ହକି ଇଣ୍ଡିଆର ନୂଆ ପ୍ରୟାସ: ଅନ୍‌ଲାଇନ୍‌ରେ ମ୍ୟାଚ୍‌ ଅଫିସିଆଲଙ୍କ ଇଣ୍ଟରାକ୍ଟିଭ୍‌ ସେଶନ

ନୂଆଦିଲ୍ଲୀ,୨୦।୪ (ପି.ଟି.):  କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ଏନ ନୂଆ ପ୍ରୟାସ ଆରମ୍ଭ କରିଛି। ଅନ୍‌ଲାଇନ୍‌ରେ ମ୍ୟାଚ୍‌ ଅଫିସିଆଲମାନେ ପରସ୍ପର ସହିତ ବାର୍ତ୍ତାଳାପ ତଥା ଆଲୋଚନା କରିଛନ୍ତି। ହକିର ନୂଆ ନିୟମ ସହିତ ଅବଗତ ହେବା ଓ ଫିଟ୍‌ନେସ ବଜାୟ ରଖିବା ପାଇଁ ଅମ୍ପାୟର ଓ ଟେକ୍‌ନିକାଲ ଅଫିସିଆଲମାନେ ଅନ୍‌ଲାଇନ୍‌ ଇଣ୍ଟରାକ୍ଟିଭ ସେଶନ ଦ୍ୱାରା ପରସ୍ପର ସହିତ ଯୋଗାଯୋଗ କରି ଅପ୍‌ଡେଟ ହୋଇଛନ୍ତି। ୬ଟି ହ୍ବାଟ୍ସଆପ୍‌ ଗ୍ରୁପ୍‌ ମାଧ୍ୟମରେ ହକି ଇଣ୍ଡିଆ ଏହି ସେଶନ ଆୟୋଜନ କରିଛି। ଏଥିରେ ୩ଜଣ ଟେକ୍‌ନିକାଲ ଅଫିସିଆଲ ଓ ୩ ଜଣ ଅମ୍ପାୟରଙ୍କ ଗ୍ରୁପ୍‌ ସାମିଲ ରହିଛି। ପ୍ରତ୍ୟେକ ସପ୍ତାହର ୬ ଦିନରେ ପାଖାପାଖି ୧୦୦ ଅଫିସିଆଲା ଏଥିରେ ଅଂଶଗ୍ରହଣ କରିବା ପାଇଁ ରେଜିଷ୍ଟ୍ରେଶନ କରିଛନ୍ତି ବୋଲି ହକି ଇଣ୍ଡିଆ ତରଫରୁ କୁହାଯାଇଛି।
ଅଭିଜ୍ଞ ଟୁର୍ନାମେଣ୍ଟ ଡାଇରେକ୍ଟର, ଅମ୍ପାୟର ଓ ମ୍ୟାନେଜର ଏହି ସେଶନର ସଂଯୋଜନା କରୁଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ମୋଘୁଲ ମହମ୍ମଦ ମୁନିର, କ୍ଲାଉଡିୟସନ ଡି ସେଲ୍ସ ଓ ଏଚ୍‌ଏସ୍‌ ସୋଖି। ଜି.ଏସ୍‌. ସଂଘ , ଜାଭେଦ ଶେଖ ଓ ଜି. ହର୍ଷ ବର୍ଦ୍ଧନ ଅମ୍ପାୟରମାନଙ୍କ ପାଇଁ ଏହି ସେଶନ ଆୟୋଜନ କରୁଛନ୍ତି। ଏହି ସେଶନ ଦ୍ୱାରା ଅଫିସିଆଲଙ୍କ ଜ୍ଞାନରେ ଉନ୍ନତି ହୋଇଛି ଓ ଆବଶ୍ୟକ ପଡିଲେ ଏମାନେ ନିଜ ନିଜର ସନ୍ଦେହ ଦୂର କରିପାରିବେ। ଖେଳାଳିଙ୍କ ଭଳି ଅଫିସିଆଲମାନେ ମଧ୍ୟ ହକି ପାଇଁ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। କରୋନା ଭାଇରସ କାରଣରୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଏହି ସେଶନ ଦ୍ୱାରା ଅଫିସିଆଲମାନେ ନିଜ ଜ୍ଞାନରେ ଉନ୍ନତି ଆଣିପାରିବେ। ଅମ୍ପାୟରିଂ ଗ୍ରୁପ୍‌ରେ ଅଫିସିଆଲମାନେ ସେମାନଙ୍କ ଫିଟ୍‌ନେସ ଓ ଟ୍ରେନିଂ ସମ୍ପର୍କରେ ସୂଚନା ଦେଇପାରିବେ। ମୋଟ ଉପରେ ୩୦ ହକି ଇଣ୍ଡିଆ ମେମ୍ବର ୟୁନିଟ୍‌ ଏହି ସେଶନ ସଂଯୋଜନା କରୁଛନ୍ତି। ମୋଟ ଉପରେ ୧୧୦୦ ଅଫିସିଆଲ ୭୦ଟି ହ୍ବାଟ୍ସଆପ୍‌ ଗ୍ରୁପ୍‌ ମାଧ୍ୟମରେ ପରସ୍ପର ସହିତ ସମ୍ପର୍କରେ ରହିଛନ୍ତି। ମେମ୍ବର ୟୁନିଟ୍‌ଗୁଡିକ ଗ୍ରୁପ୍‌ ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri