ହିତାଧିକାରୀଙ୍କ ଘରେ ପହଞ୍ଚିଲା ଆଗୁଆ ଭତ୍ତା ଟଙ୍କା

ସମ୍ବଲପୁର,୨୭।୩ (ବ୍ୟୁରୋ)-କରୋନା କଟକଣା ଓ ଦେଶ ଲକ୍‌ ଡାଉନ୍‌ ଘୋଷଣା ପରେ ସରକାର ଲୋକଙ୍କୁ ଆର୍ଥତ୍କ ସହାୟତା କରିବା ପାଇଁ ଯୋଜନା କରିଛନ୍ତି। ବିଭିନ୍ନ ଯୋଜନାରେ ପେନ୍‌ସନ୍‌ ପାଉଥିବା ହୀତଧିକାରୀଙ୍କୁ ୩ ମାସର ଆଗୁଆ ଭତ୍ତା ପ୍ରଦାନ କରାଯିବାକୁ ନେଇ ଘୋଷଣା କରଛନ୍ତି। ସମ୍ବଲପୁର ଜିଲାରେ ଏହା ଆରମ୍ଭ କରାଯାଇଛି। ଏହି ଯୋଜନାରେ ସମ୍ବଲପୁର ମହାନଗର ନିଗମର ବିଭିନ୍ନ ୱାର୍ଡରେ ୨୮ ହଜାର ୩ ଶହ ହିତାଧିକାରୀଙ୍କ ସହ ରେଢାଖୋଲ ଏନ୍‌ଏସି, କୁଚିଣ୍ଡା ଏନ୍‌ଏସି ସହ ୯ଟି ବ୍ଲକରେ ମୋଟ ୧ ଲକ୍ଷ ୨୧ ହଜାର ୭୨୧ ଜଣ ହୀତଧିକାରୀ ଉପକୃତ ହେବେ । ଶୁକ୍ରବାରଠାରୁ ମାନେଶ୍ୱର ବ୍ଲକ, ଯୁଯୁମୁରା ବ୍ଲକ, ରେଢାଖୋଲ ଏନ୍‌ଏସି, କୁଚିଣ୍ଡା ଏନ୍‌ଏସିରେ ଭତ୍ତା ବଣ୍ଟା ଆରମ୍ଭ ହୋଇଛି । ଶନିବାରଠାରୁ ଅନ୍ୟ ବ୍ଲକ ଗୁଡିକରେ ଟଙ୍କା ବଣ୍ଟନ କରାଯିବ । ଏ ନେଇ ଡିସିସିଓ ଜଗନ୍ନାଥ ମୋଡି କହିଛନ୍ତି ଯେ, ଭତ୍ତା ଟଙ୍କା ଦେବା ସମୟରେ କରୋନା କଟକଣା ପାଳନ କରଯାଉଛି । ବ୍ଲକ୍‌ସ୍ତରରେ ବିଡିଓମାନେ ଏହାର ତାଦାରଖ କରୁଛନ୍ତି । ପଞ୍ଚାୟତ ସ୍ତରରେ ଇଓ ମାନେ ଘରକୁ ଘର ଯାଇ ଭତ୍ତା ବଣ୍ଟନ କରୁଛନ୍ତି । ପ୍ରତି ହିତଧିକାରୀଙ୍କୁ ଏପ୍ରିଲଠାରୁ ଜୁଲାଇ ମାସ ପର୍ଯ୍ୟନ୍ତ ମୋଟ ୪ ମାସର ଭତ୍ତା ବଣ୍ଟନ କରାଯାଉଛି । ୫ ଶହ ଟଙ୍କା ପାଉଥିବା ହୀତଧିକାରୀ ୨ ହଜାର ଓ ୭ ଶହ ଟଙ୍କା ଭତ୍ତା ପାଉଥିବା ଅଧିକାରୀଙ୍କୁ ୨୮ ଶହ ଟଙ୍କା ପ୍ରଦାନ କରାଯାଉଛି । ମହାନଗର ନିଗମ ପକ୍ଷରୁ କେବେ ବଣ୍ଟନ କରାଯିବ ସେ ନେେଇ କମିଶନର ନିଷ୍ପତ୍ତି ନେବେ। ଭତ୍ତା ବଣ୍ଟନ କରୁଥିବା ଅଧିକାରୀମାନେ ସାନିଟାଇଜର ବ୍ୟବହାର ସହ ମାସ୍କ ପିନ୍ଧି ଭତ୍ତା ବଣ୍ଟନ କରୁଛନ୍ତି । ସମସ୍ତ କର୍ମଚାରୀମାନଙ୍କୁ ଏଥିପ୍ରତି ଦୃଷ୍ଟି ଦେବାକୁ ତାଲିମ ଦିଆଯିବା ସହ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି। ତେବେ ଟଙ୍କା ପାଇବା ପରେ ହୀତାଧିକାରୀ ଖୁସି ବ୍ୟକ୍ତ କରିଛନ୍ତି । ଏବେ ରୋଜଗାର ବନ୍ଦ ହୋଇଯାଇଛି। ଖାଇବା ପାଇଁ ଟଙ୍କା ନାହିଁ। ଏହି ସମୟରେ ଆଗୁଆ ଟଙ୍କା ମଳିବା ସେମାନଙ୍କୁ ସହାୟକ ହେବ । ଅନ୍ୟପଟେ ପିଡିଏସ୍‌ ଶିଘ୍ର ଚାଉଳ ଦେବାକୁ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri