ହତ୍ୟାକାରୀ ପୁତୁରା ଗିରଫ

ବାରିପଦା ଅଫିସ/ବାଙ୍ଗିରିପୋଷି,୨ା୨(ଡ଼ି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଉପର ଉଚ୍ଚଡିହା ଗ୍ରାମରେ ଗତ ୨୭ ତାରିଖ ରାତିରେ ବନ୍ଦ କୋଠରିରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଗୁରା ସିଂ (୫୮) ଙ୍କୁ ତାଙ୍କ ପୁତୁରା ଉକ୍ତ ଗ୍ରାମର ମନୋଜ ସିଂ ହତ୍ୟା କରିଥିବା ନେଇ ପୋଲିସ ଶନିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛି। ପାରିବାରିକ କଳହ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମନୋଜ ଏହି ହତ୍ୟାକାଣ୍ଡ ଘଟାଇଥିବା ସଦର ଏସ୍‌ଡିପିଓ କେ.କେ. ହରିପ୍ରସାଦ ସୂଚନା ଦେଇଛନ୍ତି। ସୂଚନା ଅନୁୟାୟୀ, ଗୁରା ତାଙ୍କ ଘରେ ଶୋଇଥିବା ବେଳେ ମନୋଜ ଏକ କଟୁରିରେ ତାଙ୍କୁ ହତ୍ୟା କରି ନିକଟସ୍ଥ ଏକ ପାଳଗଦାରେ ତାହାକୁ ଲୁଚାଇ ଦେଇଥିଲେ। ୨୮ ତାରିଖରେ ସନ୍ଧାନୀ କୁକୁର ସହ ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏ ନେଇ ବାଙ୍ଗିରିପୋଷି ଥାନାରେ ଏକ ମାମଲା(ନଂ.୧୧/୨୦) ରୁଜୁ କରି ପୋଲିସ ତଦନ୍ତ କରିଥିଲା। ସନ୍ଦେହରେ ମନୋଜଙ୍କୁ ଥାନାକୁ ଆଣି ପଚରାଉଚରା କରିବାରୁ ସେ ଗୁରାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ୪ ଦିନ ପରେ ପୋଲିସ ହତ୍ୟାକରୀ ପୁତୁରା ମନୋଜଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ କଟୁରି, ମନୋଜଙ୍କ ରକ୍ତଭିଜା ଶାର୍ଟକୁ ପୋଲିସ ଜବତ କରିଛି। ତାଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଥିବା ଏସ୍‌ଡିପିଓ ହରିପ୍ରସାଦ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବାଙ୍ଗିରିପୋଷି ଥାନା ଅଧିକାରୀ ଦୟାନିଧି ଦାସ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri