ନୋଡାଲ ସେଣ୍ଟରରେ ପହଞ୍ଚିଲା ପ୍ରଶ୍ନପତ୍ର

ଅନୁଗୋଳ ଅଫିସ୍‌, ୧୬।୨ – ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ। ଅନୁଗୋଳ ଜିଲାରେ ଏହି ପରୀକ୍ଷାର ସୁପରିଚାଳନା ପାଇଁ ଶନିବାର ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ପରୀକ୍ଷା ତଥା ମୂଲ୍ୟାୟନ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ କରାଯାଇଛି। ଓଏମ୍‌ଆର୍‌ ବଦଳରେ ଅବଜେକ୍‌ଟିଭ୍‌ ବୁକ୍‌ଲେଟ୍‌ର ବ୍ୟବସ୍ଥା କରାଯାଇଛି। ଜିଲା ଶିକ୍ଷା ଅଧିକାରୀ କଳ୍ପନା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ବିଜ୍ଞାନ ପର୍ଯ୍ୟବେକ୍ଷକ କେଦାର ବେହେରା, ଅନୁଗୋଳ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ମଧୁସ୍ମିତା ନନ୍ଦ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିଳ୍ପୀ ଦେଙ୍କ ସହ ୮୫ଟି ବିଦ୍ୟାଳୟରେ ହୋଇଥିବା ସେଣ୍ଟରର ସୁପରିଣ୍ଟେଣ୍ଡେଣ୍ଟମାନେ ଉପସ୍ଥିତ ଥିଲେ।
ମାଟ୍ରିକ୍‌ ପରୀକ୍ଷା ପାଇଁ ନୋଡାଲ ସେଣ୍ଟରଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚିବା ପରେ କଡ଼ା ସୁରକ୍ଷା ମଧ୍ୟରେ ତାହାକୁ ରଖାଯାଇଛି। ସେଣ୍ଟର ବାହାରେ ପୋଲିସ ମୁତୟନ କରାଯାଇଛି। ବୋର୍ଡ ନିର୍ଦ୍ଦେଶ ଅନୁଯାୟୀ ୧୬ଟି ଡେସ୍‌ପାଚ୍‌ ଟିମ୍‌ ଦ୍ୱାରା ପରୀକ୍ଷା ଦିନ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ଜିଲାରେ ୮ଟି ବ୍ଲକରେ ୮ଟି ନୋଡାଲ କେନ୍ଦ୍ର କରାଯାଇଛି। ଅନ୍ୟପକ୍ଷରେ ପରୀକ୍ଷାକୁ କିପରି ସୁପରିଚାଳନା କରାଯିବ ସେ ନେଇ ଶନିବାର ବୈଠକରେ ଆଲୋଚନା କରାଯାଇଥିଲା। ପରୀକ୍ଷା ଆରମ୍ଭଠାରୁ ମୂଲ୍ୟାୟନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ବିବରଣୀ ସମ୍ପର୍କରେ ଜିଲାରେ ହୋଇଥିବା ପରୀକ୍ଷା କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟମାନଙ୍କୁ ଅବଗତ କରାଯାଇଥିଲା। ଏପରି କି ପରୀକ୍ଷା କେନ୍ଦ୍ରଗୁଡ଼ିକର ସୁରକ୍ଷା, ଦିବ୍ୟାଙ୍ଗମାନଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା, ପାନୀୟ ଜଳ, ବାଳିକା, ବାଳକମାନଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା, ଫାଷ୍ଟଏଡ, ଉତ୍ତମ ଆଲୋକ ବ୍ୟବସ୍ଥା ତଥା ପିଲାମାନଙ୍କ ପରୀକ୍ଷା ପାଇଁ ସମସ୍ତ ଅନୁକୂଳ ବାତାବରଣ ପ୍ରତି ଯତ୍ନବାନ ହେବାକୁ ଜିଲା ଶିକ୍ଷା ଅଧିକାରୀ ବେହେରା ସୁପରିଣ୍ଟେଣ୍ଡେଣ୍ଟମାନଙ୍କୁ ଅବଗତ କରିଥିଲେ। ପରୀକ୍ଷା ସୁପରିଚାଳନା ସମୟରେ ପ୍ରଶ୍ନପତ୍ର ଖୋଲିବା ସମୟରୁ ପରୀକ୍ଷା ଶେଷ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହ ପ୍ରଶ୍ନପତ୍ର ଗ୍ରହଣ କରିବା ତଥା ଉତ୍ତର ବୁକ୍‌ଲେଟ୍‌ ପ୍ୟାକିଂ କରି ଡେସ୍‌ପାଚ ଟିମ୍‌ଙ୍କୁ ଠିକ୍‌ ସମୟରେ ପ୍ରଦାନ କରିବା ପ୍ରତି ଅଧିକ ଦୃଷ୍ଟି ଦେବାକୁ କୁହାଯାଇଥିଲା। ସ୍ଥାନୀୟ ଲୋକମାନଙ୍କ ଚାପ ପଡ଼ିଲେ ବି କପିକୁ ଆଦୌ ପ୍ରଶୟ ନ ଦେବାକୁ ଜିଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲା ଶିକ୍ଷା ଅଧିକାରୀ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ଯେ, ଜିଲାରେ ମୋଟ ୮୫ଟି ପରୀକ୍ଷା କେନ୍ଦ୍ରରେ ୧୭ ହଜାର ୪୯୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୧୬,୩୩୨ ଜଣ ରେଗୁଲାର, ୨୮୯ ଜଣ ଏକ୍ସରେଗୁଲାର, ୨୫୪ (ସିସି), ୬୧୧ ଏସ୍‌ସିଏସ୍‌ଟି ଓ ୬ ଜଣ ମଧ୍ୟମାରେ ପରୀକ୍ଷା ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri