ନୂଆଦିଲ୍ଲୀ, ୨୮ା୪ (ପି.ଟି.)-ଭାରତର ଟପ୍ କ୍ୱାର୍ଟରମାଇଲର ହୀମା ଦାସଙ୍କ ପାଇଁ ଜୋତା ତିଆରି କରୁଛି ପ୍ରମୁଖ କ୍ରୀଡ଼ା ପୋଷାକ ପ୍ରସ୍ତୁତକାରୀ କମ୍ପାନୀ ଆଡିଡାସ୍। ଏଥିରେ ହିମାଙ୍କ ନାମ ପ୍ରିଣ୍ଟ୍ ରହିଛି। ଏକଦା ଦେଶର ଏହି ଷ୍ଟାର ଧାବିକା ବିଶ୍ୱ ପ୍ରସିଦ୍ଧ କମ୍ପାନୀ ନିକଟରେ ଜୋତା ତିଆରିର ମାନ ନେଇ ପ୍ରଶ୍ନ ଉଠାଇଥିଲେ। ହିମା ବର୍ତ୍ତମାନ ପଟିଆଲାସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋଟର୍ସ (ଏନ୍ଆଇଏସ୍)ରେ ଅଛନ୍ତି। ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ସହିତ ଇନଷ୍ଟାଗ୍ରାମ୍ରେ ଚାଟିଂ ବେଳେ ଘଟଣାର ପରଦା ଉଠାଇଛନ୍ତି। ହିମା କହିଛନ୍ତି, ଦିନ ଥିଲା ମୁଁ ପ୍ରଥମେ ଖାଲିପାଦରେ ଦୌଡ଼ୁଥିଲି। ମୋ ବାପା ଜଣେ କୃଷକ। ମୁଁ ପ୍ରଥମେ ଯେତେବେଳେ ଜାତୀୟ ପ୍ରତିଯୋଗିତାରେ ଭାଗ ନେଲି ବାପା ପ୍ରଥମେ ମୋ ପାଇଁ ହଳେ ରନିଂ ଜୋତା କିଣି ଆଣିଥିଲେ। ଏହା ସ୍ପାଇକ୍ଯୁକ୍ତ ଥିଲା। କିନ୍ତୁ ଏହା ଅତି ସାଧାରଣ ଜଣା ପଡ଼ୁଥିଲା। ହାତରେ ଏହି ଜୋତା ସହ ଏକ ଫଟୋ ଉଠାଇ ‘ଆଡିଡାସ’ ନିକଟକୁ ଏକ ଚିଠି ଲେଖିଲି। ଏହି ଜୋତା ପିନ୍ଧି ଦୌଡ଼ିଲେ ଫଳାଫଳ କ’ଣ ହେବ ବୋଧହୁଏ ତୁମକୁ ଜଣା ନାହିଁ ବୋଲି ହିମା ଉଲ୍ଲେଖ କରିଥିଲେ। ଆଡିଡାସ ବର୍ତ୍ତମାନ ମୋ ନାମରେ ଜୋତା ତିଆରି କରୁଛି ବୋଲି ଭାରତୀୟ ଆଥଲେଟ କହିଛନ୍ତି। ୨୦ ବର୍ଷୀୟା ହିମା ୨୦୧୮ରେ ଫିନ୍ଲାଣ୍ଡରେ ଅନୁଷ୍ଠିତ ୨୦ ବର୍ଷରୁ କମ୍ ଚାମ୍ପିୟନଶିପ୍ ୪୦୦ମିଟର ରେସ୍ରେ ସ୍ବର୍ଣ୍ଣ ଜିତିଥିଲେ। ଏହି ସଫଳତା ପାଇ ଜର୍ମାନୀର ଆଡିଡାସ କମ୍ପାନୀ ତାଙ୍କୁ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର କରିବା ସହ ତାଙ୍କ ପାଇଁ ଜୋତା ତିଆରି କରିଥିଲା। ଜୋତାର ଗୋଟିଏ ପାର୍ଶ୍ୱରେ ହିମାଙ୍କ ନାମ ଏବଂ ଅନ୍ୟପଟେ ‘କ୍ରିଏଟ୍ ହିଷ୍ଟ୍ରି’ ବୋଲି ପ୍ରିଣ୍ଟ ରହିଛି। ଇଣ୍ଡୋନେସିଆରେ ୨୦୧୮ରେ ଅନୁଷ୍ଠିତ ଏସିଆନ ଗେମ୍ସରେ ବ୍ୟକ୍ତିଗତ ୪୦୦ ମିଟରରେ ରୌପ୍ୟ ଏବଂ ମହିଳା ୪୦୦ ମିଟର ଏବଂ ମିକ୍ସଡ ୪୦୦ମିଟର ରେସ୍ରେ ସ୍ବର୍ଣ୍ଣ ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଟେଷ୍ଟ କ୍ରିକେଟ୍ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…
ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…
ଚେକ୍ ରିପବ୍ଲିକ୍ ଦଳରେ ସ୍ଥାନ ପାଇଲେ ୧୭ ବର୍ଷୀୟ ଏହି ଖେଳାଳି, ଜାଣନ୍ତୁ…
ପ୍ରେଗ୍,୧ା୬: ବିଶ୍ୱକପ୍ ପାଇଁ ଚେକ୍ ରିପବ୍ଲିକ ଫୁଟ୍ବଲ ଦଳରେ ସ୍ପାର୍ଟା ପ୍ରେଗ୍ ୧୭ ବର୍ଷୀୟ ମିଡ୍ଫିଲ୍ଡର ହୁଗୋ ସୋଚୁରେକ୍ ସ୍ଥାନ ପାଇଛନ୍ତି। କୋସୋଭୋ ବିପକ୍ଷ ଏକ ଓ୍ବାର୍ମଅପ୍…
ବିଶ୍ୱକପ୍ ଫୁଟ୍ବଲ ସିଧା ପ୍ରସାରଣକୁ ନେଇ ଆସିଲା ବଡ଼ ଅପଡେଟ୍, ଭାରତୀୟ ପ୍ରଶଂସକ ଦେଖିବେ ଏହି ଚେନାଲରେ ଜାଣନ୍ତୁ…
ନୂଆଦିଲ୍ଲୀ,୧ା୬: ଜୀ ଏଣ୍ଟରଟେନ୍ମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ (ଜୀଲ୍) ବିଶ୍ୱ ଫୁଟ୍ବଲ ପରିଚାଳନା ସଂସ୍ଥା ଫିଫା ସହ ଏକ ୮ବର୍ଷୀୟା ପାର୍ଟନରଶିପ୍ ଚୁକ୍ତି କରଥିବା ସୋମବାର ପ୍ରକାଶ କରିଛି।…
RCB ଜିତିବା ପରେ ରୋମାଣ୍ଟିକ ହେଲେ ଅନୁଷ୍କା: ଶେୟାର କଲେ ଏମିତି ଫଟୋ
ନୂଆଦିଲ୍ଲୀ,୧।୬: ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ…
ପାକିସ୍ତାନରେ ଆଇପିଏଲ ବ୍ୟାନ୍, ହେଲେ ସୀମା ଆରପାରିରେ ଜୋର୍ ଚାଲିଛି ବୈଭବଙ୍କ ଚର୍ଚ୍ଚା; ଜାଣନ୍ତୁ ପୂରା ଘଟଣା
ନୂଆଦିଲ୍ଲୀ,୧।୬: IPL ୨୦୨୬ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ବୈଭବ ସୂର୍ଯ୍ୟବଂଶୀ ଏହି ସିଜିନରେ ସର୍ବାଧିକ ରନ କରିଥିଲେ। ସେ ୧୬ ମ୍ୟାଚରେ ୧୬ ଇନିଂସରେ ୭୭୬…
ବିକ୍ରି ହୋଇଥିଲେ ୧.୧୦ କୋଟିରେ, ଏବେ ବ୍ୟାଙ୍କ ଆକାଉଣ୍ଟକୁ ଆସିବ କୋଟି କୋଟି ଟଙ୍କା, ଜାଣିଲେ ଉଡିଜିବ ହୋସ୍
ନୂଆଦିଲ୍ଲୀ,୧।୬: IPL ୨୦୨୬ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଏକ ଉଲ୍ଲେଖନୀୟ ସିଜନ ଥିଲା। ସେ ଅନେକ ପୁରସ୍କାର ଜିତିଥିଲେ, ଯେଉଁଥିରେ ଅରେଞ୍ଜ କ୍ୟାପ ମଧ୍ୟ ଥିଲା, ଯାହା…
ପାଦ ଛୁଇଁ ନୁହେଁ, କୋହଲିଙ୍କୁ ଦେଖି ଏମିତି କାମ କଲେ ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO
ନୂଆଦିଲ୍ଲୀ,୧।୬:ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର IPL 2026 ଫାଇନାଲ ଜିତିବା ପରେ ବୈଭବ ସୂର୍ଯ୍ୟବଂଶୀ ବିରାଟ କୋହଲିଙ୍କୁ ଭେଟିଥିଲେ। ଗୁଜରାଟ ଟାଇଟାନ୍ସ ବିପକ୍ଷରେ RCBର ଫାଇନାଲ ମ୍ୟାଚ ଦେଖିବା…
ଟ୍ରଫିରେ ଏମିତି କ’ଣ ଲେଖାଥିଲା ଯାହାକୁ ଦେଖି ହସି ପକାଇଲେ ବିରୁଷ୍କା? ଜାଣନ୍ତୁ…
ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତି ଲଗାତାର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଗୁଜରାଟ ଟାଇଟନ୍ସ…
Archives

