ସ୍ବାସ୍ଥ୍ୟସେବା ଉପରୁ ତୁଟୁଛି ଭରସା

ଭୋଗରାଇ, ୭।୩(ଡି.ଏନ.ଏ.)-ରାଜ୍ୟରେ ସର୍ବବୃହତ ବ୍ଲକ ଭାବେ ପରିଚିତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଛୁଆ ହୋଇରହିଛି। ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାଠାରୁ ଏହାର ଦୂରତା ୧୦୦ କି.ମି.। ଏହି ଉପାନ୍ତ ଇଲାକାରେ ଉନ୍ନତ ସ୍ବାସ୍ଥ୍ୟସେବା ମିଳୁ ନ ଥିବାବେଳେ ରୋଗୀ ଜରୁରିକାଳୀନ ଚିକିତ୍ସା ପାଇପାରୁନାହାନ୍ତି। ଆମ୍ବୁଲାନ୍ସରେ ରୋଗୀଙ୍କୁ ମୁଖ୍ୟ ଡାକ୍ତରଖାନାକୁ ନେବାକୁ ଦୁଇଘଣ୍ଟାରୁ ଅଧିକ ସମୟ ଲାଗୁ ଥିବାବେଳେ ଅତି ଜରୁରୀ ରୋଗୀଙ୍କୁ କଟକ କିମ୍ବା ଭୁବନେଶ୍ୱର ନେବାକୁ ତିନି ଶହରୁ ସାଢ଼େ ତିନିଶହ କି.ମି. ଅତିକ୍ରମ କରିବାକୁ ପଡୁଛି। ଏଭଳି ସ୍ଥିତିରେ ବାଟରେ ରୋଗୀଙ୍କ ମୃତ୍ୟୁ ହୋଇଯାଉଛି।
ଏହି ବ୍ଲକର ୫୦ପଞ୍ଚାୟତର ଜନସଂଖ୍ୟା ସାଢ଼େ ୩ ଲକ୍ଷରୁ ଊର୍ଦ୍ଧ୍ୱ ରହିଛି। ବ୍ଲକ ଅଧୀନରେ ଜଳେଶ୍ୱରପୁର ଓ କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବ୍ୟତୀତ ୮ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୩ଜଣ ଡାକ୍ତର ରହି କାର୍ଯ୍ୟ କରୁଥିବା ବେଳେ ଜଣେ ସ୍ତ୍ରୀ ପ୍ରସୂତି ବିଶେଷଜ୍ଞ ଅଛନ୍ତି। ଏଠାରେ ଦୈନିକ ୪ଶହରୁ ୫ଶହ ପର୍ଯ୍ୟନ୍ତ ରୋଗୀ ବହର୍ବିଭାଗକୁ ଆସୁଥିବାରୁ ୩ ଡାକ୍ତରଙ୍କ ପକ୍ଷେ ରୋଗୀ ଦେଖିବା ସମ୍ଭବ ହୋଇପାରୁନାହିଁ। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଭେଷଜ, ଅସ୍ଥିଶଲ୍ୟ, ଶିଶୁ ବିଶେଷଜ୍ଞ ଓ ଦନ୍ତ ଚିକିତ୍ସା ପଦବୀ ଖାଲି ପଡିଥିବାରୁ ରୋଗୀମାନେ ଚିକିତ୍ସା ନ ପାଇ ହୀନସ୍ତା ହେଉଛନ୍ତି। ସ୍ବାସ୍ଥ୍ୟସେବା ଉପରେ ସେମାନଙ୍କ ଭରସା ତୁଟିଯାଉଛି। ଜନ୍ମମୃତ୍ୟୁ ପଞ୍ଜୀକରଣ ଲାଗି ୨୦୧୭ଠାରୁ କର୍ମଚାରୀ ପଦବୀ ଖାଲି ଥିବାବେଳେ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଖ୍ୟା ଅଭାବ ରହିଛି। ସେହିଭଳି କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ସ୍ତ୍ରୀ ପ୍ରସୂତି ବିଭାଗର ଡାକ୍ତର ରହି କାର୍ଯ୍ୟ ତୁଲାଇ ଆସୁଛନ୍ତି।
ଭୋଗରାଇ, ଜଳସୋହରିଆ, କଖଡ଼ା, ଶ୍ରଦ୍ଧାପୁୁର ଓ ଦହମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାବେଳେ କେବଳ ଆୟୁଷ ଡାକ୍ତର, କମ୍ପାଉଣ୍ଡର ଓ ନର୍ସଙ୍କ ହାତରେ ରୋଗୀଙ୍କ ଭାଗ୍ୟ ନିର୍ଭର କରୁଛି। ରସଲପୁର, ଆରୁହାବୃତ୍ତି, ଦହମୁଣ୍ଡା, ପୁଟିଣା ଆଦିି ସ୍ବାସ୍ଥ୍ୟକେନ୍ଦ୍ରରେ ବହୁମୁଖୀ ମହିଳା ଓ ପୁରୁଷ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ହୋଇ ନ ପାରିବାରୁ ସ୍ବାସ୍ଥ୍ୟସେବା ବେହାଲ ହୋଇଛି। ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ପ୍ରତିଷ୍ଠା ଲାଗି ଦୀର୍ଘଦିନରୁ ଅଞ୍ଚଳବାସୀଙ୍କ ଦାବି ହୋଇ ଆସୁଥିବା ବେଳେ ଅଦ୍ୟାବଧି ତାହା ପୂରଣ ହୋଇ ନ ପାରିବାରୁ ଜନ ଅସନ୍ତୋଷ ଦେଖାଦେଇଛି। ଜିଲା ଯୋଜନା ବୋର୍ଡ଼ର ସଭାପତି ତଥା ବିଧାୟକ ଅନନ୍ତ ଦାସ ସ୍ବାସ୍ଥ୍ୟକେନ୍ଦ୍ରର ଏଭଳି ସ୍ଥିତିକୁ ନେଇ ଗମ୍ଭୀରତାର ସହ ରାଜ୍ୟ ସରକାରଙ୍କୁ ଅବଗତ କରିଥିବା କହିଛନ୍ତି। ସାମାଜିକ କର୍ମୀ ହରନାରାୟଣ ରାଉତ ଭୋଗରାଇରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ପାଇଁ ଲୋକ ପ୍ରତିନିଧି ଓ ରାଜ୍ୟସରକାରଙ୍କୁ ଦାୟୀ କରିଛନ୍ତି। ସ୍ବାସ୍ଥ୍ୟସେବାର ଉନ୍ନତି ନ ହେଲେ ବୃହତ ଆନ୍ଦୋଳନ ହେବ ବୋଲି ଭାଜପା ନେତା ଅଂଶୁମାନ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ ବର୍ଷ ହେଲା ରାଏବୋଗା ଲ୍ୟାମ୍ପ୍‌ସରେ ଅଚଳାବସ୍ଥା, କର୍ମଚାରୀମାନେ…

କୁଆଁରମୁଣ୍ଡା,୨ା୮(ମହେନ୍ଦ୍ର କୁମାର ସାହୁ): ଏକଦା ସମଗ୍ର ସୁନ୍ଦରଗଡ଼ ଜିଲାରେ ସୁନାମ ଅର୍ଜନ କରିଥିବା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବୋଗା ଲ୍ୟାମ୍ପ୍‌ସରେ ଗତ ଦେଢ଼ ବର୍ଷ ହେଲା ଅଚଳାବସ୍ଥା…

ବଦଳିଲା NEET PG ପରୀକ୍ଷା ନିୟମ, ଆଧାର ଭେରିଫିକେସନ୍…

ନୂଆଦିଲ୍ଲୀ,୨।୮: ଆସନ୍ତା ଅଗଷ୍ଟ ୩୦ ତାରିଖରେ NEET PG ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର ସାମ୍ନାକୁ…

‘ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ ସକାରାତ୍ମକ ପଦକ୍ଷେପର ରହିଛି ଆବଶ୍ୟକତା’

ଭଞ୍ଜନଗର,୨ା୮(ବାବୁଲା ପ୍ରଧାନ): ସମସ୍ତଙ୍କ ସହଯୋଗ ଓ ସାମୂହିକ ପ୍ରୟାସ ରହିଲେ ଏକ ନିଶାମୁକ୍ତ ଭାରତ ଗଠନ ସମ୍ଭବ। ବିଶେଷକରି ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ…

ଶ୍ରାବଣରେ ମାଛ-ମାଂସ ଖାଇବାକୁ କାହିଁକି ମନା କରାଯାଏ? କେବଳ ଧାର୍ମିକ ନୁହେଁ ରହିଛି ବୈଜ୍ଞାନିକ କାରଣ

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ହିନ୍ଦୁ ଧର୍ମରେ ଏହି ମାସକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଶହ ଶହ ବର୍ଷରୁ ଏହା ସାଧାରଣ…

ଲୁଗା ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣା: ନିଜେ ଆଇଆଇସି କଲେ ତଦନ୍ତ

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦାରିଙ୍ଗବାଡ଼ି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌ ଘଟଣାକୁ…

ଗାଁ ଗାଁ ବୁଲି ଆବର୍ଜନା ସଂଗ୍ରହ କରୁଛନ୍ତି ମଞ୍ଜୁଲତା, ସାଉଁଟୁଛନ୍ତି ପ୍ରଶଂସା

ପାଟଣା,୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ମୂଷାଖୋରୀ ପଞ୍ଚାୟତ ମୂଷାଖୋରୀ ଗ୍ରାମର କାଶିଆ ସାହିର ମଞ୍ଜୁଲତା ମହାନ୍ତ ସ୍ବଚ୍ଛ ଭାରତ ମିଶନର ଜଣେ ପ୍ରକୃତ ସାରଥୀ…

ପୁଣି ଜନନୀ ଯନ୍ତ୍ରଣା: ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ଅଭାବନୀୟ ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ବିକାଶର ଡିଣ୍ଡିମ ପିଟାଯାଉଥିଲେ ବି…

ଟିମ ଇଣ୍ଡିଆକୁ ବଡ଼ ଝଟକା; ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ…

ନୂଆଦିଲ୍ଲୀ,୨।୮: ଭାରତୀୟ ଦଳ ଅଗଷ୍ଟ ୪ରେ ଶ୍ରୀଲଙ୍କା ଯିବାର ସମ୍ଭାବନା ଅଛି। ଏହି ଗସ୍ତ ସମୟରେ ଦୁଇ ଦଳ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri