ହାରିନାହାନ୍ତି ହୀରାମଣି

ବାରିପଦା ଅଫିସ, ୮।୩- ଜୀବନ ଯୁଦ୍ଧରେ ହାର୍‌ ନ ମାନି ସଂଘର୍ଷ କରି ହୀରାମଣି ଆଜି ଚର୍ଚ୍ଚାକୁ ଆସିଛନ୍ତି। ବିବାହ ପରେ ତାଙ୍କ ସ୍ବାମୀଙ୍କ ଅକ୍ଷମତା ଅବସ୍ଥା ଦେଖି ଦୀର୍ଘ ୨୦ ବର୍ଷ ତଳେ ମାତ୍ର ଅଳ୍ପ କିଛି ଟଙ୍କାରେ ସେ ପରିବା, ଦାନ୍ତକାଠି, ଶାଳପତ୍ର ଆଦି ଜିନିଷ ବିକିବା ବ୍ୟବସାୟ ଆରମ୍ଭ କରିଥିଲେ। ଲୋକଲଜ୍ଜାକୁ ଭୟ ନ କରି ସେ ଘରୁ ଗୋଡ କାଢି ବାରିପଦା ପରିବା ମାର୍କେଟରେ ବସି ବିକ୍ରିବଟା ଆରମ୍ଭ କରିଥିଲେ। କ୍ରମେ ସାହସ ଜୁଟାଇ ନିଜେ ଲୁନା ଚଳାଇ ସେଥିରେ ପରିବହନ କାର୍ଯ୍ୟ କରି ବ୍ୟବସାୟ ଚଳାଇ ଆସୁଛନ୍ତି। ଏବେ ଦିନକୁ ୭ରୁ ୮ଶହ ଟଙ୍କା ରୋଜଗାର କରି ସେ ନିଜକୁ ସ୍ବାବଲମ୍ବୀ କରି ପାରିଛନ୍ତି।
ହୀରାମଣିଙ୍କ ଘର ଶ୍ୟାମାଖୁଣ୍ଟା ବ୍ଳକ ଟିକରପଡ଼ା ଗ୍ରାମରେ । ସେ ପ୍ରତିଦିନ ଗ୍ରାମରୁ ସକାଳେ ଲୁନାରେ ଜନିଷ ଲଦି ୫ କି.ମି. ଦୂର ମାର୍କେଟକୁ ବାହାରି ପଡନ୍ତି। ଅପରାହ୍ନରେ ବଳକା ଜିନିଷ ନେଇ ଓସ୍ତିଆ ମାର୍କେଟକୁ ଯାଇ ବିକ୍ରି କରିଥାନ୍ତି। ଏହାପରେ ବାଲଡ଼ିଆ ମାର୍କେଟକୁ ଯାଇ ପରଦିନ ବିକ୍ରି କରିବା ସକାଶେ ପରିବା ଓ ଅନ୍ୟ ଜିନିଷ ସଂଗ୍ରହ କରିଥାନ୍ତି। ସନ୍ଧ୍ୟାରେ ଘରକୁ ଫେରି ଘର କଥା ବୁଝନ୍ତି। ହୀରାମଣି ପ୍ରଥମେ ଏଭଳି ବ୍ୟବସାୟ ନ କରିବ ସକାଶେ କେତେକ ପଡ଼ୋଶୀ ମନା କରିଥିଲେ। କିନ୍ତୁ ଦୃଢ଼ ଇଚ୍ଛାଶକ୍ତି ବଳରେ ଅଳ୍ପ କିିଛି ଟଙ୍କାରେ ସେ ବେପାର ଆରମ୍ଭ କରିଥିଲେ। ଆର୍ଥିକ ଅବସ୍ଥା ସୁଧୁରିବାରୁ ସେ ଲୁନା କିଣି ନିଜେ ଚଳାଇ ଏବେ ନିୟମିତ ମାର୍କେଟ ଯାଉଛନ୍ତି। ସ୍ବାମୀଙ୍କ ଦେହାନ୍ତ ପରେ ନିଜକୁ ଅସହାୟ ନ ଭାବି ମନୋବଳକୁ ଦୃଢ଼ କରି ନିଜ ସଂସାର ସାଇତିଛନ୍ତି। ଏହାମଧ୍ୟରେ ନିଜ ଝିଅକୁ ବିବାହ ଦେଇ ସାରିଛନ୍ତି। ପୁଅ ଆଇଟିଆଇ ପଢ଼ି ଘରେ ଅଛି। ସବୁଦିନ ଭଳି ସକାଳ ୬ଟାରୁ ସେ ଟିକରପଡ଼ାଠାରୁ ବାହାରି ପରିବା ମାର୍କେଟ ଯାଇ ପସରା ଖୋଲିଦିଅନ୍ତି। ଯିଏ ତାଙ୍କ ପାଖରୁ ଥରେ ଜିନିଷ କିଣିଛି ତାଙ୍କ ବ୍ୟବହାରରେ ଖୁସି ହୋଇ ତାଙ୍କର ସବୁଦିନିଆ ଗ୍ରାହକ ପାଲଟି ଯାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ ୨୯ରୁ ଶିମିଳିପାଳ ବନ୍ଦ: ଜାଣନ୍ତୁ କାହିଁକି

ବାରିପଦା,୨୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ନିମନ୍ତେ ଜୁନ ୨୯ରୁ ବନ୍ଦ ରହିବ । ଏନେଇ ଶିମିଳିପାଳ ବ୍ୟାଘ୍ର…

ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ବ୍ୟସ୍ତ ବିଧାୟକ: ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ , ଛାତ୍ରୀଛାତ୍ରଙ୍କ ଧାରଣା

ମୋରଡା,୨୨/୬(ସ୍ମାରକ ମାଜୀ): ଜୁନ କୋଡିଏ ତାରିଖରେ ମୟୂରଭଞ୍ଜ ଜିଲାରେ ଭାଜପା ସରକାର ୨ ବର୍ଷ ପୂର୍ତ୍ତି ପାଳନ କରି ସଫଳତାର ଗାଥା ଗାଉଥିବା ବେଳେ ମୋରଡା ନିର୍ବାଚନମଣ୍ଡଳୀ…

‘ମୟୂରଭଞ୍ଜ ଝିଅ ଆଜି ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ’

ବାରିପଦା,୨୦ା୬: ରାଜ୍ୟ ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ମୟୂରଭଞ୍ଜରେ ଆସି ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶାଶୁଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri