ହକି ଇଣ୍ଡିଆର ନୂଆ ପ୍ରୟାସ: ଅନ୍‌ଲାଇନ୍‌ରେ ମ୍ୟାଚ୍‌ ଅଫିସିଆଲଙ୍କ ଇଣ୍ଟରାକ୍ଟିଭ୍‌ ସେଶନ

ନୂଆଦିଲ୍ଲୀ,୨୦।୪ (ପି.ଟି.):  କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ଏନ ନୂଆ ପ୍ରୟାସ ଆରମ୍ଭ କରିଛି। ଅନ୍‌ଲାଇନ୍‌ରେ ମ୍ୟାଚ୍‌ ଅଫିସିଆଲମାନେ ପରସ୍ପର ସହିତ ବାର୍ତ୍ତାଳାପ ତଥା ଆଲୋଚନା କରିଛନ୍ତି। ହକିର ନୂଆ ନିୟମ ସହିତ ଅବଗତ ହେବା ଓ ଫିଟ୍‌ନେସ ବଜାୟ ରଖିବା ପାଇଁ ଅମ୍ପାୟର ଓ ଟେକ୍‌ନିକାଲ ଅଫିସିଆଲମାନେ ଅନ୍‌ଲାଇନ୍‌ ଇଣ୍ଟରାକ୍ଟିଭ ସେଶନ ଦ୍ୱାରା ପରସ୍ପର ସହିତ ଯୋଗାଯୋଗ କରି ଅପ୍‌ଡେଟ ହୋଇଛନ୍ତି। ୬ଟି ହ୍ବାଟ୍ସଆପ୍‌ ଗ୍ରୁପ୍‌ ମାଧ୍ୟମରେ ହକି ଇଣ୍ଡିଆ ଏହି ସେଶନ ଆୟୋଜନ କରିଛି। ଏଥିରେ ୩ଜଣ ଟେକ୍‌ନିକାଲ ଅଫିସିଆଲ ଓ ୩ ଜଣ ଅମ୍ପାୟରଙ୍କ ଗ୍ରୁପ୍‌ ସାମିଲ ରହିଛି। ପ୍ରତ୍ୟେକ ସପ୍ତାହର ୬ ଦିନରେ ପାଖାପାଖି ୧୦୦ ଅଫିସିଆଲା ଏଥିରେ ଅଂଶଗ୍ରହଣ କରିବା ପାଇଁ ରେଜିଷ୍ଟ୍ରେଶନ କରିଛନ୍ତି ବୋଲି ହକି ଇଣ୍ଡିଆ ତରଫରୁ କୁହାଯାଇଛି।
ଅଭିଜ୍ଞ ଟୁର୍ନାମେଣ୍ଟ ଡାଇରେକ୍ଟର, ଅମ୍ପାୟର ଓ ମ୍ୟାନେଜର ଏହି ସେଶନର ସଂଯୋଜନା କରୁଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ମୋଘୁଲ ମହମ୍ମଦ ମୁନିର, କ୍ଲାଉଡିୟସନ ଡି ସେଲ୍ସ ଓ ଏଚ୍‌ଏସ୍‌ ସୋଖି। ଜି.ଏସ୍‌. ସଂଘ , ଜାଭେଦ ଶେଖ ଓ ଜି. ହର୍ଷ ବର୍ଦ୍ଧନ ଅମ୍ପାୟରମାନଙ୍କ ପାଇଁ ଏହି ସେଶନ ଆୟୋଜନ କରୁଛନ୍ତି। ଏହି ସେଶନ ଦ୍ୱାରା ଅଫିସିଆଲଙ୍କ ଜ୍ଞାନରେ ଉନ୍ନତି ହୋଇଛି ଓ ଆବଶ୍ୟକ ପଡିଲେ ଏମାନେ ନିଜ ନିଜର ସନ୍ଦେହ ଦୂର କରିପାରିବେ। ଖେଳାଳିଙ୍କ ଭଳି ଅଫିସିଆଲମାନେ ମଧ୍ୟ ହକି ପାଇଁ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। କରୋନା ଭାଇରସ କାରଣରୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଏହି ସେଶନ ଦ୍ୱାରା ଅଫିସିଆଲମାନେ ନିଜ ଜ୍ଞାନରେ ଉନ୍ନତି ଆଣିପାରିବେ। ଅମ୍ପାୟରିଂ ଗ୍ରୁପ୍‌ରେ ଅଫିସିଆଲମାନେ ସେମାନଙ୍କ ଫିଟ୍‌ନେସ ଓ ଟ୍ରେନିଂ ସମ୍ପର୍କରେ ସୂଚନା ଦେଇପାରିବେ। ମୋଟ ଉପରେ ୩୦ ହକି ଇଣ୍ଡିଆ ମେମ୍ବର ୟୁନିଟ୍‌ ଏହି ସେଶନ ସଂଯୋଜନା କରୁଛନ୍ତି। ମୋଟ ଉପରେ ୧୧୦୦ ଅଫିସିଆଲ ୭୦ଟି ହ୍ବାଟ୍ସଆପ୍‌ ଗ୍ରୁପ୍‌ ମାଧ୍ୟମରେ ପରସ୍ପର ସହିତ ସମ୍ପର୍କରେ ରହିଛନ୍ତି। ମେମ୍ବର ୟୁନିଟ୍‌ଗୁଡିକ ଗ୍ରୁପ୍‌ ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?