକ୍ଷରେ, ପୁରୁଷମାନଙ୍କର ନାରୀମାନଙ୍କ ତୁଳନାରେ କମ୍‌ । ପୁନଶ୍ଚ ଏହା କେତେକ ଜୀବରସ ବା ହରମୋନ୍‌ ପ୍ରତି ସମ୍ବେଦନଶୀଳ। ଉଦାହରଣସ୍ବରୂପ, ନାରୀମାନଙ୍କ ଋତୁଚକ୍ର କାଳରେ ଡିମ୍ବୋଦୟ ପରେ ଏଷ୍ଟ୍ରୋଜେନ୍‌ ହ୍ରାସ ଏବଂ ପ୍ରୋଜେଷ୍ଟେରୋନ୍‌ ବୃଦ୍ଧି ହେଲେ ସେମାନଙ୍କ ଶରୀରର ତାପମାତ୍ରା ହଠାତ୍‌ ବଢ଼ିଯାଏ । ତେଣୁ ଏ ସମସ୍ତ କଥା ବିଚାରକୁ ନେଇ ବିଭିନ୍ନ ବ୍ୟକ୍ତି ବିଶେଷତଃ ଶରୀରର  ‘ସାଧାରଣ ତାପମାତ୍ରା’ ୯୭.୭ ଏବଂ ୯୯.୫ ଡିଗ୍ରୀ ଫାରେନ୍‌ହିଟ୍‌ ମଧ୍ୟରେ ବୋଲି ମନେ କରାଯାଏ ।“

ଶରୀରର ତାପମାତ୍ରା ମାପିବାକୁ ଆମେ ବ୍ୟବହାର କରୁଥିବା ଡାକ୍ତରୀ ତାପମାନଯନ୍ତ୍ର ବା ଥର୍ମୋମିଟରରେ ୯୮.୬ ଡିଗ୍ରୀ ଫାରେନ୍‌ହିଟ୍‌ ସୂଚାଉଥିବା ସ୍ଥାନରେ ଅପେକ୍ଷାକୃତ ପ୍ରଶସ୍ତ ଦାଗଟିଏ ଥାଏ। ଏହାକୁ ଆମେ ଏହାର ”ସାଧାରଣ ତାପମାତ୍ରା“ ବୋଲି କହୁ। ତାହା ତହିଁରୁ ଅଧିକ ହେଲେ ଆମକୁ ଜ୍ୱର ହୋଇଥିବାର ମନେକରାଯାଏ। ତେବେ, ପ୍ରକୃତରେ ସମସ୍ତଙ୍କ ଶରୀରର ଏହି ତଥାକଥିତ ”ସାଧାରଣ ତାପମାତ୍ରା“ ସମାନ ନୁହେଁ। ଲିଙ୍ଗଭେଦ, ବୟସ ଏବଂ ସ୍ବାସ୍ଥ୍ୟାବସ୍ଥା ଅନୁସାରେ ଏହା ଅଲଗା ଅଲଗା ହୋଇଥାଏ। ପୁନଶ୍ଚ ଏହା ମଧ୍ୟ ଦିନର ବିଭିନ୍ନ ସମୟ, ଶରୀରର କେଉଁ ସ୍ଥାନରୁ ତାହା ମପାଯାଉଛି, ସଚେତନତା ଏବଂ ଭାବପ୍ରବଣତା ଉପରେ ନିର୍ଭରଶୀଳ। ସେଥିପାଇଁ ଏହା ସକାଳେ ସବୁଠାରୁ କମ୍‌, ଦିନରେ କମ୍‌ ଏବଂ ରାତିରେ ବେଶି ହେଲାବେଳେ ପାଟିରେ, କାଖତଳେ କିମ୍ବା ମଳଦ୍ୱାରରେ ମାପିଲେ ଏହା ଭିନ୍ନ ଭିନ୍ନ ହେବାର ଦେଖାଯାଏ। ସେହିପରି ଚେଇଁଥିବା, ଶୋଇଥିବା କିମ୍ବା ନିଶା ଔଷଧ ଖାଇ ଘୁମାଉଥିବା ଅବସ୍ଥା ଏବଂ ରାଗ ବା ମାନସିକଚାପ ଅବସ୍ଥାରେ ମଧ୍ୟ ଏଥିରେ ବେଶ୍‌ ତାରତମ୍ୟ ଦେଖାଯାଏ। ଅନ୍ୟପକ୍ଷରେ ଶାରୀରିକଶ୍ରମ, ଖାଦ୍ୟର ପ୍ରକାରଭେଦ, ମଦ୍ୟପାନ, ଧୂମପାନ ଇତ୍ୟାଦିର ଏହା ଉପରେ ପ୍ରଭାବ ରହିଛି।
ସାଧାରଣତଃ ଶିଶୁମାନଙ୍କ ଶରୀରର ହାରାହାରି ତାପମାତ୍ରା ଅଧିକ। ଅନ୍ୟପକ୍ଷରେ, ପୁରୁଷମାନଙ୍କର ନାରୀମାନଙ୍କ ତୁଳନାରେ କମ୍‌। ପୁନଶ୍ଚ ଏହା କେତେକ ଜୀବରସ ବା ହରମୋନ୍‌ ପ୍ରତି ସମ୍ବେଦନଶୀଳ। ଉଦାହରଣସ୍ବରୂପ, ନାରୀମାନଙ୍କ ଋତୁଚକ୍ର କାଳରେ ଡିମ୍ବୋଦୟ ପରେ ଏଷ୍ଟ୍ରୋଜେନ୍‌ ହ୍ରାସ ଏବଂ ପ୍ରୋଜେଷ୍ଟେରୋନ୍‌ ବୃଦ୍ଧି ହେଲେ ସେମାନଙ୍କ ଶରୀରର ତାପମାତ୍ରା ହଠାତ୍‌ ବଢ଼ିଯାଏ। ତେଣୁ ଏ ସମସ୍ତ କଥା ବିଚାରକୁ ନେଇ ବିଭିନ୍ନ ବ୍ୟକ୍ତି ବିଶେଷତଃ ଶରୀରର ”ସାଧାରଣ ତାପମାତ୍ରା“ ୯୭.୭ ଏବଂ ୯୯.୫ ଡିଗ୍ରୀ ଫାରେନ୍‌ହିଟ୍‌ ମଧ୍ୟରେ ବୋଲି ମନେ କରାଯାଏ। ଏଥିରୁ ଅଧିକ ହେଲେ ତାହା ହେଲା ଜ୍ୱର ଅବସ୍ଥା। କେନ୍ଦ୍ରୀୟ ସ୍ନାୟୁ ବ୍ୟବସ୍ଥା ଦ୍ୱାରା ଶରୀରର ତାପମାତ୍ରା ଏହି ସୀମା ମଧ୍ୟରେ ତାପନିୟମନ ମାଧ୍ୟମରେ ନିୟନ୍ତ୍ରଣ ହୁଏ।
ଊନବିଂଶ ଶତାବ୍ଦୀରେ ”ରକ୍ତର ତାପ“ ବୋଲି କୁହାଯାଉଥିବା ଶରୀରର ହାରାହାରି ”ସାଧାରଣ ତାପମାତ୍ରା“ ୯୮ ଡିଗ୍ରୀ ଫାରେନ୍‌ହିଟ୍‌ ବୋଲି ବିଭିନ୍ନ ପୁସ୍ତକରେ ସୂଚିତ କରାଯାଇଥିଲା। ତା’ପରେ ୧୯୬୮ ମସିହାରେ ଜର୍ମାନ୍‌ ଡାକ୍ତର କାର୍ଲ ରେଇନ୍‌ହୋଲଡ୍‌ ଅଗଷ୍ଟ ଓ୍ବଣ୍ଡରଲିନ୍‌ ଏହା ୯୮.୬ ଡିଗ୍ରୀ ଫାରେନ୍‌ହିଟ୍‌ ବୋଲି ନିର୍ଦ୍ଧାରଣ କଲେ ଏବଂ ତାଙ୍କ ପୁସ୍ତକରେ ଏହାକୁ ମାନକ ରୂପେ ସୂଚିତ କଲେ। ସାରା ଦୁନିଆରେ ଚିକିତ୍ସା କ୍ଷେତ୍ରରେ ଏହା ଗୃହୀତ ହେଲା, ଯାହା କି ଏ ପର୍ଯ୍ୟନ୍ତ ଚଳିଆସିଛି। ତେବେ, ସେ ସମୟରୁ ଆଜି ମଧ୍ୟରେ ଶରୀରର ତାପମାତ୍ରା କ୍ରମଶଃ ହ୍ରାସ ପାଇ ଚାଲିଥିବାର ଏବେ ଜଣାପଡ଼ିଛି।
ବିଭିନ୍ନ ସମୟରେ ତିନୋଟି ବଡ଼ ବଡ଼ ସର୍ବେକ୍ଷଣର ଫଳାଫଳ ବିଚାରକୁ ନେଇ ବୈଜ୍ଞାନିକମାନେ ଏ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ତହିଁରୁ ପ୍ରଥମଟି ଏକ ପୁରାତନ ଦସ୍ତାବିଜ୍‌। ତାହା କରାଯାଇଥିଲା ୧୮୬୨ରୁ ୧୯୩୦ ମସିହା ମଧ୍ୟରେ ଏବଂ ଏଥିରେ ୨୩,୭୧୦ ଜଣଙ୍କର ଶରୀରର ତାପମାତ୍ରା ମପାଯାଇଥିଲା। ତତ୍ପରେ ତାହା ହୋଇଥିଲା ୧୯୭୧ରୁ ୧୯୭୫ ଏବଂ ୨୦୦୭ ରୁ ୨୦୧୭ ମସିହା ମଧ୍ୟରେ। ତହିଁରେ ଯଥାକ୍ରମେ ୧୫,୩୦୧ ଏବଂ ୧,୫୦,୨୦୦ ଲୋକଙ୍କୁ ଅଧ୍ୟୟନ ପରିସରଭୁକ୍ତ କରାଯାଇଥିଲା। ଏହି ପର୍ଯ୍ୟବେକ୍ଷଣ ଅନୁସାରେ ୨୦୦୦ ମସିହା ପରେ ଜନ୍ମ ହୋଇଥିବା ପୁରୁଷମାନଙ୍କ ଶରୀରର ହାରାହାରି ତାପମାତ୍ରା ୧୮୦୦ରୁ ୧୯୦୦ ମସିହା ମଧ୍ୟରେ ଜନ୍ମ ହୋଇଥିବା ପୁରୁଷଙ୍କଠାରୁ ୧.୦୬ ଡିଗ୍ରୀ ଫାରେନ୍‌ହିଟ୍‌ କମ୍‌। ନାରୀମାନଙ୍କ କ୍ଷେତ୍ରରେ ଏହା ୦.୫୮ ଡିଗ୍ରୀ ଫାରେନ୍‌ହିଟ୍‌।
ଏହାର କାରଣ ଏବେସୁଦ୍ଧା ନିର୍ଦ୍ଦିଷ୍ଟ ଭାବେ ସ୍ଥିର ହୋଇପାରି ନାହିଁ। ତେବେ, ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟରେ ଭେଷଜବିଜ୍ଞାନ ପ୍ରଫେସର ଡାକ୍ତର ଜୁଲି ପାରସୋନେଟ୍‌ଙ୍କ ସମେତ ଅନେକ ବୈଜ୍ଞାନିକଙ୍କ ମତ ଯେ, ଆମ ଆଧୁନିକ ଜୀବନଶୈଳୀ ଚୟାପୟନ ହାରକୁ ମନ୍ଥର କରିବାର ସମ୍ଭବତଃ ଏହାର ପ୍ରଧାନ କାରଣ। ଆମେରିକୀୟ ଗବେଷଣା ପତ୍ରିକା ”ଓ୍ବିରେଡ୍‌“ର ଜାନୁୟାରୀ ୨୦୨୦ ସଂଖ୍ୟାରେ ସେମାନଙ୍କ ଦ୍ୱାରା ପ୍ରକାଶିତ ଏକ ନିବନ୍ଧରେ ସୂଚିତ କରାଯାଇଛି ଯେ, ଆମେ ବିଗତ ଶତାବ୍ଦୀଗୁଡ଼ିକରେ ଶାରୀରିକ କ୍ରିୟାକଳାପ ଦୃଷ୍ଟିରୁ ଯାହା ଥିଲୁ ବର୍ତ୍ତମାନ ତହିଁରୁ ବେଶ୍‌ ଅଲଗା। ଆମେ ବାସ କରୁଥିବା ପରିବେଶ, ବିବିଧ ସୂକ୍ଷ୍ମଜୀବଙ୍କ ସହିତ ଆମର ସଂସ୍ପର୍ଶ, ଆମ ଖାଦ୍ୟାଭ୍ୟାସ ଇତ୍ୟାଦି ସେ ସମୟଠାରୁ ଅନେକ ବଦଳିଯାଇଛି। ଏଣୁ ଆମେ ମଧ୍ୟ ବଦଳିଚାଲିଛୁ। ଅର୍ଥାତ୍‌ ଯଦିଓ ଆମେ ନିଜକୁ ଅପରିବର୍ତ୍ତନୀୟ ବୋଲି ଭାବୁଛୁ, ତେବେ ପ୍ରକୃତରେ ଆମ ପ୍ରଜାତିର ବିବର୍ତ୍ତନରେ ଅନ୍ତ ଆସିନାହିଁ। ତାହା ଚାଲିଛି ଏବଂ ଆମେ ବଦଳି ଚାଲିଛୁ। ଆମ ଶରୀରର ”ସାଧାରଣ ତାପମାତ୍ରାରେ ପରିବର୍ତ୍ତନ ଏହାର ଏକ ସୂଚନା।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ,
୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର, ମୋ : ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri