ହାତୀକୁ ବୁଝିପାରୁନି ମଣିଷ: ସାଥୀ ସହ ଶତ୍ରୁତା

ଅନୁଗୋଳ ସହର, ୧୬ା୨ – କୃତିର ପ୍ରକୃତିକୁ ଆଉ ବୁଝିପାରୁନି ମଣିଷ। ସବୁଠୁ ବୁଦ୍ଧିଆ, ବିବେକୀ ବୋଲାଉଥିବା ସତ୍ତ୍ୱେ ସୃଷ୍ଟିର ସୁରକ୍ଷା ନ କରି ସ୍ବାର୍ଥକୁ ସାରଥି କରିବା ତାକୁ ଧୀରେ ଧୀରେ ପ୍ରକୃତିଛଡ଼ା କରିଦେଉଛି। ସୃଷ୍ଟିର ପ୍ରତିଟି ଶୃଙ୍ଖଳ ଭାଙ୍ଗି ମଣିଷ ଯେପରି ଜଳ, ସ୍ଥଳ ଓ ମହାକାଶ ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରିବାକୁ ଅହେତୁକ ଆଗ୍ରହ ଦେଖାଉଛି ତାହାଦ୍ୱାରା ଅନେକ ଜୀବଜଗତର ସାମାଜିକ ସନ୍ତୁଳନ ବିଗିଡ଼ିବାରେ ଲାଗିଛି। ବିଶେଷକରି ବିକାଶର ଦ୍ୱାହି ଦେଇ ଜଙ୍ଗଲ ସମ୍ପଦ ଉପରେ କ୍ରମାଗତ ନୀରବ ଆକ୍ରମଣ ଜାରି ରହିଥିବାରୁ ସୃଷ୍ଟିର ଅନ୍ୟ ସାଥୀଙ୍କ ଜୀବନ ବିପଦାପନ୍ନ ହୋଇପଡ଼ୁଛି। ଫଳରେ ମଣିଷ ସେମାନଙ୍କ ଶତ୍ରୁ ସାଜି ସାରିଛି।


ମଣିଷର ଏପରି ଅବିବେକୀ ଆଚରଣରେ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛି ସ୍ଥଳଭାଗର ସବୁଠୁ ବଳଶାଳୀ ଜୀବ ହାତୀ। ବନ ବିଭାଗର ସୂଚନା ଅନୁଯାୟୀ ଓଡ଼ିଶାର କେବଳ ଅନୁଗୋଳ ବନ ମଣ୍ଡଳରେ ଗତ ୫ ବର୍ଷ ମଧ୍ୟରେ ୧୬୨ ହାତୀଙ୍କ ମୃତ୍ୟୁ ମାନବିକ କାରଣ ଯୋଗୁ ହୋଇଛି। ଏହା ଯେତିକି ଚିନ୍ତାଜନକ ତାହାଠାରୁ ଅଧିକ ଉଦ୍‌ବେଗଜନକ ହେଲା ଏହି ସମୟ ମଧ୍ୟରେ ହାତୀ ଆକ୍ରମଣରେ ୧୩୮ ସଂଖ୍ୟକ ମଣିଷଙ୍କ ଜୀବନ ଯାଇଛି। କେବଳ ହାତୀ-ମଣିଷ ଯେ ମୁହଁାମୁହିଁ କ୍ଷେତ୍ରକୁ ଓହ୍ଲାଇଛନ୍ତି ତାହା ନୁହେଁ, ଭାଲୁ ଆକ୍ରମଣରେ ମଣିଷ ଆହତ କିମ୍ବା ମୃତ ହେବା ଏବେ ଆଉ ଏକ ନିତିଦିନିଆ ଘଟଣା ହୋଇଗଲାଣି। ସେହିପରି ହେଟା, ବାର୍‌ହା ମଧ୍ୟ ଜଙ୍ଗଲ ଛାଡ଼ି ଗଁ। ରେ ପଶି ଆତଙ୍କ ଖେଳାଉଥିବା ଅନେକ ସମୟରେ ଦେଖିବାକୁ ମିଳୁଛି। ଅନୁଗୋଳ ବନଖଣ୍ଡ, ଆଠମଲ୍ଲିକ, ଆଠଗଡ଼, କଟକ, ଢେଙ୍କାନାଳ, ସାତକୋଶିଆ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡକୁ ନେଇ ଗଠିତ ଅନୁଗୋଳ ବନମଣ୍ଡଳରେ ୨୦୧୭ ଗଣନା ଅନୁଯାୟୀ ସମୁଦାୟ ୬୬୫ ହାତୀ ରହିଛନ୍ତି। ସେଥିରୁ ଅନୁଗୋଳ ବନଖଣ୍ଡରେ ୪୫, ଆଠମଲ୍ଲିକରେ ୫୯, ଢେଙ୍କାନାଳରେ ୧୬୯, ଆଠଗଡ଼ରେ ୧୧୫, କଟକରେ ୩୭, ସାତକୋଶିଆରେ ୧୪୭ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ୯୩ ହାତୀ ଥିବା ରିପୋର୍ଟରେ କୁହାଯାଇଛି। କିନ୍ତୁ ସମସ୍ୟା ହେଲା ଏତେ ସଂଖ୍ୟକ ହାତୀଙ୍କ ସହ ଅନ୍ୟ ଜୀବଜନ୍ତୁଙ୍କ ପାଇଁ ଅନୁଗୋଳ ବନମଣ୍ଡଳ ଆଉ ସୁରକ୍ଷିତ ନୁହେଁ। କାରଣ ଜଙ୍ଗଲ ମଧ୍ୟରେ ମଣିଷର ଅନଧିକାର ପ୍ରବେଶ, ଶିଳ୍ପସ୍ଥାପନ, ଖଣି ଖନନ, ରାସ୍ତା, କେନାଲ, ରେଳପଥ ବିଛାଯିବା ଦ୍ୱାରା ବନ୍ୟଜନ୍ତୁଙ୍କ ପ୍ରାକୃତିକ ଆବାସସ୍ଥଳୀ ନଷ୍ଟ ହେଉଛି। ହାତୀ ଚଲାପଥ (କରିଡର) ହ୍ରାସପାଇ ଚାଲିଛି। ଫଳରେ ହାତୀଙ୍କ ଯାତାୟାତ ରାସ୍ତା ପରିବର୍ତ୍ତନ ହେଉଛି। ଏଥିଯୋଗୁ ଖାଦ୍ୟ ଅନ୍ବେଷଣରେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯିବା ବେଳେ ଏହି ବିଶାଳ ଜୀବର ମୁହଁ।ମୁହିଁ ମଣିଷ ସହ ହେଉଛି। ଏହାଦ୍ୱାରା ମଣିଷର ବହୁମୂଲ୍ୟ ଜୀବନ ଯାଉଥିବା ବେଳେ ହାତୀମାନେ ମଧ୍ୟ ମୃତ୍ୟୁର ସମ୍ମୁଖୀନ ହେଉଛନ୍ତି। କେତେବେଳେ ବିଦ୍ୟୁତ୍‌ ଫାଶ ତ କେବେ ଟ୍ରେନ୍‌, ଟ୍ରକ୍‌ ଧକ୍କାରେ ହାତୀର ଜୀବନହାନି ଘଟୁଛି। ଦାନ୍ତ ପାଇଁ ଶିକାରକୁ ରୋକାଯାଇ ପାରୁ ନ ଥିବା ବେଳେ ବିଲ ମାଳରେ ଥିବା ଅବ୍ୟବହୃତ ଖୋଲା କୂପ ମଧ୍ୟ ମୃତ୍ୟୁର ବାହକ ସାଜୁଛି। ଏସବୁ କାରଣରୁ ଅନୁଗୋଳ ବନଖଣ୍ଡରେ ଗତ ୫ ବର୍ଷରେ ୧୩ଟି ହାତୀ ମରିଛନ୍ତି। ହାତୀ ଆକ୍ରମଣରେ ୩୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଆଠମଲ୍ଲିକ ବନଖଣ୍ଡରେ ୬ଟି ହାତୀ ଓ ୪ ମଣିଷଙ୍କ ମୃତ୍ୟୁ ହୋଇଛି। ଆଠଗଡ଼ ବନଖଣ୍ଡରେ ୪୩ ହାତୀ ଓ ୧୧ ମଣିଷ, କଟକ ବନଖଣ୍ଡରେ ୯ ହାତୀ ଓ ୨ ମଣିଷ, ଢେଙ୍କାନାଳ ବନଖଣ୍ଡରେ ୬୯ଟି ହାତୀ ଓ ୮୬ ମଣିଷ, ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ୧୯ ହାତୀ ଓ ୩ ମଣିଷ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ୩ ହାତୀଙ୍କ ମୃତ୍ୟୁ ହୋଇଛି। ତେବେ ଢେଙ୍କାନାଳ ବନଖଣ୍ଡରେ ସର୍ବାଧିକ ହାତୀ ଓ ମଣିଷଙ୍କ ଜୀବନ ଯିବା ବନ୍ୟପ୍ରାଣୀପ୍ରେମୀ ଓ ପରିବେଶବିତ୍‌ଙ୍କୁ ଚିନ୍ତାରେ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri