ହାରିନାହାନ୍ତି ହୀରାମଣି

ବାରିପଦା ଅଫିସ, ୮।୩- ଜୀବନ ଯୁଦ୍ଧରେ ହାର୍‌ ନ ମାନି ସଂଘର୍ଷ କରି ହୀରାମଣି ଆଜି ଚର୍ଚ୍ଚାକୁ ଆସିଛନ୍ତି। ବିବାହ ପରେ ତାଙ୍କ ସ୍ବାମୀଙ୍କ ଅକ୍ଷମତା ଅବସ୍ଥା ଦେଖି ଦୀର୍ଘ ୨୦ ବର୍ଷ ତଳେ ମାତ୍ର ଅଳ୍ପ କିଛି ଟଙ୍କାରେ ସେ ପରିବା, ଦାନ୍ତକାଠି, ଶାଳପତ୍ର ଆଦି ଜିନିଷ ବିକିବା ବ୍ୟବସାୟ ଆରମ୍ଭ କରିଥିଲେ। ଲୋକଲଜ୍ଜାକୁ ଭୟ ନ କରି ସେ ଘରୁ ଗୋଡ କାଢି ବାରିପଦା ପରିବା ମାର୍କେଟରେ ବସି ବିକ୍ରିବଟା ଆରମ୍ଭ କରିଥିଲେ। କ୍ରମେ ସାହସ ଜୁଟାଇ ନିଜେ ଲୁନା ଚଳାଇ ସେଥିରେ ପରିବହନ କାର୍ଯ୍ୟ କରି ବ୍ୟବସାୟ ଚଳାଇ ଆସୁଛନ୍ତି। ଏବେ ଦିନକୁ ୭ରୁ ୮ଶହ ଟଙ୍କା ରୋଜଗାର କରି ସେ ନିଜକୁ ସ୍ବାବଲମ୍ବୀ କରି ପାରିଛନ୍ତି।
ହୀରାମଣିଙ୍କ ଘର ଶ୍ୟାମାଖୁଣ୍ଟା ବ୍ଳକ ଟିକରପଡ଼ା ଗ୍ରାମରେ । ସେ ପ୍ରତିଦିନ ଗ୍ରାମରୁ ସକାଳେ ଲୁନାରେ ଜନିଷ ଲଦି ୫ କି.ମି. ଦୂର ମାର୍କେଟକୁ ବାହାରି ପଡନ୍ତି। ଅପରାହ୍ନରେ ବଳକା ଜିନିଷ ନେଇ ଓସ୍ତିଆ ମାର୍କେଟକୁ ଯାଇ ବିକ୍ରି କରିଥାନ୍ତି। ଏହାପରେ ବାଲଡ଼ିଆ ମାର୍କେଟକୁ ଯାଇ ପରଦିନ ବିକ୍ରି କରିବା ସକାଶେ ପରିବା ଓ ଅନ୍ୟ ଜିନିଷ ସଂଗ୍ରହ କରିଥାନ୍ତି। ସନ୍ଧ୍ୟାରେ ଘରକୁ ଫେରି ଘର କଥା ବୁଝନ୍ତି। ହୀରାମଣି ପ୍ରଥମେ ଏଭଳି ବ୍ୟବସାୟ ନ କରିବ ସକାଶେ କେତେକ ପଡ଼ୋଶୀ ମନା କରିଥିଲେ। କିନ୍ତୁ ଦୃଢ଼ ଇଚ୍ଛାଶକ୍ତି ବଳରେ ଅଳ୍ପ କିିଛି ଟଙ୍କାରେ ସେ ବେପାର ଆରମ୍ଭ କରିଥିଲେ। ଆର୍ଥିକ ଅବସ୍ଥା ସୁଧୁରିବାରୁ ସେ ଲୁନା କିଣି ନିଜେ ଚଳାଇ ଏବେ ନିୟମିତ ମାର୍କେଟ ଯାଉଛନ୍ତି। ସ୍ବାମୀଙ୍କ ଦେହାନ୍ତ ପରେ ନିଜକୁ ଅସହାୟ ନ ଭାବି ମନୋବଳକୁ ଦୃଢ଼ କରି ନିଜ ସଂସାର ସାଇତିଛନ୍ତି। ଏହାମଧ୍ୟରେ ନିଜ ଝିଅକୁ ବିବାହ ଦେଇ ସାରିଛନ୍ତି। ପୁଅ ଆଇଟିଆଇ ପଢ଼ି ଘରେ ଅଛି। ସବୁଦିନ ଭଳି ସକାଳ ୬ଟାରୁ ସେ ଟିକରପଡ଼ାଠାରୁ ବାହାରି ପରିବା ମାର୍କେଟ ଯାଇ ପସରା ଖୋଲିଦିଅନ୍ତି। ଯିଏ ତାଙ୍କ ପାଖରୁ ଥରେ ଜିନିଷ କିଣିଛି ତାଙ୍କ ବ୍ୟବହାରରେ ଖୁସି ହୋଇ ତାଙ୍କର ସବୁଦିନିଆ ଗ୍ରାହକ ପାଲଟି ଯାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri