ନୂଆଦିଲ୍ଲୀ, ୨୮ା୪ (ପି.ଟି.)-ଭାରତର ଟପ୍ କ୍ୱାର୍ଟରମାଇଲର ହୀମା ଦାସଙ୍କ ପାଇଁ ଜୋତା ତିଆରି କରୁଛି ପ୍ରମୁଖ କ୍ରୀଡ଼ା ପୋଷାକ ପ୍ରସ୍ତୁତକାରୀ କମ୍ପାନୀ ଆଡିଡାସ୍। ଏଥିରେ ହିମାଙ୍କ ନାମ ପ୍ରିଣ୍ଟ୍ ରହିଛି। ଏକଦା ଦେଶର ଏହି ଷ୍ଟାର ଧାବିକା ବିଶ୍ୱ ପ୍ରସିଦ୍ଧ କମ୍ପାନୀ ନିକଟରେ ଜୋତା ତିଆରିର ମାନ ନେଇ ପ୍ରଶ୍ନ ଉଠାଇଥିଲେ। ହିମା ବର୍ତ୍ତମାନ ପଟିଆଲାସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋଟର୍ସ (ଏନ୍ଆଇଏସ୍)ରେ ଅଛନ୍ତି। ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ସହିତ ଇନଷ୍ଟାଗ୍ରାମ୍ରେ ଚାଟିଂ ବେଳେ ଘଟଣାର ପରଦା ଉଠାଇଛନ୍ତି। ହିମା କହିଛନ୍ତି, ଦିନ ଥିଲା ମୁଁ ପ୍ରଥମେ ଖାଲିପାଦରେ ଦୌଡ଼ୁଥିଲି। ମୋ ବାପା ଜଣେ କୃଷକ। ମୁଁ ପ୍ରଥମେ ଯେତେବେଳେ ଜାତୀୟ ପ୍ରତିଯୋଗିତାରେ ଭାଗ ନେଲି ବାପା ପ୍ରଥମେ ମୋ ପାଇଁ ହଳେ ରନିଂ ଜୋତା କିଣି ଆଣିଥିଲେ। ଏହା ସ୍ପାଇକ୍ଯୁକ୍ତ ଥିଲା। କିନ୍ତୁ ଏହା ଅତି ସାଧାରଣ ଜଣା ପଡ଼ୁଥିଲା। ହାତରେ ଏହି ଜୋତା ସହ ଏକ ଫଟୋ ଉଠାଇ ‘ଆଡିଡାସ’ ନିକଟକୁ ଏକ ଚିଠି ଲେଖିଲି। ଏହି ଜୋତା ପିନ୍ଧି ଦୌଡ଼ିଲେ ଫଳାଫଳ କ’ଣ ହେବ ବୋଧହୁଏ ତୁମକୁ ଜଣା ନାହିଁ ବୋଲି ହିମା ଉଲ୍ଲେଖ କରିଥିଲେ। ଆଡିଡାସ ବର୍ତ୍ତମାନ ମୋ ନାମରେ ଜୋତା ତିଆରି କରୁଛି ବୋଲି ଭାରତୀୟ ଆଥଲେଟ କହିଛନ୍ତି। ୨୦ ବର୍ଷୀୟା ହିମା ୨୦୧୮ରେ ଫିନ୍ଲାଣ୍ଡରେ ଅନୁଷ୍ଠିତ ୨୦ ବର୍ଷରୁ କମ୍ ଚାମ୍ପିୟନଶିପ୍ ୪୦୦ମିଟର ରେସ୍ରେ ସ୍ବର୍ଣ୍ଣ ଜିତିଥିଲେ। ଏହି ସଫଳତା ପାଇ ଜର୍ମାନୀର ଆଡିଡାସ କମ୍ପାନୀ ତାଙ୍କୁ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର କରିବା ସହ ତାଙ୍କ ପାଇଁ ଜୋତା ତିଆରି କରିଥିଲା। ଜୋତାର ଗୋଟିଏ ପାର୍ଶ୍ୱରେ ହିମାଙ୍କ ନାମ ଏବଂ ଅନ୍ୟପଟେ ‘କ୍ରିଏଟ୍ ହିଷ୍ଟ୍ରି’ ବୋଲି ପ୍ରିଣ୍ଟ ରହିଛି। ଇଣ୍ଡୋନେସିଆରେ ୨୦୧୮ରେ ଅନୁଷ୍ଠିତ ଏସିଆନ ଗେମ୍ସରେ ବ୍ୟକ୍ତିଗତ ୪୦୦ ମିଟରରେ ରୌପ୍ୟ ଏବଂ ମହିଳା ୪୦୦ ମିଟର ଏବଂ ମିକ୍ସଡ ୪୦୦ମିଟର ରେସ୍ରେ ସ୍ବର୍ଣ୍ଣ ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
IPL ଅକ୍ସନ୍କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….
ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…
୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’
ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…
୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…
ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…
କ୍ରିକେଟରେ ହଲଚଲ! ହଠାତ୍ ଇସ୍ତଫା ଦେଲେ କୋଚ୍, କାରଣ ଜାଣିଲେ ହେବେ ଚକିତ
ନୂଆଦିଲ୍ଲୀ,୨୩ା୯: ଚାକିରି ବଦଳାଇବା ଏବେ ସାଧାରଣ କଥା। କିନ୍ତୁ କୌଣସି ଜାତୀୟ କ୍ରିକେଟ୍ ଦଳର କୋଚ୍ ଅନ୍ୟ ଏକ ଟିମ୍ରେ ଚାକିରି ପାଇଁ ଇସ୍ତଫା ଦେବା ନିଶ୍ଚିତ…
ଅଶ୍ବିନଙ୍କ ବଡ଼ ଖୁଲାସା; CSK ହେଡ୍ କୋଚ୍ ହେବାକୁ ଏହି ଖେଳାଳିଙ୍କୁ ମିଳିଥିଲା ଅଫର, ହେଲେ…
ଚେନ୍ନାଇ,୨୩।୯: ଆଇପିଏଲ୍ ୨୦୨୭ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜାହିର ଖାନ୍ଙ୍କୁ ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ସେ ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ…
ସ୍ବତନ୍ତ୍ର ତକିଆ କିଣିଲେ ବୁମ୍ରା: ସବୁ ଗୁମର ଖୋଲିଦେଲେ ସ୍ତ୍ରୀ
ନୂଆଦିଲ୍ଲୀ,୨୩।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଜସପ୍ରୀତ ବୁମରା ଟିମ ଇଣ୍ଡିଆ ସହ ଜାପାନରେ ଅଛନ୍ତି। ସେଠାରେ ସେ ନିଜ ପାଇଁ ବାଛିଥିବା ତକିଆ ଯୋଗୁ ସେ…
ଟି-୨୦ ବୋଲିଂ ରାଙ୍କିଙ୍ଗ୍ରେ ହଟଚମଟ: ଦୁନିଆର ନମ୍ବର-୧ ବୋଲର ହେଲେ ପାକିସ୍ତାନର ଏହି ଖେଳାଳି, ଭାରତକୁ ଝଟ୍କା!
ନୂଆଦିଲ୍ଲୀ,୨୩।୯: ଆଇସିସି ପକ୍ଷରୁ ଟି-୨୦ ବୋଲରଙ୍କ ନୂଆ ରାଙ୍କିଙ୍ଗ୍ ଜାରି କରାଯାଇଛି। ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାକିସ୍ତାନର ସ୍ପିନର ଅବରାର ଅହମ୍ମଦ ୭୩୬ ରେଟିଂ…
ଆଇସିସି ଟି-୨୦ ରାଙ୍କିଙ୍ଗ୍ରେ ବଡ଼ ଅଦଳବଦଳ: ଜାଣନ୍ତୁ କେଉଁ ଖେଳାଳି କେତେ ସ୍ଥାନରେ…
ନୂଆଦିଲ୍ଲୀ,୨୩।୯: ଆଇସିସି ଟି-୨୦ ରାଙ୍କିଙ୍ଗ୍ରେ ପୁଣିଥରେ ବଡ଼ ଅଦଳବଦଳ ଦେଖିବାକୁ ମିଳିଛି। ନୂଆ ରାଙ୍କିଙ୍ଗ୍ରେ ଭାରତର ଇଶାନ କିଶନ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତେବେ ତାଙ୍କ…

