ହାଇକୋର୍ଟଙ୍କ ଉପରେ ବଢୁଛି ମାମଲା ବୋଝ

କଟକ ଅଫିସ,୧୫।୬: ଓଡ଼ିଶା ହାଇକୋର୍ଟ ଉପରେ ଦିନକୁ ଦିନ ମାମଲା ବୋଝ ବଢ଼ିବାରେ ଲାଗିଛି। ଯେଉଁ ପରିମାଣରେ ମାମଲା ରୁଜୁ ହେଉଛି, ସେହି ପରିମାଣରେ ଫଇସଲା ହୋଇପାରୁ ନାହିଁ। କେତେକ ମାମଲା ବହୁ ବର୍ଷ ହେଲା ଗଡୁଛି। ଲକ୍‌ଡାଉନ୍‌ ଘୋଷଣା ପରେ ଏହି ସଂଖ୍ୟା କ୍ରମାଗତ ଭାବେ ଅଧିକ ହେବାରେ ଲାଗିଛି। ବୋଝ କମାଇବା ପାଇଁ ଲକ୍‌ଡାଉନ୍‌ ସମୟରେ ଭିଡିଓ କନଫରେନ୍ସ ବା ଭର୍ଚୁଆଲ୍‌ କୋର୍ଟ କାର୍ଯ୍ୟ କରୁଛି। ତଥାପି ଏହା ଯଥେଷ୍ଟ ହେଉନାହିଁ। ବିଚାର ପ୍ରକ୍ରିୟାକୁ ଜରୁରୀ ସେବା ଭିତରେ ସରକାର ରଖି ନ ଥିବା ଯୋଗୁ ଶୁଣାଣିରେ ଏହାର ପ୍ରଭାବ ପଡୁଛି। ସାଧାରଣ ଲୋକେ ନ୍ୟାୟ ପାଇବାରୁ ଯେପରି ବଞ୍ଚତ୍ତ ନ ହେବେ, ସେଥିଲାଗି ବର୍ତ୍ତମାନ ଗ୍ରୀଷ୍ମ ଅବକାଶକୁ ବାତିଲ କରିଦିଆଯାଇଛି। ଛୁଟିରେ କୋର୍ଟ କାର୍ଯ୍ୟ ଚାଲିଛି। ଅପରପକ୍ଷେ ହାଇକୋର୍ଟରେ ମୋଟ ୨୭ଟି ବିଚାରପତି ପଦବୀ ଥିବାବେଳେ ବର୍ତ୍ତମାନ ୧୬ ଜଣ ବିଚାରପତି କାର୍ଯ୍ୟ କରୁଛନ୍ତି। ସେଥିରୁ ଦୁଇଜଣ ବିଚାରପତି ଏପ୍ରିଲ୍‌ ୨୭ରେ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍‌ ଏବଂ ଜୁନ୍‌ ୧୧ରେ ଜଷ୍ଟିସ ସାବିତ୍ରୀ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତି।
ସରକାରୀ ଇ-କୋର୍ଟ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ହାଇକୋର୍ଟରେ ୧ ଲକ୍ଷ ୫୯ ହଜାର ୭୩୮ ମାମଲା ବିଚାରାଧୀନ ରହିଛି। ଏଥିରେ ୪୨ ହଜାର ୯୦୯ ଦେୱାନୀ ମାମଲା ଥିବାବେଳେ ୪୭ ହଜାର ୮୭ଟି ଫୌଜଦାରି ମାମଲା ରହିଛି। ସର୍ବାଧିକ ୬୯ ହଜାର ୭୪୨ଟି ରିଟ୍‌ ପିଟିଶନ୍‌ ପଡ଼ି ରହିଛି। ଚିନ୍ତାର ବିଷୟ ହେଲା, ସମୁଦାୟ ମାମଲା ମଧ୍ୟରୁ ୧ ଲକ୍ଷ ୨୭ ହଜାର ୩୧୫ଟି ମାମଲାର ବିଚାର ଏକ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ସମୟ ହେଲା ଜାରି ରହିଛି। ସେଥିରେ ୩୫ ହଜାର ୩୭୪ଟି ଦେୱାନୀ ମାମଲା ରହିଥିବା ବେଳେ ୩୩ ହଜାର ୩୦୨ଟି ଫୌଜଦାରି ଏବଂ ୫୮ ହଜାର ୬୩୯ଟି ରିଟ୍‌ ପିଟିଶନ୍‌ ରହିଛି। ଗତ ଏକ ବର୍ଷ ଭିତରେ ବିଚାରାଧୀନ ମାମଲା ମଧ୍ୟ ବଢ଼ିଛି। ଶୂନରୁ ଏକ ବର୍ଷ ଭିତରେ ୪୦ ହଜାର ୧୭୬ଟି ମାମଲା ବିଚାରାଧୀନ ରହିଛି, ଯାହା ମୋଟ ମାମଲାର ୨୫.୧୫ ପ୍ରତିଶତ। ସେହିଭଳି ୧ରୁ ୩ ବର୍ଷ ଭିତରେ ୨୭ ହଜାର ୧୨୫, ୩ରୁ ୫ବର୍ଷ ଭିତରେ ୨୪ ହଜାର ୨୩୫, ୫ରୁ ୧୦ ବର୍ଷ ଭିତରେ ୩୯ ହଜାର ୮୭୦, ୧୦ରୁ ୨୦ ବର୍ଷ ଭିତରେ ୨୩ ହଜାର ୯୧୦ ଏବଂ ୨୦ରୁ ୩୦ ବର୍ଷ ଭିତରେ ୩୭୩୧ଟି ମାମଲା ବର୍ତ୍ତମାନ ବିଚାରାଧୀନ ରହିଛି। ତେବେ ୬୯୧ଟି ମାମଲା ଏମିତି ମଧ୍ୟ ରହିଛି, ଯାହାର ଶୁଣାଣି ୩୦ରୁ ଅଧିକ ବର୍ଷ ଚାଲିଛି। ଏଥିରେ କେବଳ ଦେୱାନୀ ମାମଲା ରହିଛି ୬୭୩। ସେହିଭଳି ୮ଟି ଫୌଜଦାରି ଏବଂ ୧୦ଟି ରିଟ୍‌ ପିଟିଶନ୍‌ ରହିଛି। ମୋଟ ମାମଲା ମଧ୍ୟରୁ ମହିଳାଙ୍କ ଦ୍ୱାରା ଦାଖଲ ହୋଇଥିବା ୯ ହଜାର ୧୨୭ଟି ମାମଲାର ବିଚାର ମଧ୍ୟ ସରିନାହିଁ। ଏଥିରେ ୩୮୪୮ଟି ଦେୱାନୀ ଓ ୧୪୮୩ଟି ଫୌଜଦାରି ମାମଲା ରହିଛି।

ଶୁଣାଣିକୁ ପ୍ରଭାବିତ କରିଛି ଲକ୍‌ଡାଉନ୍‌

ଲକ୍‌ଡାଉନ୍‌ ପୂର୍ବ ଓ ପର ସ୍ଥିତିକୁ ଦେଖିଲେ, ବିଚାର ପ୍ରକ୍ରିୟା କିଭଳି ପ୍ରଭାବିତ ହୋଇଛି, ତାହା ସାମ୍ନାକୁ ଆସୁଛି। ଓଡ଼ିଶାରେ ମାର୍ଚ୍ଚ ୨୨ରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ଏହି ସମୟରେ ହାଇକୋର୍ଟରେ ଏକ ଲକ୍ଷ ୫୬ ହଜାର ୩୫୬ଟି ମାମଲା ବିଚାରାଧୀନ ଥିଲା। ମେ’ ୧୧ ବେଳକୁ ଏହି ସଂଖ୍ୟା ବୃଦ୍ଧି ପାଇ ଏକ ଲକ୍ଷ ୫୮ ହଜାର ୫୨୨ରେ ପହଞ୍ଚତ୍ଲା। ଜୁନ୍‌ ୧୧ରେ ସଂଖ୍ୟା ଆହୁରି ବଢ଼ି ଏକ ଲକ୍ଷ ୫୯ ହଜାର ୬୩୪ ହୋଇଛି। ଲକ୍‌ଡାଉନ୍‌ ସମୟରେ ମାମଲା ବୋଝ କମାଇବା ପାଇଁ ଭିଡିଓ କନଫରେନ୍ସ ଜରିଆରେ ଶୁଣାଣି କରାଯାଇଥିଲା। ଏଥିସହ ସପ୍ତାହର ୫ଟି କାର୍ଯ୍ୟ ଦିବସରେ ପ୍ରତିଦିନ ୫ଟି ସିଙ୍ଗଲ୍‌ ବେଞ୍ଚ, ମଙ୍ଗଳବାର ଓ ଗୁରୁବାର ଗୋଟିଏ ଡିଭିଜନ୍‌ ବେଞ୍ଚ ସହ ସିଙ୍ଗଲ୍‌ ବେଞ୍ଚ ବସି ମାମଲାର ଶୁଣାଣି କରୁଛନ୍ତି। ହାଇକୋର୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୨୪ରୁ ଜୁନ୍‌ ୪ ଭିତରେ ହାଇକୋର୍ଟରେ ୮,୪୭୭ଟି ମାମଲା ରୁଜୁ ହୋଇଛି। ସେଥିରୁ ୫,୩୩୫ଟି ମାମଲାର ଶୁଣାଣି ହୋଇପାରିଛି। ଲକ୍‌ଡାଉନ୍‌ ଯୋଗୁ ବର୍ତ୍ତମାନ କେବଳ ଜରୁରୀ ମାମଲାର ହିଁ ଶୁଣାଣି କରାଯାଉଛି। ହାଇକୋର୍ଟର ସଦ୍ୟ ବିଜ୍ଞପ୍ତି ଅନୁଯାୟୀ, ଜୁଲାଇ ୩ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ସୀମିତ ରହିବ। ଜରୁରୀ ମାମଲାର ଶୁଣାଣି କରାଯିବ। ଏଣୁ କୋର୍ଟ କାର୍ଯ୍ୟ ସ୍ବାଭାବିକ ହେବାବେଳକୁ ମାମଲା ବୋଝ ଆହୁରି ବଢ଼ିଯିବ ବୋଲି ଆଇନଜୀବୀମାନେ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ ଫେଲ୍‌ ହେବାରୁ ଟ୍ରକକୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ଜଣଙ୍କ ଜୀବନ

ବଣାଇଁ, ୧।୫ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା କେ ବଲାଙ୍ଗ ଥାନା ଚୁନାଘାଟିରେ ଏକ ଦୁର୍ଘଟଣା ଘଟିଛନ୍ତି। ଘଟଣାସ୍ଥଳରେ ଚାଳକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି l...

ସୋସିଆଲ ମିଡିଆରେ ବଢୁଛି ନିର୍ବାଚନୀ ହାୱା

ବ୍ରହ୍ମପୁର,୧ା୫(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମେ ୧୩ ତାରିଖରେ ହେବ। ଏଥିପାଇଁ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ବାତାବରଣ ଉଷ୍ମ...

ସାନମାଛ କାନ୍ଦଣା ଡ୍ୟାମ୍‌ରେ ଜଳାଭାବ

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଟପିଯାଇଥିବା ବେଳେ ବିଭିନ୍ନ ଜଳଭଣ୍ଡାର, ନଦୀନାଳର ଜଳସ୍ତର ହ୍ରାସ ପାଇଛି। ବର୍ଷା ହେଉ ନ...

ପ୍ରାର୍ଥିପତ୍ର ଦାଖଲ କଲେ ପଦ୍ମଶ୍ରୀ ଦିଲୀପ ତିର୍କୀ,ଯୋଗେଶ ସିଂହ

ସୁନ୍ଦରଗଡ଼,୧ା୫(ଜୟ ନାରାୟଣ ମେଣ୍ଡୁଳି) ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ସୁନ୍ଦରଗଡ ଜିଲାରେ ନାମାଙ୍କନ ଦାଖଲର ୩ୟ ଦିନରେ ବିଧାନ ସଭା ଆସନ ପାଇଁ ୪ ଜଣ...

ନିର୍ବାଚନ ବେଳେ ରାଜ ପରିବାରର ସାନ ବୋହୂଙ୍କ ଭିଡିଓ ଭାଇରାଲ

ବଲାଙ୍ଗୀର,୧ା୫(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ରାଜ ପରିବାରର ସାନ ବୋହୂ ଅଦ୍ରିଜା ମଞ୍ଜରୀ ସିଂଙ୍କ ଏକ ଭିଡିଓ ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏଥିରେ ସେ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

ଥମୁନି ଶିମିଳିପାଳ ବାନଗ୍ନି

ବାରିପଦା,୧ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସବୁଜ ବନାନୀରେ ଭରପୁର ଶିମିଳିପାଳ ଅଭୟାରଣ୍ୟରେ ବାନଗ୍ନି ଅଣାୟତ୍ତ ହୋଇପଡିଛି । ପ୍ରତିଦିନ ନିଆଁ ଲାଗୁଥିବା ବେଳେ ବନ ବିଭାଗ ରୋକିବାକୁ...

ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କଲେ ପ୍ରଦୀପ, କହିଲେ…

ଭୁବନେଶ୍ୱର,୧।୫: ମୁଖ୍ୟମନ୍ତ୍ରୀ ଓ କାର୍ତ୍ତିକ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ଭାଜପା ନେତା ତଥା ବ୍ରହ୍ମପୁରରୁ ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଯଦି ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri