ହାତୀକୁ ବୁଝିପାରୁନି ମଣିଷ: ସାଥୀ ସହ ଶତ୍ରୁତା

ଅନୁଗୋଳ ସହର, ୧୬ା୨ – କୃତିର ପ୍ରକୃତିକୁ ଆଉ ବୁଝିପାରୁନି ମଣିଷ। ସବୁଠୁ ବୁଦ୍ଧିଆ, ବିବେକୀ ବୋଲାଉଥିବା ସତ୍ତ୍ୱେ ସୃଷ୍ଟିର ସୁରକ୍ଷା ନ କରି ସ୍ବାର୍ଥକୁ ସାରଥି କରିବା ତାକୁ ଧୀରେ ଧୀରେ ପ୍ରକୃତିଛଡ଼ା କରିଦେଉଛି। ସୃଷ୍ଟିର ପ୍ରତିଟି ଶୃଙ୍ଖଳ ଭାଙ୍ଗି ମଣିଷ ଯେପରି ଜଳ, ସ୍ଥଳ ଓ ମହାକାଶ ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରିବାକୁ ଅହେତୁକ ଆଗ୍ରହ ଦେଖାଉଛି ତାହାଦ୍ୱାରା ଅନେକ ଜୀବଜଗତର ସାମାଜିକ ସନ୍ତୁଳନ ବିଗିଡ଼ିବାରେ ଲାଗିଛି। ବିଶେଷକରି ବିକାଶର ଦ୍ୱାହି ଦେଇ ଜଙ୍ଗଲ ସମ୍ପଦ ଉପରେ କ୍ରମାଗତ ନୀରବ ଆକ୍ରମଣ ଜାରି ରହିଥିବାରୁ ସୃଷ୍ଟିର ଅନ୍ୟ ସାଥୀଙ୍କ ଜୀବନ ବିପଦାପନ୍ନ ହୋଇପଡ଼ୁଛି। ଫଳରେ ମଣିଷ ସେମାନଙ୍କ ଶତ୍ରୁ ସାଜି ସାରିଛି।


ମଣିଷର ଏପରି ଅବିବେକୀ ଆଚରଣରେ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛି ସ୍ଥଳଭାଗର ସବୁଠୁ ବଳଶାଳୀ ଜୀବ ହାତୀ। ବନ ବିଭାଗର ସୂଚନା ଅନୁଯାୟୀ ଓଡ଼ିଶାର କେବଳ ଅନୁଗୋଳ ବନ ମଣ୍ଡଳରେ ଗତ ୫ ବର୍ଷ ମଧ୍ୟରେ ୧୬୨ ହାତୀଙ୍କ ମୃତ୍ୟୁ ମାନବିକ କାରଣ ଯୋଗୁ ହୋଇଛି। ଏହା ଯେତିକି ଚିନ୍ତାଜନକ ତାହାଠାରୁ ଅଧିକ ଉଦ୍‌ବେଗଜନକ ହେଲା ଏହି ସମୟ ମଧ୍ୟରେ ହାତୀ ଆକ୍ରମଣରେ ୧୩୮ ସଂଖ୍ୟକ ମଣିଷଙ୍କ ଜୀବନ ଯାଇଛି। କେବଳ ହାତୀ-ମଣିଷ ଯେ ମୁହଁାମୁହିଁ କ୍ଷେତ୍ରକୁ ଓହ୍ଲାଇଛନ୍ତି ତାହା ନୁହେଁ, ଭାଲୁ ଆକ୍ରମଣରେ ମଣିଷ ଆହତ କିମ୍ବା ମୃତ ହେବା ଏବେ ଆଉ ଏକ ନିତିଦିନିଆ ଘଟଣା ହୋଇଗଲାଣି। ସେହିପରି ହେଟା, ବାର୍‌ହା ମଧ୍ୟ ଜଙ୍ଗଲ ଛାଡ଼ି ଗଁ। ରେ ପଶି ଆତଙ୍କ ଖେଳାଉଥିବା ଅନେକ ସମୟରେ ଦେଖିବାକୁ ମିଳୁଛି। ଅନୁଗୋଳ ବନଖଣ୍ଡ, ଆଠମଲ୍ଲିକ, ଆଠଗଡ଼, କଟକ, ଢେଙ୍କାନାଳ, ସାତକୋଶିଆ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡକୁ ନେଇ ଗଠିତ ଅନୁଗୋଳ ବନମଣ୍ଡଳରେ ୨୦୧୭ ଗଣନା ଅନୁଯାୟୀ ସମୁଦାୟ ୬୬୫ ହାତୀ ରହିଛନ୍ତି। ସେଥିରୁ ଅନୁଗୋଳ ବନଖଣ୍ଡରେ ୪୫, ଆଠମଲ୍ଲିକରେ ୫୯, ଢେଙ୍କାନାଳରେ ୧୬୯, ଆଠଗଡ଼ରେ ୧୧୫, କଟକରେ ୩୭, ସାତକୋଶିଆରେ ୧୪୭ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ୯୩ ହାତୀ ଥିବା ରିପୋର୍ଟରେ କୁହାଯାଇଛି। କିନ୍ତୁ ସମସ୍ୟା ହେଲା ଏତେ ସଂଖ୍ୟକ ହାତୀଙ୍କ ସହ ଅନ୍ୟ ଜୀବଜନ୍ତୁଙ୍କ ପାଇଁ ଅନୁଗୋଳ ବନମଣ୍ଡଳ ଆଉ ସୁରକ୍ଷିତ ନୁହେଁ। କାରଣ ଜଙ୍ଗଲ ମଧ୍ୟରେ ମଣିଷର ଅନଧିକାର ପ୍ରବେଶ, ଶିଳ୍ପସ୍ଥାପନ, ଖଣି ଖନନ, ରାସ୍ତା, କେନାଲ, ରେଳପଥ ବିଛାଯିବା ଦ୍ୱାରା ବନ୍ୟଜନ୍ତୁଙ୍କ ପ୍ରାକୃତିକ ଆବାସସ୍ଥଳୀ ନଷ୍ଟ ହେଉଛି। ହାତୀ ଚଲାପଥ (କରିଡର) ହ୍ରାସପାଇ ଚାଲିଛି। ଫଳରେ ହାତୀଙ୍କ ଯାତାୟାତ ରାସ୍ତା ପରିବର୍ତ୍ତନ ହେଉଛି। ଏଥିଯୋଗୁ ଖାଦ୍ୟ ଅନ୍ବେଷଣରେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯିବା ବେଳେ ଏହି ବିଶାଳ ଜୀବର ମୁହଁ।ମୁହିଁ ମଣିଷ ସହ ହେଉଛି। ଏହାଦ୍ୱାରା ମଣିଷର ବହୁମୂଲ୍ୟ ଜୀବନ ଯାଉଥିବା ବେଳେ ହାତୀମାନେ ମଧ୍ୟ ମୃତ୍ୟୁର ସମ୍ମୁଖୀନ ହେଉଛନ୍ତି। କେତେବେଳେ ବିଦ୍ୟୁତ୍‌ ଫାଶ ତ କେବେ ଟ୍ରେନ୍‌, ଟ୍ରକ୍‌ ଧକ୍କାରେ ହାତୀର ଜୀବନହାନି ଘଟୁଛି। ଦାନ୍ତ ପାଇଁ ଶିକାରକୁ ରୋକାଯାଇ ପାରୁ ନ ଥିବା ବେଳେ ବିଲ ମାଳରେ ଥିବା ଅବ୍ୟବହୃତ ଖୋଲା କୂପ ମଧ୍ୟ ମୃତ୍ୟୁର ବାହକ ସାଜୁଛି। ଏସବୁ କାରଣରୁ ଅନୁଗୋଳ ବନଖଣ୍ଡରେ ଗତ ୫ ବର୍ଷରେ ୧୩ଟି ହାତୀ ମରିଛନ୍ତି। ହାତୀ ଆକ୍ରମଣରେ ୩୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଆଠମଲ୍ଲିକ ବନଖଣ୍ଡରେ ୬ଟି ହାତୀ ଓ ୪ ମଣିଷଙ୍କ ମୃତ୍ୟୁ ହୋଇଛି। ଆଠଗଡ଼ ବନଖଣ୍ଡରେ ୪୩ ହାତୀ ଓ ୧୧ ମଣିଷ, କଟକ ବନଖଣ୍ଡରେ ୯ ହାତୀ ଓ ୨ ମଣିଷ, ଢେଙ୍କାନାଳ ବନଖଣ୍ଡରେ ୬୯ଟି ହାତୀ ଓ ୮୬ ମଣିଷ, ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ୧୯ ହାତୀ ଓ ୩ ମଣିଷ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ୩ ହାତୀଙ୍କ ମୃତ୍ୟୁ ହୋଇଛି। ତେବେ ଢେଙ୍କାନାଳ ବନଖଣ୍ଡରେ ସର୍ବାଧିକ ହାତୀ ଓ ମଣିଷଙ୍କ ଜୀବନ ଯିବା ବନ୍ୟପ୍ରାଣୀପ୍ରେମୀ ଓ ପରିବେଶବିତ୍‌ଙ୍କୁ ଚିନ୍ତାରେ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri